କଥା ଦେଇ ଠକିଦେଲେ ଶାଶୁଘର ଲୋକେ, ଘର ବାହାରେ ବସିଥିଲେ ଏବେ ଦୋକାନରେ ବିକିଲେ, ସବୁ ଦରଦ ବୟାନ କରୁଛି ଏହି ଯୁବତୀଙ୍କ ଲୁହ, ଦେଖନ୍ତୁ video

ଶ୍ଵଶୁର ଘର ବାହାରେ ବାହା ହେବା ପାଇଁ ଅପେକ୍ଷା କରି ବସିଥିଲେ ଯୁବତୀ । ହେଲେ କଥା ଦେଇ ଠକିଦେଲେ ଶାଶୁଘର ଲୋକେ । ପୁଣି ଥରେ ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ପୁଅ ସହ ବିବାହ କରେଇବାକୁ କଥା ଦେଇ ଯୁବତୀଙ୍କ ସହ ଛଳନା କରିଛନ୍ତି ଗଞ୍ଜାମ ଜିଲ୍ଲାର ଗାଲେରୀ ଗାଁରେ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବୋହୂର ଅଧିକାର ପାଇବା ପାଇଁ ଅନେକ ଆଶା ନେଇ ଅପେକ୍ଷା କରି ବସିଥିବା ଟିନାଙ୍କୁ ପୁଣି ଥରେ ନିରାଶ ହେବାକୁ ପଡିଛି ।

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ମାସ ହେବ ସ୍ତ୍ରୀ ଓ ବୋହୂ ର ପରିଚୟ ପାଇବା ସହ ସ୍ଵାମୀ ଦୁଷ୍ମନ୍ତଙ୍କ ସହ ରହିବା ପାଇଁ ଅପେକ୍ଷା କରି ରହିଥିଲେ ଟିନା । ହେଲେ ଏବେ ଧରା ଛୁଆଁ ଦେଉନାହାନ୍ତି ଦୁଷ୍ମନ୍ତ । ଏଭଳି ଏକ ଖବର ପାଇ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ ଲୋକପ୍ରିୟ ସମାଜସେବୀ ପ୍ରମିକା ତ୍ରିପାଠୀ । ଫଳରେ ଗାଁର ବରିଷ୍ଠ ଭଦ୍ରଲୋକ ଓ ପ୍ରମିଳା ତ୍ରିପାଠୀଙ୍କ ସାମ୍ନାରେ ଟିନାଙ୍କ ସହ ପୁଅ ଦୁଷ୍ମନ୍ତର ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ କରିବା ପାଇଁ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।

ଅନ୍ୟପଟେ ଟିନା ନିଜ ବୈବାହିକ ଜୀବନରେ ଖୁସିରେ ରହିବା ପାଇଁ ହାତରେ ମେହେନ୍ଦି ଲଗାଇବା ସହ ନୂଆ ଶାଢୀ, ଶଙ୍ଖା ଓ ସିନ୍ଦୁର ଆଦି ପିନ୍ଧି ବହୁ ଆଶା ନେଇ ଦୁଷ୍ମନ୍ତଙ୍କୁ ଅପେକ୍ଷା କରି ରହିଥିଲେ । ହେଲେ ସକାଳରୁ ସନ୍ଧ୍ୟା ହୋଇ ଯାଇଥିଲେ ମଧ୍ୟ ଫେରି ନଥିଲେ ଦୁଷ୍ମନ୍ତ ।

ଶେଷରେ ଉପାୟ ନପାଇ କୋହ ସମ୍ଭାଳି ପାରି ନଥିଲେ ଓ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଏମିତିରେ ଦୁଷ୍ମନ୍ତଙ୍କ ପରିବାର ଲୋକେ ଟିନାଙ୍କୁ ଧୋକା ଦେଇଥିଲେ । ଏବେ ନିଜ ଭରଣପୋଷଣ କିପରି କରିବେ ସେନେଇ ଚିନ୍ତାରେ ଥିଲେ ଟିନା । ହେଲେ ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ଗ୍ରାମବାସୀଙ୍କ ସହଯୋଗରେ ଶ୍ଵଶୁର ଘର ଦୋକାନ ଖୋଲି ସେଠାରେ ବ୍ୟବସାୟ ଆରମ୍ଭ କରିଥିଲେ ଟିନା ।

ତେବେ ଟିନା କେତେଦିନ ଯାଏଁ ଏମିତି ଅପେକ୍ଷା କରି ରହିଥିବେ ଓ କେବେ ତାଙ୍କୁ ନ୍ୟାୟ ମିଳିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।