କେବଳ ଏହି 1 ଅଣ୍ଡା ଆପଣଙ୍କ ଅର୍ଶ (Piles) ପୁରା ଭଲ କରିଦେବ, ଜାଣନ୍ତୁ କେମିତି କରିବେ ଉପଚାର ! (Health Tips)

ଅର୍ଶ ଏପରି ଏକ ସମସ୍ଯା ଯାହା ଆଜିକାଲି ଅନେକଙ୍କ ଠାରେ ଦେଖିବାକୁ ମିଳୁଛି । ଭୁଲ ଜୀବନଶୈଳୀ, ଖରାପ ଖାଦ୍ୟପେୟ ଯୋଗୁଁ ଏହି ରୋଗ ହୋଇଥାଏ । ପେଟ ଠିକ ଭାବେ ସଫା ହୋଇ ନପାରିଲେ ଅର୍ଶ ଭଳି ରୋଗ ଦେଖା ଦେବାର ଆଶଙ୍କା ଅଧିକ ରହିଥାଏ । ଅର୍ଶ ଭଲ କରିବାର ଅନେକ ଘରୋଇ ଆୟୁର୍ବେଦିକ ଉପାୟ ଶହ ଶହ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି । ଆଜି ଆମେ ଆପଣଙ୍କୁ ଏକ ଅଣ୍ଡା ଦ୍ଵାରା କିପରି ଅର୍ଶ ଭଲ ହେବ ତାହା ଜଣାଇବୁ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଅଣ୍ଡା ବିଷୟରେ କହିବାକୁ ଯାଉଛୁ ତାହା କୌଣସି ସାଧାରଣ କୁକୁଡାର ଅଣ୍ଡା ନୁହେଁ । ଏହା ହେଉଛି ବତକର ଅଣ୍ଡା । ଏହି ଘରୋଇ ଉପଚାର ପାଇଁ ଆପଣଙ୍କୁ ବତକ ଅଣ୍ଡା ସଂଗ୍ରହ କରିବାକୁ ହେବ । ଏହା ଆପଣଙ୍କୁ ଯେକୌଣସି ବାଟାକ ଫାର୍ମ କିମ୍ବା ଯିଏ ବତକ ପାଳିଥିବେ ତାଙ୍କ ପାଖେ ମିଳିଯିବ । ଅନେକ ଭବିଥାନ୍ତି କି ଅର୍ଶ ଭଳି ସମସ୍ଯାରେ ଅଣ୍ଡା ଖାଇବା ଠିକ ନୁହେଁ । କିନ୍ତୁ ମନେ ରଖନ୍ତୁ ଅର୍ଶ ଥିଲେ ଅଣ୍ଡା ଖାଇବା ଏକଦଶମ ସୁରକ୍ଷିତ ।

ଅର୍ଶ ଥିଲେ ଆପଣ ସବୁବେଳେ ଏମିତି ଖାଦ୍ଯ ଖାଆନ୍ତୁ ଯାହାଦ୍ଵାରା ଆପଣଙ୍କୁ କୋଷ୍ଠକାଠିନ୍ଯ ହେବନାହିଁ । ଅଣ୍ଡାରୁ ଫ୍ୟାଟ, ପ୍ରୋଟିନ ଓ ଏମିନୋ ଏସିଡ ପ୍ରଚୁର ମାତ୍ରାରେ ମିଳିଥାଏ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡିବ ନାହିଁ । ଏଥିପାଇଁ କେବଳ ରାତିରେ ଶୋଇବା ପୂର୍ବରୁ ଏକ ପାତ୍ରରେ ଅଣ୍ଡା ବୁଡିବା ଭଳି କିଛି ପାଣି ନେଇ ସେଥିରେ ବତକ ଅଣ୍ଡା ରଖି ସିଝାନ୍ତୁ । ଅଣ୍ଡା ସିଝାଇବା ବେଳେ ପାଣିରେ ଆଦୌ ଲୁଣ ପକାନ୍ତୁ ନାହିଁ ।

ଏହି ଅଣ୍ଡାକୁ ପ୍ରାୟ ୨୫ ମିନିଟ ଯାଏଁ ଭଲ ଭାବେ ସିଝିବାକୁ ଛାଡି ଦିଅନ୍ତୁ । ଏହାପରେ ଆପଣ ଗ୍ଯାସ ବନ୍ଦ କରି ଅଣ୍ଡା ସିଝୁଥିବା ପାତ୍ରରେ ଥଣ୍ଡା ପାଣି ଭର୍ତ୍ତି କରନ୍ତୁ ଓ ଏହାକୁ ରାତିସାରା ସେମିତି ରହିବାକୁ ଦିଅନ୍ତୁ । ସକାଳେ ପରିଷ୍କାର ଭାବେ ଏହି ଅଣ୍ଡାର ଚୋପା ଛଡାଇ ଦିଅନ୍ତୁ । ପ୍ରତିଦିନ ରାତିରେ ଏହିପରି ଗୋଟିଏ ବତକ ଅଣ୍ଡା ସିଝାଇ ନର୍ମାଲ ପାଣିରେ ରାତିସାରା ରହିବାକୁ ଦିଅନ୍ତୁ । ସକାଳେ ଜଳଖିଆ ଖାଇବା ସମୟରେ ଏହି ଅଣ୍ଡାକୁ ଖାଆନ୍ତୁ । ମନେ ରଖନ୍ତୁ ଏହି ଅଣ୍ଡା ଖାଇବା ବେଳେ ଏଥିରେ ମଧ୍ୟ ଲୁଣ ଲଗାଇ ଖାଆନ୍ତୁ ନାହିଁ ।

ସେମିତି ଖାଲି ଅଣ୍ଡାକୁ ଏହିପରି ସାତଦିନ ଯାଏଁ ସକାଳୁ ଖାଆନ୍ତୁ । ଦେଖିବେ ଆପଣଙ୍କ ଅର୍ଶ ଭଳି ସମସ୍ଯା ଧୀରେ ଧୀରେ ଭଲ ହୋଇଯିବ । ଅଣ୍ଡାରେ ଉଚ୍ଚ ମାତ୍ରାରେ ପ୍ରୋଟିନ ଥାଏ ତେଣୁ ଅର୍ଶ ରୋଗୀମାନେ ଦୁଇରୁ ତିନୋଟି ଅଣ୍ଡା ଦିନକୁ ଖାଇପାରିବେ । ବିଶେଷ କରି ରକ୍ତାର୍ଶକୁ ଭଲ କରିବା ପାଇଁ ଦିନକୁ କେବଳ ଗୋଟିଏ ବତକ ଅଣ୍ଡା ଆପଣଙ୍କ ପାଇଁ ବେଷ୍ଟ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।