ଟଙ୍କା ସଞ୍ଚୟ କରିବାର ଏମିତି ୪ ଉପାୟ ଯାହା ଆପଣଙ୍କୁ ଆଜି ପର୍ଯ୍ୟନ୍ତ କେହି ବି କହିନଥିବେ

ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ଟଙ୍କା ସଞ୍ଚୟ କରିପାରିବେ । ସାଧାରଣତଃ ଲୋକମାନେ ଟଙ୍କା କମାଇବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ହେଲେ ତାଙ୍କର କେତେକ ଅଯଥା ଖର୍ଚ୍ଚ ପାଇଁ ସେମାନେ ଟଙ୍କାକୁ ସଞ୍ଚୟ କରିପାରନ୍ତି ନାହିଁ । ତେଣୁ ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ଟଙ୍କା ସଞ୍ଚୟ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ଯେତେବେଳେ ଆପଣ ଟଙ୍କା ଅର୍ଜନ କରି ଆସନ୍ତି, ଆପଣଙ୍କୁ ସେହି ଟଙ୍କାକୁ ପ୍ରଥମେ ଭଗବାନଙ୍କ ପାଖରେ ରଖିବା ଉଚିତ । କାରଣ ଭଗବାନଙ୍କ ଚରଣର ସ୍ପର୍ଶ ଟଙ୍କାରେ ବାଜିବା ପରେ ଆମ୍ଭେମାନେ ସେହି ଟଙ୍କାକୁ ବହୁତ ଭାବି ଚିନ୍ତି ଉପଯୋଗ କରିଥାଉ । ତେଣୁ ଆପଣ ପ୍ରଥମେ ଭଗବାନଙ୍କ ଚରଣରେ ଟଙ୍କାକୁ ରଖନ୍ତୁ, ଏହା ଦ୍ଵାରା ଆପଣଙ୍କ ଅଯଥା ଖର୍ଚ୍ଚ କମିଯିବ ଓ ଆପଣ ଟଙ୍କା ସଞ୍ଚୟ କରିପାରିବେ ।

୨. ଏହି ଉପାୟ ଶିଖ ଧର୍ମରେ ୫୦୦ ବର୍ଷ ପୂର୍ବରୁ ଚାଲି ଆସିଛି । ଏହି ଉପାୟ ହେଉଛି ଦାନ କରିବା । ଯେତେବେଳେ ଆମେ କାହାକୁ ସହାୟତା ବା ଦାନ କରିଥାଉ ଆମକୁ ବହୁତ ଖୁସି ମିଳିଥାଏ । ଠିକ ସେହିପରି ନିଜ ଆୟର କିଛି ଅଂଶ ଆପଣଙ୍କୁ ଦାନ କରିବା ଉଚିତ । ଏହି ଦାନ ଆପଣ କୌଣସି ଗରିବ ବ୍ୟକ୍ତି, ମନ୍ଦିର ବା ଅନ୍ୟ କାହାକୁ ଦେଇପାରନ୍ତି ।

ତେଣୁ ଯଦି ଆପଣ ସବୁ ମାସରେ କିଛି ଦାନ କରିବେ ତେବେ ଆପଣ ବହୁତ ଶୀଘ୍ର ଧନୀ ହୋଇପାରିବେ । କାରଣ ଆପଣ ଯାହାକୁ ଦାନ କରିବେ ତାର ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

୩. ଏହି ଉପାୟ ସବୁଠୁ ଭିନ୍ନ ଅଟେ । ଏହି ଉପାୟ ହେଉଛି ଆପଣ ସପ୍ତାହକୁ ଏମିତି ଏକ ଦିନ ରଖନ୍ତୁ ଯେଉଁ ଦିନ ଆପଣ କୌଣସି ଖର୍ଚ୍ଚ କରିବେ ନାହିଁ । ଏହା ଦ୍ଵାରା ଆପଣଙ୍କର ଖର୍ଚ୍ଚ କମିବ ଓ ଆପଣଙ୍କର ଆର୍ଥିକ ସଞ୍ଚୟ ବଢିବ । ତେଣୁ ଏହା ଆପଣ ଚିନ୍ତା କରନ୍ତୁ, ଆପଣ ସପ୍ତାହର କେଉଁ ବାରରେ କୌଣସି ଖର୍ଚ୍ଚ କରିବେ ନାହିଁ ।

୪. ଆମ ସରକାର କ୍ୟାସଲେସ ଇଣ୍ଡିଆ କରୁଛନ୍ତି ହେଲେ ଆପଣ ଯାହା ବି ଖର୍ଚ୍ଚ କରିବେ କ୍ୟାସରେ କରନ୍ତୁ । କାରଣ ଆପଣ ନିଜେ ଚିନ୍ତା କରନ୍ତୁ, ଯେବେଠାରୁ ଆପଣ କ୍ରେଡିଟ ଓ ଡେବିଟ କାର୍ଡ ଆଦି ବ୍ୟବହାର କରିଛନ୍ତି, ସେବେଠାରୁ ଆପଣଙ୍କ ଖର୍ଚ୍ଚ ବଢିଥିବ । କାରଣ ଆପଣ ଯେତେବେଳେ କୌଣସି ଜିନିଷକୁ କ୍ୟାସରେ କିଣିଥାନ୍ତି, ସେତେବେଳେ ଖର୍ଚ୍ଚ ହୋଇଥିବା ଟଙ୍କା ପାଇଁ ଆପଣଙ୍କୁ କଷ୍ଟ ହୋଇଥାଏ । ତେଣୁ ଯଥା ଶୀଘ୍ର ନିଜର ଏହି ଜୀବନ ଶୈଳୀକୁ ପରିବର୍ତ୍ତନ କରନ୍ତୁ ।

ତେବେ ଏ ସବୁ ଉପାୟକୁ ଠିକ ଭାବରେ ଉପଯୋଗ କଲେ ଆପଣ ଟଙ୍କା ସଞ୍ଚୟ କରିପାରିବେ ଓ ବହୁତ ଶୀଘ୍ର ଧନୀ ହୋଇପାରିବେ । ତେଣୁ ଯଥା ଶୀଘ୍ର ଏହି ଉପାୟର ଉପଯୋଗ କରନ୍ତୁ ।