କେବଳ ଏହି 3 ଟି କଥା ଶିଖି ଯାଆନ୍ତୁ, ସବୁ ଦୁଃଖ ସୁଖରେ ବଦଳିଯିବ- Motivational speech

ସବୁ ମନୁଷ୍ୟ ଜୀବନରେ ବହୁତ ଖୁସି ରହିବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ ମନୁଷ୍ୟ ତାର ଜୀବନରେ ବହୁତ  ଦୁଃଖ ଭୋଗ କରିଥାଏ । ଏହି ଦୁଃଖ ପାଇଁ ବହୁତ ଚିନ୍ତା କରିଥାଏ ଏମିତି କି ସେ ମୃତ୍ୟୁକୁ ଆପଣେଇଥାଏ  । ସେ ଭାବେ ଯାହା ପାଇଁ ଜୀବନରେ ଏତେ ଦୁଖଃ ଭୋଗ କରୁଛି କିନ୍ତୁ ସେହି ମନୁଷ୍ୟ ବହୁତ ଖୁସିରେ ଅଛି । କଣ ମିଳିଲା ଭଲ କରି । ଆମେ କାହାର କିଛି କ୍ଷତି କରିନାହୁଁ କିନ୍ତୁ ଆମକୁ ଏତେ ଦୁଖଃ କାହିଁକି ମିଳୁଛି । ଏହି ଦୁଃଖରେ କିପରି  ଖୁସି ରହିବ ।

ଗୋଟିଏ ଆଶ୍ରମରେ ଏକ ଶିଷ୍ୟ ତାର ଶିକ୍ଷା ସମାପ୍ତ ସାରି ଘରକୁ ଯିବା ପାଇଁ ବାହାରିଲା ଗୁରୁଙ୍କଠାରୁ ବିଦାୟ ନେବାବେଳେ ସେ ଗୁରୁଙ୍କୁ କହିଲା କି ତାର ଘର ବହୁତ ଦୂର ଓ ବାଟରେ ବଡ଼ ଜଙ୍ଗଲ ଅଛି ସେ ଏହି ଜଙ୍ଗଲ ପାର କରି କିପରି ଯିବ ।

ଗୁରୁ ତାକୁ ସାହାସ ଦେଇ କହିଲେ ଅସୁବିଧା ସମୟରେ ତାଙ୍କୁ ସ୍ମରଣ କରିଲେ ସେ ତାକୁ ସେହି ସମସ୍ୟା ର ସମାଧାନ ଉପାୟ କହିବେ । ସେ ଜଙ୍ଗଲରେ ଯିବା ବେଳେ ବାଘର ସାମ୍ନା ହେଲା ସେହି ଗୁରୁଙ୍କୁ ସ୍ମରଣ କରିବା ଦ୍ୱାରା ଗୁରୁ ପରାମର୍ଶ ଦେଲେ ସେହି ସ୍ଥାନ ଛାଡି କ୍ଷିପ୍ର ଗତିରେ ଦୌଡ଼ିବାକୁ କିନ୍ତି ଏଥିରେ ସେ ଅସମର୍ଥ ସ୍ୱୀକାର କଲା । ଗୁରୁ ତାକୁ କହିଲେ ଜୋରକରି ପାଟି କରି ଆଖ ପାଖ ଲୋକଙ୍କୁ ଡାକିବାକୁ । କିନ୍ତୁ ସେଥିରେ ମଧ୍ୟ ସେ ଅସମର୍ଥ ସ୍ୱୀକାର କଲା ।

ଗୁରୁ ତୃତୀୟ ଉପାୟ କହିଲେ କି କୌଣସି ବଡ଼ ବୃକ୍ଷ ଉପରେ ଚଢ଼ି ଯିବାକୁ କିନ୍ତୁ ସେଥିରେ ବି ଅସମର୍ଥ ଥିଲା । ଗୁରୁ ତାକୁ ଶେଷରେ କହିଲେ ତୁମର ଯାହା ଇଛା ତାହା ହିଁ କର । ଆମ ଜୀବନ ବି ଠିକ ସେହିପରି । ଆମ ଜୀବନ ଜଙ୍ଗଲ ସଦୃଶ ହୋଇଥାଏ ଏହି ଜୀବନରେ ବହୁତ ସମସ୍ୟା ଆସିଥାଏ , ଏହି ସମସ୍ୟାକୁ ନେଇ ଆମେ ବହୁତ ଚିନ୍ତା କରିଥାଉ । କିନ୍ତୁ ଆମେ ଏହାର ସମାଧାନ ବିଷୟରେ ଚିନ୍ତା କରୁନା ।

କିନ୍ତୁ ଏହି ଦୁଖରୁ ରକ୍ଷା ପାଇବା ପାଇଁ ଆମକୁ ଗୁରୁକହିଥିବା ସେହି ତିନୋଟି ଉପାୟ କରିବା ଆବଶ୍ୟକ । ପ୍ରଥମ ଯେଉଁ ସମସ୍ୟା ଆମକୁ ଦୁଖଃ ଦେଉଛି ଆମକୁ ତାଠାରୁ ଦୂରକୁ ଚାଲିଯିବା ଦରକାର । କିନ୍ତୁ ଲୋକ କହନ୍ତି ଆମ ଜୀବନ ଏହାଦ୍ୱାରା ଆଧାରିତ ତ ଆମେ ଏହାଠାରୁ କିପରି ଅଲଗା ହୋଇଯିବା । ଆମେ ଆମ ମନରୁ ଏହି ବିଚାରକୁ ଦୁରେଇ ଦେବା ଉଚିତ ।

ପ୍ରଥମ ବିଚାର ଅନୁସାରେ ଆପଣ ଏହି ଦୁଖ ଚିନ୍ତାରୁ ଦୁରେଇ ଯାଆନ୍ତୁ କିନ୍ତୁ ଆମେ ସେହି ଶିଷ୍ୟ ପରି କୌଣସି ଉପାୟ ନକରି ସେହି ଦୁଃଖରେ ଭାଙ୍ଗିପଡ଼ିଥାଉ । ଦ୍ଵିତୀୟ ଉପାୟ ଆମେ ଏହି ସମସ୍ୟା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା କି ଯାହାଦ୍ୱାରା ଆମ ବିରୁଦ୍ଧରେ କେହି ଲାଗିପାରିବେ ନାହିଁ । ତୃତୀୟ ଉପାୟ କି ଆପଣ ସେହି ପରିସ୍ଥିତିରୁ ନିଜକୁ ଉପରକୁ ଉଠାଇଦିଅନ୍ତୁ କି ସେହି ଦୁଃଖ ଆପଣଙ୍କୁ ବହୁତ ଛୋଟ ଲାଗିବ । ସବୁ ମନୁଷ୍ୟ ଭାବିଥାଏ କି ସେ ବୁଦ୍ଧିଆ ନୁହେଁ କି ତା ପସ୍ଖରେ ଏତେ ଧନ ନାହିଁ ।

ସବୁ ମନୁଷ୍ୟ ନିଜ ଭାବନା ଦ୍ୱାରା ବଡ଼ ଓ ଛୋଟ ହୋଇଥାଏ । କିଛି ଲୋକଙ୍କ ପାଖରେ ଧନ ନଥାଇ ବି ଧନୀ ଥାଆନ୍ତି । ଆଉ କିଛି ଲୋକ ଧନୀ ହୋଇକିବି ଗରିବ ଥାଆନ୍ତି କେବଳ ତାଙ୍କର ମନ ଭାବନାରୁ ସେମାନେ ଏପରି ବିଚାର କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।