କେବେ ଓ କିପରି ହେବ କଳିଯୁଗର ଶେଷ !

କଳି ଯୁଗର ପାପ ସମସ୍ତ ଧର୍ମକୁ ଗ୍ରସ୍ତ କରିଛି । ଏହା ଦ୍ଵାରା ଆଧାତ୍ମିକ ଗ୍ରନ୍ଥ ମଧ୍ୟ ଲୋପ ପାଇଛି । କେତେ ହଜାର ବର୍ଷ ପୂର୍ବରୁ ଭାଗବତରେ ଶୂକ ଦେବ କଳି ଯୁଗର ବର୍ଣନା କରିଛନ୍ତି । ବର୍ତମାନ ସମୟରେ ସେହି ବର୍ଣ୍ଣନା ଅନୁସାରେ ହିଁ ଘଟଣା ଘଟୁଛି । ଆଗକୁ ମଧ୍ୟ ଯେପରି ବର୍ଣ୍ଣନା ଅଛି, ସେହିପରି ଘଟିବାର ଅନୁମାନ କରାଯାଉଛି । ଆସନ୍ତୁ ଜାଣିବା ଧର୍ମ ଗ୍ରନ୍ଥରେ କଣ ବର୍ଣ୍ଣିତ ଅଛି ଓ କଳି ଯୁଗ କେବେ ଓ କିପରି ସମାପ୍ତ ହେବ ।

କଳି ଯୁଗର ଅର୍ଥ କଳା ଯୁଗର ରୂପ ଅଟେ । ଏହି ଯୁଗରେ ସମସ୍ତଙ୍କ ମନରେ ଅସନ୍ତୋଷ ଭାବ ରହିଥାଏ ଓ ମାନସିକ ସ୍ତରରେ ସମସ୍ତେ ଦୁଃଖି ରୁହନ୍ତି । ଏହି ଯୁଗରେ ଧର୍ମର କେବଳ ଏକ ଚତୁର୍ଥାଂଶ ବାକି ରହିଥାଏ । କଳି ଯୁଗର ପ୍ରାରମ୍ଭ ୩୧୦୨ ବର୍ଷ ପୂର୍ବେ ହୋଇଥିଲା । ଶ୍ରୀମଦ ଭାଗବତ ପୁରାଣ ଓ ଭବିଷ୍ୟପୁରାଣରେ କଳିଯୁଗର ଅନ୍ତ ସମ୍ବନ୍ଧରେ ବର୍ଣିତ ଅଛି । କଳି ଯୁଗରେ ଭଗବାନ କଳ୍କିଙ୍କର ଅବତାର ହେବ ଯିଏ ପାପୀଙ୍କର ସଂହାର କରି ପୁଣି ଠାରେ ସତ୍ୟ ଯୁଗର ସ୍ଥାପନା କରିବେ ।

କେବେ ହେବ କଳିଯୁଗର ଅନ୍ତ

ମଙ୍ଗଳ, ବୁଧ, ଶୁକ୍ର, ବୃହସ୍ପତି ଓ ଶନି ମେଷ ରାଶିରେ ଜିରୋ ଡିଗ୍ରୀ ହୋଇଯାଇଥିଲେ ସେହି ସମୟରୁ କଳି ଯୁଗ ଆରମ୍ଭ ହୋଇଛି । ବର୍ତ୍ତମାନ କଳି ଯୁଗର ପ୍ରଥମ ଚରଣ ଅଟେ । କଳି ଯୁଗର ଅବଧି ୧୨୦୦ ଦିବ୍ୟ ବର୍ଷ ବା ୪୩୨୦୦୦ ବର୍ଷ ବୋଲି କୁହାଯାଇଛି । ଏହାର ଅର୍ଥ କଳିଯୁଗର ୫୧୧୮ ବର୍ଷ ବିତି ସାରିଲାଣି ଓ ୪୨୬୮୮୨ ବର୍ଷ ବାକି ରହିଛି ।

ଆସନ୍ତୁ ଜାଣିବା କଳିଯୁଗର ସମାପ୍ତରେ କଣ କଣ ଘଟିବ

ମଣିଷର ହାରାହାରି ଆୟୁଷ ୨୦ ବର୍ଷ ହିଁ ରହିଯିବ । ୫ ବର୍ଷ ବୟସରେ ସ୍ତ୍ରୀ ଗର୍ଭବତୀ ହୋଇଯିବେ । ୧୬ ବର୍ଷର ମଣିଷ ବୃଦ୍ଧ ହୋଇଯିବେ । ୨୦ ବର୍ଷ ବୟସରେ ହିଁ ମଣିଷର ମୃତ୍ୟୁ ହୋଇଯିବ । ଶାସ୍ତ୍ରରେ କୁହାଯାଇଛି କଳି ଯୁଗର ଶେଷରେ ଲୋକ ଛୋଟ ଓ ରୋଗିଣା ହୋଇଯିବେ । ଯେତେବେଳେ ଭଗବାନ କଳ୍କି ଜନ୍ମ ନେବେ ସେତେବେଳେ ମଣିଷର ଆୟୁଷ ୨୦-୩୦ ହୋଇଯିବ । କଳକି ଅବତାର ସମୟରେ ୪ ବର୍ଗର ଲୋକ ଶୂଦ୍ର ସମାନ ହୋଇଯିବେ । ଗୋ ମାତା ମଧ୍ୟ ଛେଳି ପରି ଛୋଟ ହୋଇଯିବେ ଓ କମ କ୍ଷୀର ଦେବେ ।

କଣ ଖାଇବେ ଲୋକ

କଳି ଯୁଗର ଶେଷରେ ମଣିଷକୁ ଖାଇବା ପିଇବାରେ ଅସୁବିଧା ହେବ । ଜମିରେ ଅନ୍ନ ଉପାର୍ଜନ ହୋଇପାରିବ ନାହିଁ । ଅନ୍ନ, ଫଳ ମୂଳ କିଛି ମିଳିବ ନାହିଁ, ଲୋକ କେବଳ ମାଛ ଓ ମାଂସ ଖାଇ ଜୀବନ ଅତିବାହିତ କରିବେ ।

କିପରି ହେବ ଲୋକଙ୍କ ବ୍ୟବହାର

ଲୋକମାନେ ହିଂସା ପ୍ରକୃତିର ହୋଇଯିବେ ଓ କଠୋର ମନୋବୃତି ଦେଖାଇବେ । ମଣିଷର ଅବସ୍ଥା ଗଧ ପରି ହୋଇଯିବ । ଧର୍ମ ଓ କର୍ମ ଲୋପ ପାଇଯିବ । ମାନବିକତା ନଷ୍ଟ ହୋଇଯିବ । ସମ୍ପର୍କର ମହତ୍ତ୍ଵ ରହିବ ନାହିଁ ।

କିପରି ହେବ ମଣିଷର ଧର୍ମ

କଳି ଯୁଗରେ ମଣିଷ ଶାସ୍ତ୍ରରୁ ବିମୁଖ ହୋଇଯିବେ । ଖରାପ କଥା ଓ ଶବ୍ବର ପ୍ରୟୋଗ କରିବେ । ସ୍ତ୍ରୀ ଓ ପୁରୁଷ ଦୁଇଜଣ ଅଧର୍ମୀ ହୋଇ ଯିବେ । କଳି ଯୁଗର ଶେଷ ସମୟରେ ମହାବାତ୍ୟା ହେବ । ଯାହା ଦ୍ଵାରା ସବୁକିଛି ପାଣିରେ ବୁଡିଯିବ । ସୂର୍ଯ୍ୟଙ୍କ ଉତ୍ତାପ ଏତେ ବଢିଯିବ କି ସମୁଦ୍ର ଶୁଖିଯିବ । ଭୂକମ୍ପ ମଧ୍ୟ ଆସିବ, ଲୋକ ରହିବାକୁ ଜାଗା ପାଇବେ ନାହିଁ । କଳି ଯୁଗର ସମାପ୍ତ ଅଗ୍ନି ଦ୍ଵାରା ହେବ । ବିଶ୍ଵର ସମାପ୍ତି ପରେ ୧୨ ବର୍ଷ ଧରି ବର୍ଷା ହେବ । ଏହା ପରେ ଏକ ନୂଆ ଯୁଗର ଆରମ୍ଭ ହେବ ।