ଶନିବାର ଦିନ ଓସ୍ତଗଛକୁ ଛୁଇଁଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ର ଲିଖିତ ଅନୁଚିନ୍ତା

ଜୀବନକୁ ସୁଖମୟ ଓ ଶାନ୍ତିପୂର୍ଣ୍ଣ କରିବାକୁ ହେଲେ କିଛି ଅନୁଚିନ୍ତା ଓ ଶାସ୍ତ୍ର ନିୟମକୁ ପାଳନ କରିବାକୁ ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଖାସ୍ ଟିପ୍ସ । କଦଳୀ ପତ୍ରରେ ଭୋଜନ କରିବା ଦ୍ଵାରା ଆୟୁଷ ବୃଦ୍ଧି ହୋଇଥାଏ ଏବଂ ମାନସିକ ଶାନ୍ତି ପ୍ରାପ୍ତ ହେବା ସହ ଦାରିଦ୍ର୍ୟତା ଦୂର ହୋଇଥାଏ । ଘରେ ରହିଥିବା ଠାକୁର ଘରେ ପ୍ରତ୍ଯେକ ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୀପଟିଏ ଜାଳିବା ଉଚିତ, ଏହା ଅତ୍ୟନ୍ତ ମଙ୍ଗଳକାରୀ ଏବଂ ଘରେ ଦାରିଦ୍ର୍ୟତା ଦେଖା ଦେଇ ନଥାଏ ।

ପ୍ରତ୍ଯେକ ଦିନ କିଛି ସମୟ ଧ୍ୟାନ ଅଭ୍ଯାସ କରିବା ଦ୍ଵାରା ଶ୍ରୁତି ଶକ୍ତି ଉଦଜୀବିତ ହୋଇଥାଏ ଏବଂ ଚିନ୍ତା ଅବସାଦ ଦୂର ହେବାସହ ସଦାଚାର ବିକଶିତ ହୋଇଥାଏ । ପ୍ରତ୍ଯେକ ଦିନ ପଦ୍ମାସନରେ ବସି ଦାନ୍ତମୂଳକୁ କିଛି ସମୟ ଜିଭରେ ଚାପି ରଖିବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ ଏବଂ ଯକ୍ଷ୍ମା ରୋଗରୁ ଆରୋଗ୍ଯ ଲାଭ ହୋଇଥାଏ । ନିଜର ମସ୍ତକରେ ଶ୍ଵେତ ବର୍ଣ୍ଣର ଚିହ୍ନ କିମ୍ବା ପୂର୍ଣ୍ଣ ଚନ୍ଦ୍ରକୁ ଧ୍ୟାନ କଲେ କଲ୍ୟାଣକାରୀ ହୋଇଥାଏ ଏବଂ ଶିର ରୋଗରୁ ଉପଶମ ମିଳିଥାଏ ।

ଦୃଷ୍ଟି ସମୁଖରେ ପିତବର୍ଣ୍ଣ ଅର୍ଥାତ ହଳଦିଆ ରଙ୍ଗର ଆଲୋକକୁ ଧ୍ୟାନ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ସର୍ବ ରୋଗରୁ ଆରୋଗ୍ଯ ଲାଭ ହୋଇଥାଏ । ଗାଲରେ କେବେବି ହାତ ଦେଇ ବସିବା ଉଚିତ ନୁହେଁ, ଏହାଦ୍ବାରା ପକ୍ଷାଘାତ ରୋଗର ସମ୍ଭାବନା ବୃଦ୍ଧି ହୋଇଥାଏ । ବଦହଜମି, ମୁଣ୍ଡବିନ୍ଧା ହେବାସହ ଗୋଡରେ ଯନ୍ତ୍ରଣା ହେବାର ସମ୍ଭାବନା ରହିଥାଏ ।

ରବିବାର ଦିନ ଶୁଭ କାର୍ଯ୍ୟରେ ବାହାରକୁ ଯିବା ପୂର୍ବରୁ ପାନପାତ୍ର ଖାଇକି ଯିବା ଦ୍ଵାରା କାର୍ଯ୍ୟ ସଫଳ ହୋଇଥାଏ ଏବଂ ସୋମବାର ଦିନ ଦର୍ପଣରେ ମୁହଁ ଦେଖି କାର୍ଯ୍ୟରେ ଯିବା ଦ୍ଵାରା କାର୍ଯ୍ୟ ସିଦ୍ଧି ହୋଇଥାଏ । ମଙ୍ଗଳବାର ଦିନ ମିଠା ଖାଇ ଯିବା ଦ୍ଵାରା ଶୁଭ ହୋଇଥାଏ ଏବଂ ବୁଧବାର ଦିନ ପାନମଧୁରୀ ଖାଇକି ଯିବା ଦ୍ଵାରା କାର୍ଯ୍ୟ ସଫଳ ହୋଇଥାଏ । ଗୁରୁବାର ପାଞ୍ଚୋଟି ତୁଳସୀ ପତ୍ର, ଶୁକ୍ରବାର ଖସା ଲଡୁ ଏବଂ ଶନିବାର ଦିନ ଅଦା ଖଣ୍ଡେ ଖାଇକରି ଯିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

ଶୁଭ କାର୍ଯ୍ୟରେ ବାହାରକୁ ଯିବା ପୂର୍ବରୁ ଠାକୁରାଣୀ କିମ୍ବା ଯେକୌଣସି ଦେବୀଙ୍କ ପୂଜା ହୋଇଥିବା ଫୁଲ ପକେଟରେ ରଖି ଯିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ କାର୍ଯ୍ୟ ସଫଳ ହୁଏ । ଭିଜନ କରୁଥିବା ସମୟରେ ଖାଦ୍ଯ ଉପରେ କୁକୁର, ବିରାଡି ଇତ୍ୟାଦି ପଶୁ ଜନ୍ତୁଙ୍କ ଦୃଷ୍ଟି ନପଡିବା ଉଚିତ, ଏହାଦ୍ବାରା ପେଟଜନିତ ସମସ୍ଯା ଦେଖା ଦେଇଥାଏ ।

ଯଦି ଅଣ୍ଟା ଦରଜ ହେଉଥାଏ ତେବେ ଅଶ୍ଵଗନ୍ଧା ଚୂର୍ଣ୍ଣ ଏବଂ ଶୁଣ୍ଠି ଚୂର୍ଣ୍ଣକୁ ସମଭାବରେ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ଅଧାଚମଚ କରି ଉଷୁମ ପାଣି ସହିତ ଖାଇବା ଦ୍ଵାରା ଅଣ୍ଟା ଦରକ ଦୂର ହୋଇଥାଏ । ଶନିବାର ହେଉଛି ମହାଗ୍ରହ ଶନିଦେବଙ୍କ ବାର ଏହିଦିନ ନିଷ୍ଠାର ସହିତ ଶନିଦେବଙ୍କ ପୂଜାର୍ଚ୍ଚନା କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଶନିବାର ଦିନ ଓସ୍ତ ଗଛ ଚାରିପଟେ ପ୍ରଦକ୍ଷିଣ କରିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ଏବଂ ଓସ୍ତ ଗଛକୁ ଛୁଇଁବା ଦ୍ଵାରା ମଙ୍ଗଳକାରୀ ହେବାସହ ରୋଗନାଶ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।