କେବଳ 2 ପାଖୁଡା ରସୁଣ ଖାଇବା ଦ୍ଵାରା ମୂଳରୁ ଶେଷ ହୋଇଯାଏ ଏହି ସବୁ ଭୟଙ୍କର ରୋଗ- Health Tips

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଜୀବନର ଅନେକ ସମୟରେ ଅନେକ ପ୍ରକାର ରୋଗ ଦେଖା ଯାଇଥାଏ । ଏହି ରୋଗ ରୁ ବଂଚିବା ପାଇଁ ଆମେ ମାନେ ବହୁତ ଡାକ୍ତର ପରାମର୍ଶ କରି ବଜାର ରୁ ଅନେକ ଔଷଧ ଖାଇଥାଉ । ଯାହା ଦ୍ୱାରା କୌଣସି ସୁଫଳ ମିଳି ନ ଥାଏ । କିନ୍ତୁ ଶାସ୍ତ୍ର ରେ ଏପରି କିଛି ଉପାୟ ଅଛି ଯାହାକୁ ଆମେ ପ୍ରତିଦିନ କରି ଖାଇବା ଦ୍ୱାରା ସମସ୍ତ ରୋଗ ଭଲ ହୋଇ ଯାଇଥାଏ । ଅନେକ ସମୟରେ ବହୁତ ପ୍ରକାର ର ରୋଗ ଦେଖା ଯାଇଥାଏ ।

ଏହା ଦ୍ବାରା ଆମକୁ ବହୁତ ପ୍ରକାର ଯନ୍ତ୍ରଣା ମଧ୍ୟ ସହିବାକୁ ପଡି ଥାଏ । କିନ୍ତୁ ଏହି ସବୁ ଯନ୍ତ୍ରଣା ବେସି ଦିନ ପର୍ଯ୍ୟନ୍ତ ସହିବା ବହୁତ କଷ୍ଟ ସାଧ୍ୟ ହୋଇ ଥାଏ । ଏହି ସବୁ କଷ୍ଟ ରୁ ମୁକ୍ତି ପାଇବା ପାଇଁ ଆମେ ଲୋକମାନେ ବଜାର ରୁ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି ।

ଔଷଧ ସେବନ କରିବା ଦ୍ୱାରା ଶରୀର ଆହୁରି ଦୁର୍ବଳ ମଧ୍ୟ ହୋଇପଡ଼ିଥାଏ । ଆପଣଙ୍କୁ ଜଣାଇ ଦେଉ ଅଛୁ କି ଅତ୍ୟଧିକ ଔଷଧ ସେବନ କରିବା ଦ୍ୱାରା ହାଡ଼ ସବୁ ଦୁର୍ବଳ ହୋଇ ପଡିଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏପରି କିଛି ଔଷଧ ଅଛି ଯାହାକୁ ଆମେ ନଜ୍ଜ ଘରେ କମ ଖର୍ଚ୍ଚରେ ଓ ପ୍ରାକୃତିକ ଉପାୟରେ ତିଆରି କରି ଖାଇ ପାରିବା । ଏହାର କୌଣସି ପ୍ରକାର କୁ ପ୍ରଭାବ ଆମ ଶରୀର ଉପରେ ପଡି ନ ଥାଏ । ତେବେ ବନ୍ଧୁଗଣ ଆପଣ ମାନେ ରସୁଣ ଵିଷୟ ରେ ତ ଜାଣିଥିବେ ।

ସାଧାରଣତଃ ଏହା ଆମେ ବିଭିନ୍ନ ପ୍ରକାର ତରକାରୀ ର ମସଲା ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରିଥାଉ କିନ୍ତୁ ବନ୍ଧୁଗଣ ଏହି ରସୁଣ ର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଆମେ ଆଜି ଏହି ସମ୍ପର୍କରେ ଅନେକ ତଥ୍ୟ ଦେବାକୁ ଯାଉଛୁ । ତେବେ ଆସନ୍ତୁ ବନ୍ଧୁଗଣ ରସୁଣ କୁ ସେବନ କରିବା ଦ୍ୱାରା କେଉଁ ସବୁ ରୋଗ ରୁ ଆମକୁ ମୁକ୍ତି ମିଳିଥାଏ ସେ ସମ୍ପର୍କରେ ଜାଣିବା । ରସୁଣ କୁ ବହୁତ ପୁରାତନ କାଳରୁ ଔଷଧ ଭାବରେ ବ୍ୟବହାର କରାଯାଇ ଆସୁଅଛି ।

ପାଶ୍ଚାତ୍ୟ ଔଷଧ ର ଜନକ ମଧ୍ୟ ଏହି ରସୁଣ କୁ ବିଭିନ୍ନ ପ୍ରକାର ରୋଗ ର ଔଷଧ ଭାବରେ ସେବନ କରିବା ପାଇଁ ଦେଉଥିଲେ । ରସୁଣ ରେ ଭିଟାମିନA, ଭିଟାମିନB, ଭିଟାମିନC, ମଙ୍ଗନିଜ, କ୍ୟାଲସିୟମ ଭଳି ଉପାଦାନ ଥାଏ । ରସୁଣ ଫୁଡ଼ ପଏଜନ ହେବାକୁ ଦେଇ ନ ଥାଏ । ଏଥିରେ ଥିବା ବିଭନ୍ନ ପ୍ରକାର ଆଣ୍ଟି ବ୍ୟକ୍ଟ୍ରିଆ ଥିବାରୁ ଏହା ଆମ ଶରୀର ରେ ଫୁଡ଼ ପଏଜନ ହେବାକୁ ଦେଇ ନ ଥାଏ । ରସୁଣ ଖାଇବା ଦ୍ୱାରା ଭୋକ ନ ଲାଗିବା ଏବଂ ବଦହଜମି ଭଳି ରୋଗ କୁ ଦୁର କରିଥାଏ ।

ରସୁଣ ଖାଇବା ଦ୍ୱାରା ଦାନ୍ତ ବିନ୍ଧା ରୋଗ ମଧ୍ୟ ଦୁର ହୋଇଥାଏ । ଏଥିରେ ଆଣ୍ଟି ବ୍ୟକ୍ଟ୍ରିଆ ଥିବାରୁ ଏହା ଦାନ୍ତ ମୂଳ ରେ ଥିବା ସମସ୍ତ ବ୍ୟକ୍ଟ୍ରିଆ କୁ ମାରି ଦେଇଥାଏ । ଏହା ଦ୍ୱାରା ଦାନ୍ତ ମୂଳ ବିନ୍ଧିବା ବନ୍ଦ ହୋଇ ଯାଇଥାଏ । ରସୁଣ ଖାଇବା ଦ୍ୱାରା ଓଜନ ମଧ୍ୟ କମିଥାଏ । ଯେଉଁ ମାନେ ଓଜନ କମାଇବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଇଁ ରସୁଣ ଏକ ଔଷଧ ପରି କାର୍ଯ୍ୟ କରିଥାଏ । ଏହି ପରି ବ୍ୟକ୍ତିଙ୍କୁ ରସୁଣ ଖାଇବା ନିହାତି ଆବଶ୍ୟକ ଅଟେ । ରସୁଣ ଖାଇବା ଦ୍ବାରା ଆମେ ସମସ୍ତ ପ୍ରକାର ଚର୍ମ ସଂକ୍ରମଣ ଜନିତ ରୋଗ ରୁ ରକ୍ଷା ପାଇଥାଉ ।

ରସୁଣ ରେ ବିଭିନ ପ୍ରକାର ପୋଷକ ତତ୍ତ୍ୱ ଥିବାରୁ ଏହା ଆମକୁ ବିଭିନ୍ନ ପ୍ରକାର ଚର୍ମ ରୋଗ ରୁ ରକ୍ଷା କରିଥାଏ । ରସୁଣ ର ରସ କୁ ସେହି ସ୍ଥାନ ରେ ଲେପନ କଲେ ସମସ୍ତ ଯନ୍ତ୍ରଣା ଦୁର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଆମ ଶରୀର ରେ ଥିବା ରକ୍ତ ପତଳା ହୋଇଥାଏ । ଆମେ ରସୁଣ ଖାଇବା ଦ୍ୱାରା ସେଥିରେ ଥିବା ସମସ୍ତ ପ୍ରକାର ଉପାଦାନ ଆମ ଶରୀର କୁ ଯାଇଥାଏ ଯାହା ଦ୍ୱାରା ଆମ ଶରୀର ରେ ଥିବା ରକ୍ତ ପତଳା ହୋଇଥାଏ । ରସୁଣ ଖାଇବା ଦ୍ୱାରା ଡାଇବେଟିସ ରୋଗ ମଧ୍ୟ କମି ଯାଇଥାଏ ।

ପ୍ରତିଦିନ ରସୁଣ ଖାଇବା ଦ୍ୱାରା ରକ୍ତ ଚାପ କମ ହୋଇଥାଏ । ଏଥିରେ ଥିବା ବିଭିନ୍ନ ପ୍ରକାର ଉପାଦାନ ଶରୀର ମଧ୍ୟକୁ ଯାଇ ଆମ ଶରୀର ର ରକ୍ତ ଚାପ କମ କରିଥାଏ । ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଆମ ହୃତପିଣ୍ଡ ସୁସ୍ଥ ରହିଥାଏ ।

ତେବେ ବନ୍ଧୁଗଣ ଯଦି ଆପଣଙ୍କ ର କୌଣସି ସମସ୍ୟା ରହିଛି ତେବେ ପ୍ରତିଦିନ ରସୁଣ ସେବନ କରନ୍ତୁ । ତେବେ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।  ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।