ଏମିତି କିଛି ଜିନିଷ ରହିଛି ଯାହାକୁ କେବେ ମଧ୍ୟ କାହାରିକୁ ଦେବା କଥା ନୁହଁ, ସେହି ବ୍ୟକ୍ତି ଯେତେ ନିଜର ହୋଇଥିଲେ ମଧ୍ୟ ଏହି ଜିନିଷ ଦେବା ବହୁତ ଅଶୁଭ ହୋଇଥାଏ ଏବଂ ମାଆ ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇପାରନ୍ତି । ତେବେ ଚାଲନ୍ତୁ ଜାଣିବା । ଲୋକ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ବା ଫଟୋ ଉପହାର ଭାବେ ଦେଇଥାନ୍ତି କିନ୍ତୁ ଏମିତି କରିବା କଦାପି ଉଚିତ ନୁହଁ କାରଣ ଗଣେଶ ଭଗବାନ ଘରେ ଖୁସି ଆଣିଥାନ୍ତି ଏବଂ ମା ଲକ୍ଷ୍ମୀ ଘରେ ଧନ ଆଣିଥାନ୍ତି ଯଦି ଆପଣ ଭଗବାନ ଗଣେଶ ବା ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ଦେଉଛନ୍ତି ତେବେ ଆପଣଙ୍କ ଘରେ ନା ଖୁସି ରହିଥାଏ ଏବଂ ଦରିଦ୍ରତା ମଧ୍ୟ ଦେଖିବାକୁ ପଡ଼ିଥାଏ ।
କୁହାଯାଏ ସୁନା ଏବଂ ଚାନ୍ଦୀ ସେହି ବ୍ୟକ୍ତିକୁ ଦେବା କଥା ଯିଏ ବହୁତ ନିଜର ହୋଇଥାଏ କିନ୍ତୁ କେବେ ମଧ୍ୟ ବହାର ବ୍ୟକ୍ତି ଙ୍କୁ ସୁନା ବା ଚାନ୍ଦି ଦିଅନ୍ତୁ ନାହିଁ ନହେଲେ ଆପଣଙ୍କ ଜୀବନ ଦୁଃଖମୟ ରହିବ ।
ରୁମାଲ ସମସ୍ତେ ବ୍ୟବହାର କରିଥାନ୍ତି କିନ୍ତୁ କେବେ ମଧ୍ୟ କାହାରିକୁ ନିଜର ରୁମାଲ ଦିଅନ୍ତୁ ନାହିଁ ଏହା ଦ୍ଵାରା ସମ୍ପର୍କ ନଷ୍ଟ ହେବା ସହ ଘରେ ଦରିଦ୍ରତା ସୃଷ୍ଟି ହୋଇଥାଏ ।
ନିଜ ତଉଲିଆ କେବେ କାହାରି ସହିତ ସେୟାର କରନ୍ତୁ ନାହିଁ । କାରଣ ଅନ୍ୟର ଶରୀରର ଉର୍ଜା ଦ୍ଵାରା ଆପଣଙ୍କୁ ଫରକ ପଡିପାରେ । ସେହି ବ୍ୟକ୍ତିର ନକରାତ୍ମକ ଶକ୍ତି ଆପଣଙ୍କ ଉପରେ ପଡିପାରେ ତେଣୁ କେବେ ହେଲେ ନିଜ ତଉଲିଆ କାହାରିକୁ ଦିଅନ୍ତୁ ନାହିଁ ।
ରାତିରେ କାହାରିକୁ ଦହି ଦିଅନ୍ତୁ ନାହିଁ, ଯଦି ଆପଣ କାହାକୁ ଦହି ଦେବେ ତେବେ ଆପଣଙ୍କ ଘରୁ ମା ଲକ୍ଷ୍ମୀ ପଳାଇଯାଇଥାନ୍ତି ଏବଂ ଆପଣ ଦରିଦ୍ରତାର ଶିକାର ହୋଇଥାନ୍ତି ।
ଶନିବାର ଦିନ ତମ୍ବା ର ବାସନ କେବେ ହେଲେ ଦାନ କରିବେ ନାହିଁ ଏମିତି କରିବା ଦ୍ୱାରା ବ୍ୟାପାରରେ ବହୁତ କ୍ଷତି ହୋଇଥାଏ । ଏବଂ ପରିବାର ସଦସ୍ୟ ଅସୁସ୍ଥ ରହିଥାନ୍ତି ।
ବିବାହିତ ମହିଳା ମାନଙ୍କୁ ନିଜର ଗୋଡମୁଦି କେବେ ହେଲେ କାହାରିକୁ ଦେବା କଥା ନୁହଁ ଏହା ଦ୍ଵାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି ଏବଂ ଆପଣଙ୍କୁ ଧନର ଘୋର ଅଭାବ ହୋଇଥାଏ ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।