ଚୁପଚାପ ପଡିଯାଇଥିବା ପାରା କିମ୍ବା କାଉର ପରକୁ ରଖି ଦିଅନ୍ତୁ ଏହି ଜାଗାରେ, ପୁଣି ହେବ ଛପ୍ପଡ଼ ଫାଡ଼ ଇନକମ

ସବୁ ମଣିଷ ଧନୀ ହେବା ନିମନ୍ତେ ଅଧିକରୁ ଅଧିକ ଟଙ୍କା ଆୟ କରିବାକୁ ଚାହେଁ । କିନ୍ତୁ କୌଣସି ବି ଜିନିଷ ପାଇବା ପାଇଁ ହେଲେ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବିନା ପରିଶ୍ରମରେ ହିଁ ସବୁ କିଛି ପ୍ରାପ୍ତ କରି ନିଅନ୍ତି । ଏହିଭଳି ଲୋକମାନଙ୍କର ଭାଗ୍ୟ ତାଙ୍କର ସାଥ ଦେଇଥାଏ । କିନ୍ତୁ ବେଳେ ବେଳେ କଠିନ ପରିଶ୍ରମ କରିବା ସତ୍ତ୍ୱେ ବି ସଫଳତା ମିଳେ ନାହିଁ ।

ଏହା ପଛର କାରଣ ବାସ୍ତୁଦୋଷ ହୋଇପାରେ । ସେଥିପାଇଁ ଆପଣ ଯଦି ନିଜ ଘରର ବାସ୍ତୁଦୋଷ ଉପରେ ଧ୍ୟାନ ଦେବେ ତେବେ ଆପଣଙ୍କର ଭାଗ୍ୟ ବଦଳିପାରେ । ବାସ୍ତୁଶାସ୍ତ୍ରରେ ଏମିତି କିଛି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଶୁଭ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।

ଉପାୟ

Image courtesy: Google

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପାରା କିମ୍ବା କାଉର ପର ରଖିବା ବହୁତ ଶୁଭ ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି କି ଘରେ ଶାନ୍ତି ବନି ରହୁ ତେବେ ଚୁପଚାପ କୌଣସି ଧଳା କପଡାରେ ପାରା /କାଉର ପରକୁ ବାନ୍ଧି ତାହା ଉପରେ ନାଲି ରଙ୍ଗର ସୂତା ବାନ୍ଧି ନିଜର ତିଜୋରି କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିଥାଏ ଓ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।

Image courtesy: Google

ଘରେ ସୁଖ – ଶାନ୍ତି ଓ ଧନ – ସମ୍ପଦ ରହିବା ପାଇଁ ପଞ୍ଚମୁଖି ହନୁମାନଙ୍କର ମୂର୍ତ୍ତି ଘରର ଦକ୍ଷିଣ – ପଶ୍ଚିମ ଦିଗରେ ରଖନ୍ତୁ ଓ ସବୁଦିନ ପୂଜା କରନ୍ତୁ । ଏହା ଦ୍ଵାରା ଘରର ପରିବେଶ ସବୁବେଳେ ସୁଖମୟ ରହିବ ।

Image courtesy: Google

ବାସ୍ତୁ ଅନୁସାରେ ଘରେ କଇଁଛ ରଖିବା ବି ଶୁଭ ହୋଇଥାଏ । ଘରେ ଟଙ୍କାର ଅସୁବିଧାକୁ ଦୂର କରିବା ନିମନ୍ତେ ଧାତୁରେ ନିର୍ମିତ କଇଁଛ ରଖନ୍ତୁ । ସମ୍ଭବତଃ ଅସଲ କଇଁଛ ବି ରଖି ପାରିବେ ।

Image courtesy: Google

ଯଦି ଆପଣ ଘରର ସମସ୍ତ ଦୋଷକୁ ଏକା ସହିତ ଦୂର କରିବାକୁ ଚାହୁଁଛନ୍ତି ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର ବି ଏକ ଉପାୟ ଅଛି । ଏଥିପାଇଁ ଆପଣଙ୍କୁ କେବଳ ବାସ୍ତୁ ଦେବତାଙ୍କର ମୂର୍ତ୍ତି କିମ୍ବା ଫଟୋ ନିଜ ଘରେ ରଖିବା ଦରକାର । ବାସ୍ତୁ ଦେବତାଙ୍କର ଫଟୋ ରଖିବା ଦ୍ଵାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯାଏ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।