କେବେ ଓ କିପରି ଆରମ୍ଭ ହେଲା କ୍ଯାଲେଣ୍ଡରର ପ୍ରଚଳନ ? କେମିତି ତିଆରି ହେଲା କ୍ୟାଲେଣ୍ଡର ?

କ୍ୟାଲେଣ୍ଡର ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କେଉଁ ଦିନ କେଉଁ କାର୍ଯ୍ୟ କରାଯିବ ତାହା ପୂର୍ବରୁ କ୍ଯାଲେଣ୍ଡର ମାଧ୍ୟମରେ ନିର୍ଦ୍ଧାରଣ କରାଯାଏ । ତେବେ ଆଦ୍ୟକାଳରେ କୃଷିକାର୍ଯ୍ୟ ପରିଚାଳନା ପାଇଁ କ୍ଯାଲେଣ୍ଡର ତିଆରି କରାଯାଇଥିଲା । ଏଥିପାଇଁ ପ୍ରଥମେ ପ୍ରାଚୀନ ମିଶରର ରାଜାମାନେ କ୍ଯାଲେଣ୍ଡର ତିଆରି କରିଥିଲେ । ତେଣୁ ଏହି କ୍ଯାଲେଣ୍ଡର ବିଶ୍ଵର ପ୍ରଥମ କ୍ଯାଲେଣ୍ଡର କହିଲେ ଭୁଲ ହେବନାହିଁ । କ୍ଯାଲେଣ୍ଡର ଉପରେ ସଂପୂର୍ଣ୍ଣ ମିଶରର ଜୀବନ ଓ ଜୀବିକା ନିର୍ଭରଶୀଳ ଥିଲା ।

ମିଶରକୁ ନୀଳନଦୀର ଦାନ କୁହା ଯାଉଥିବା ବେଳେ ପ୍ରତିବର୍ଷ ଏହି ନଦୀରେ ବନ୍ୟା ଆସେ । ତେଣୁ ଏହାକୁ ଜାଣି ସେହି ଅନୁସାରେ କୃଷିକାର୍ଯ୍ୟ କରିବା ପାଇଁ ଏହି କ୍ଯାଲେଣ୍ଡର ସେଠାକାର କୃଷକଙ୍କୁ ସାହାଯ୍ୟ କରୁଥିଲା । ଖାଲି ସେତିକି ନୁହେଁ ବରଂ ଜଳସ୍ତର କମିବା, ଠିକରେ ଜଳସେଚନ କରିବା ଦିଗରେ ସେତେବେଳେ କ୍ଯାଲେଣ୍ଡର ସହାୟକ ହେଉଥିଲା । ସେହି ସମୟରେ କ୍ଯାଲେଣ୍ଡରରେ 12 ମାସ ସହ ପ୍ରତିମାସରେ 30ଦିନ ଥିଲା ।

ବର୍ଷ ଶେଷରେ ଅତିରିକ୍ତ 5 ଦିନ ମିଶାଯିବାରୁ ଏହା 365 ଦିନରେ ପରିଣତ ହୋଇଥିଲା । ଏହି ବଳକା 5ଦିନକୁ ଅଶୁଭ ଭାବୁଥିଲେ ମିଶର ବାସୀ । କ୍ଯାଲେଣ୍ଡର ଅଧିବର୍ଷ ପରିକଳ୍ପନା ମଧ୍ୟ ପ୍ରାଚୀନ ମିଶର ଦେଶରୁ ଆସିଛି । ଯେଉଁଥି ପାଇଁ ପ୍ରତ୍ଯେକ ଚାରିବର୍ଷରେ ଗୋଟିଏ ଅଧିକ ଦିନକୁ ଅନ୍ତର୍ଭୁକ୍ତ କରାଯାଉଥିଲା ।

ବର୍ତ୍ତମାନ ନୂଆବର୍ଷ 2023 ଆରମ୍ଭ ହୋଇସାରିଛି । ତେବେ ଆମେ ପାଳନ କରୁଥିବା ନୂତନ ବର୍ଷ ପ୍ରକୃତରେ ଗ୍ରେଗୋରିଆନ କ୍ଯାଲେଣ୍ଡରର ନୂତନ ବର୍ଷ । ବର୍ତ୍ତମାନ ସାରା ବିଶ୍ବରେ ଅନେକ କ୍ଯାଲେଣ୍ଡର ପ୍ରଚଳିତ ହେଉଥିବା ବେଳେ ଏହି ନୂତନ ବର୍ଷ ସାରା ବିଶ୍ବରେ ପାଳନ କରାଯାଏ । 1582 ମସିହାରେ ଆରମ୍ଭ ହୋଇଥିଲା ଏହି ଗ୍ରେଗୋରିଆନ କ୍ଯାଲେଣ୍ଡର । ଏହା ପୂର୍ବରୁ ଋଷର ଜୁଲିଆନ କ୍ଯାଲେଣ୍ଡର ପ୍ରଚଳିତ ଥିଲା ।

ଯେଉଁଥିରେ ଗୋଟିଏ ମାସରେ 10 ମାସ ରହିବା ସହ କ୍ରିସମାସ ଏକ ନିର୍ଦ୍ଦିଷ୍ଟ ଦିନରେ ପଡୁ ନଥିଲା । 15 ଅକ୍ଟୋବର 1582 ରେ ଆମେରିକାର ଆଲୋଇସିୟସ ଲିୟସ କ୍ରିସମାସ ପାଇଁ ଗୋଟିଏ ଦିନ ସ୍ଥିର କରିବାକୁ ଗ୍ରେଗୋରିଆନ କ୍ଯାଲେଣ୍ଡର ଆରମ୍ଭ କରିଥିଲେ । ଏହି କ୍ଯାଲେଣ୍ଡର ଅନୁଯାୟୀ ଜାନୁୟାରୀ ବର୍ଷର ପ୍ରଥମ ମାସ ଓ ଡିସେମ୍ବରରେ କ୍ରିସମାସ ସରିବା ପରେ ବର୍ଷ ଶେଷ ହୁଏ ।

ଏହି କ୍ଯାଲେଣ୍ଡର ଅନୁଯାୟୀ ପ୍ରତିବର୍ଷ କ୍ରିସମାସ 25 ଡିସେମ୍ବରରେ ସ୍ଥିର ହୋଇଗଲା । ଯେକୌଣସି କ୍ଯାଲେଣ୍ଡର ସୂର୍ଯ୍ୟଚକ୍ର କିମ୍ବା ଚନ୍ଦ୍ରଚକ୍ରର ଗଣନା ଉପରେ ଆଧାରିତ । ସୂର୍ଯ୍ୟଚକ୍ର ଉପରେ ଆଧାରିତ କ୍ଯାଲେଣ୍ଡରରେ ବର୍ଷକ 365 ଦିନ ଥିବାବେଳେ ଚନ୍ଦ୍ରଚକ୍ର ଉପରେ ଆଧାରିତ କ୍ଯାଲେଣ୍ଡରରେ 354 ଦିନ ରହିଛି । ଗ୍ରେଗୋରିଆନ କ୍ଯାଲେଣ୍ଡର ସୂର୍ଯ୍ୟର ଚକ୍ର ଉପରେ ଆଧାରିତ । ଏହି କ୍ଯାଲେଣ୍ଡରରେ ପ୍ରତିମାସରେ ସମାନ ଦିନ ମଧ୍ୟ ନାହିଁ ।

ଏହି କ୍ଯାଲେଣ୍ଡର ଚାରି ମାସରେ 30ଦିନ, 6 ମାସରେ 31 ଏବଂ ଏକ ମାସରେ 28ଦିନ ରହିଛି । ପ୍ରତି ଚାରିବର୍ଷରେ ଏକ ଅଧିବର୍ଷ ଆସେ ଯେଉଁଥିରେ ଫେବୃୟାରି ମାସଟି 28ଦିନ ପରିବର୍ତ୍ତେ 29 ଦିନିଆ ଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।