Hindu Mythology- କେଉଁ କାରଣ ପାଇଁ ପୂଜା କରାଯାଏ ନାହିଁ ଇନ୍ଦ୍ରଦେବଙ୍କୁ, 99% ଓଡ଼ିଆ ଜାଣି ନଥିବେ ଏହି କଥା !!

ଇନ୍ଦ୍ର ଦେବଙ୍କୁ ଦେବତାଙ୍କର ରାଜା କୁହାଯାଏ ଏଥି ପାଇଁ ତାଙ୍କୁ ଦେବରାଜ ବୋଲି କୁହାଯାଏ । କିନ୍ତୁ ଇନ୍ଦ୍ର ଦେବଙ୍କୁ ପୂଜା କରାଯାଏ ନାହିଁ କି ଭାରତରେ କୌଣସି ଜାଗାରେ ଇନ୍ଦ୍ର ଦେବଙ୍କର ମନ୍ଦିର ନଥାଏ । ତେବେ ଆସନ୍ତୁ ଜାଣିବା ଦେବରାଜ ଇନ୍ଦ୍ରଙ୍କୁ କାହିଁକି ପୂଜା କରାଯାଏ ନାହିଁ । ପୌରାଣିକ କଥା ଅନୁସାରେ ଇନ୍ଦ୍ର ଦେବ କୌଣସି ଏକ ଦେବତା ନୁହେଁ । ସ୍ଵର୍ଗଲୋକର ଆସନ ଯେଉଁ ମାନେ ଗ୍ରହଣ କରୁଥିଲେ ତାଙ୍କୁ ଦେବରାଜ ଇନ୍ଦ୍ର କୁହାଯାଏ ।

ଏ ପର୍ଯ୍ୟନ୍ତ ୧୪ ଜଣ ଇନ୍ଦ୍ର ହୋଇ ସାରିଲେଣି ସେମାନେ ହେଲେ ୟଜନ ବପଶ୍ଵିତ, ସିବି , ବିଧୁ , ମନୋଜବ, ପୁରନ୍ଦର , ବାଲି, ଅଦ୍ଭୁତ , ଶାନ୍ତି , ବିଶ , ଋତୁଧାମ , ଦେବଷ୍ପତି , ସୂଚୀ ଅଟନ୍ତି । ଇନ୍ଦ୍ର ଦେବଙ୍କୁ ଭୟ ରହୁଥିଲା କି ତାଙ୍କ ରାଜ୍ୟ କେହି ଛଡାଇନେବାର ଏଥିପାଇଁ ସେ କୌଣସି ରାଜା କିମ୍ବା ଶାଧୁ ମାନଙ୍କୁ ତାଙ୍କ ଠାରୁ ବଳଶାଳୀ ହେବାକୁ ଦେଉନଥିଲେ ।

ଏହି କାରଣରୁ ଇନ୍ଦ୍ର ରାଜା ସ୍ଵର୍ଗର ଅପସରା ମାନଙ୍କ ଦ୍ଵାରା ତପସ୍ଵୀ ମାନଙ୍କୁ ମାଟି ଭ୍ରଷ୍ଟ କରିଦେଉଥିଲେ ଏବଂ ରାଜା ମାନଙ୍କର ଅଶ୍ଵ କୁ ଚୋରାଇ ନେଉଥିଲେ । ଏହି କାରଣ ରୁ ମନୁଷ୍ୟ ମାନେ ଇନ୍ଦ୍ର ଦେବଙ୍କୁ ପୂଜା କରିବା ଛାଡି ଦେଲେ । ପୌରାଣିକ କଥା ଅନୁଶାରେ ଧାରିତ୍ରି ଉପରେ ଗୌତମ ରୁଷୀୟ ତାଙ୍କ ସ୍ତ୍ରୀ ସହ ଜଙ୍ଗଲରେ ରହୁଥିଲେ ।

ତାଙ୍କ ସ୍ତ୍ରୀ ଙ୍କ ନାମ ଅହଲ୍ୟା ଥିଲା ଓ ସେ ବହୁତ ଶୁନ୍ଦର ଏବଂ ପାତୀବ୍ରତା ସ୍ତ୍ରୀ ଥିଲେ । ଇନ୍ଦ୍ର ଦେବ ଦିନେ ଗୌତମ ଋଷିଙ୍କ କୁଟୀର ପାଖରେ ଯାଉଥିଲେ ସେ ଏହି ସମୟରତେ ଅହଲ୍ୟାଙ୍କର ସୁନ୍ଦର ତାକୁ ଦେଖି ବହୁତ ଆକ୍ରୁଷ୍ଟ ହୋଇଯାଇଥିଲେ । ଇନ୍ଦ୍ର ସ୍ଵର୍ଗ ଲୋକକୁ ଫେରି ଯାଇ ଚିନ୍ତା କାଳେ କି କଣ କାଲେ ଅହଲ୍ୟାଙ୍କୁ ନିଜର କରିପାରିବେ । ଏଥି ପାଇଁ ସେ କପଟତାର ସାହାଜ୍ଯ ନେଇଥିଲେ । ଦିନେ ଗୌତମ ରୁଷି ନଥିବା ସମୟରେ ଅହଲ୍ୟାଙ୍କ ପାଖରେ ଇନ୍ଦ୍ର ଗୌତମ ଋଷିଙ୍କ ରୂପ ଧାରଣ କରି ପହଞ୍ଚିଲେ ।

ଅହଲ୍ୟା ଇନ୍ଦ୍ର ଙ୍କୁ ଚିହ୍ନି ନପାରି ନିଜ ସ୍ଵାମୀ ଭାବି ତାଙ୍କ ସେବାରେ ଲାଗି ଗଲେ ଏହି ଗୌତମ ରୁଷି କୁଟୀର କୁ ଫେରି ଅହଲ୍ୟାଙ୍କୁ ବହୁରୂପି ସହଦେଖି କ୍ରୋଧିତ ହୋଇ ଇନ୍ଦ୍ର ଙ୍କୁ ଅଭିଶାପ ଦେଲେ କି ତୁମେ ଯେଉଁ ଭାବରେ ପର ସ୍ତ୍ରୀ ସହ ସମ୍ପର୍କ ରଖିବାର ଇଚ୍ଛା ଭଳି ହଜାରେ ପ୍ରକାର ର ଇଚ୍ଛା ତୁମ ମନରୁ ନଷ୍ଟ ହୋଇଯିବ ଏବଂ ଦେବତାଙ୍କର ରାଜା ହୋଇ ମନ୍ଧ୍ୟ ତୁମକୁ କେହି ପୂଜା କରିବେ ନାହିଂ ଓ ଅହଲ୍ୟାଙ୍କୁ ପଥର ହୋଇଯିବାର ଅଭିଶାପ ଦେଲେ ।

ଏହା ପରେ ଇନ୍ଦ୍ର ନିଜ ରୂପଧାରଣ କରି ରୁଷୀଙ୍କୁ କ୍ଷମା ମାଗିବାରୁ ତାଙ୍କର ଏହି ଗୁଣକୁ ଆଖିରେ ପରିଣତ କରିଦେଲେ । ଅହଲ୍ୟା କ୍ଷମା ମାଗିବାରୁ ତାଙ୍କୁ କହିଲେ ତ୍ରେତୟା ଯୁଗରେ ରାମଙ୍କ ଚରଣ ସ୍ପର୍ଶ ପାଇବାରୁ ଏହି ଅଭିଶାପ ରୁ ମୁକ୍ତି ପାଇବେ । ଏହି କାରଣରୁ ମନୁଷ୍ୟ ମାନେ ଇନ୍ଦ୍ରଙ୍କୁ ପୂଜା କରନ୍ତି ନାହିଂ ।

ଦ୍ଵିତୀୟ ମାନ୍ୟତା ଅନୁଶାରେ ମଥୁରା ରେ ପ୍ରଜା ମାନେ ଇନ୍ଦ୍ର ଉତ୍ସବ କରୁଥିଲେ କିନ୍ତୁ ଭଗବାନ କୃଷ୍ଣ ପ୍ରଜା ମାନଙ୍କୁ ଏଥିରୁ ନିବୃତ ରହିବାକୁ କହି ଗୋମାତା ଓ ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ପାଇଁ କହିଥିଲେ ଏଥିରୁ ଇନ୍ଦ୍ର ରାଗି ଯାଇ ମଥୁରା ନଗରୀରେ ଭୀଷଣ ଝଡ ବର୍ଷା କାରାଇଲେ ।

ଏହା ଦ୍ଵାରା ମଥୁରା ସମ୍ପୂର୍ଣ ବୁଡିବାକୁ ଲାଗିଲା ଏହି ସମୟରେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ କୁ ନିଜ କାଣୀ ଆଙ୍ଗୁଳିରେ ଧାରଣ କରି ମଥୁରା ବାସୀଙ୍କୁ ତ ତଳେ ରହିବାକୁ କହି ତାଙ୍କୁ ରକ୍ଷା କରିଥିଲେ । ଏହାପରେ ଇନ୍ଦ୍ରଙ୍କ ଅଭିମାନ ଭାଙ୍ଗିଗଲା ଓ କୃଷ୍ଣଙ୍କ ସହ ଭୀଷଣ ଯୁଧା ହେଲା ଏଥିରେ ଇନ୍ଦ୍ର ହାରି ଗଲେ ଏହା ପରେ ମଥୁରା ରେ ଇନ୍ଦ୍ର ଉତ୍ସବ ନହୋଇ ଗୋପ ଉତ୍ସବ ପାଳନ କାରାଗଲା । ଏଥି ପାଇଁ ଇନ୍ଦ୍ରକୁ ପୂଜା କରାଯାଏ ନାହିଁ ।

ଆଶାକରୁଛୁ ଆମର ଏହି ପୋସ୍ଟ ଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।