କାର୍ତ୍ତିକ ମାସରେ କେବେ ବି କରନ୍ତୁ ନାହିଁ ଏହି 5 ଟି କାମ, ହେଇଯିବେ ବର୍ବାଦ

ହିନ୍ଦୁ ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସକୁ ଧର୍ମର ମାସ ଓ ପବିତ୍ର ମାସ ବୋଲି କୁହାଯାଏ । ଏହି ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ । ଏହା ସହିତ ଏହି ମାସରେ ସବୁଠୁ ଅଧିକ ପର୍ବ ପର୍ବାଣି ମଧ୍ୟ ପାଳନ କରାଯାଏ । ଶସ୍ତ୍ର ଆନୁସାରେ ଏହି ମାସ ପ୍ରତ୍ୟକ ଲୋକମାନଙ୍କ ପାଇଁ ବହୁତ ମହତ୍ଵ ବି ରଖିଥାଏ । କାରଣ ଏହି ମାସରେ ସମସ୍ତେ ପ୍ରାୟତଃ ନିଜର ପାପରୁ ମୁକ୍ତି ପାଇବା ପାଇଁ ଧର୍ମ କାମ ସବୁ କରିଥାନ୍ତି ।

କାରଣ ମାନ୍ୟତା ଅଛି କି ଏହି ମାସରେ ଯଦି ଆପଣ କିଛି ଭଲ କାମ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ପାପ କମିଯାଏ । ଏହି ମାସରେ ଯଦି ଆପଣ ଭଗବାନଙ୍କ ଉପାସନା କରୁଛନ୍ତ ତେବେ ଆପଣଙ୍କୁ ନିଶ୍ଚିତ ରୂପରେ ଶୁଭ ଫଳ ମିଳିବ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏହିଭଳି ୫ଟି କାମ ବିଷୟରେ କହିବୁ ଯାହାକୁ ଏହି ମାସରେ କେବେ ବି କରିବା ଉଚିତ ନୁହେଁ । କାରଣ ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ବ୍ୟକ୍ତିକୁ ଶାରିରୀକ ଓ ମାନସିକ ସହିତ ଆର୍ଥିକ ଅସୁବିଧାର ମଧ୍ୟ ସମ୍ମୁଖୀନ କରିବାକୁ ପଡିଥାଏ । ତେବେ ଚାଳନ୍ତୁ ଜାଣିବା ସେହି ୫ ଟି କାର୍ଯ୍ୟ ବିଷୟରେ ।

୧ – ଏହି ମାସରେ କାହା ସହିତ ବି ଖରାପ ବ୍ୟବହାର ଓ କାହାର ବି ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ । ବିଶେଷ କରି ଏହି ମାସରେ ଏହିଭଳି କାମ କରିବା ଦ୍ଵାରା ଆପଣଙ୍କୁ ପାପ ଲାଗିଥାଏ । ଏହା ସହିତ କାହାର ଖରାପ ବି କରନ୍ତୁ ନାହିଁ ।

୨ – କହିବାକୁ ଗଲେ ମାନବ ଜୀବନରେ ଗଛଲତାଙ୍କର ଭୂମିକା ବହୁତ ଗୁରୁତ୍ଵପୂର୍ଣ ଅଟେ । ଏମିତିରେ ଏହି ମାସରେ କୌଣସି ଗଛଲତାର କୌଣସି ବି ପ୍ରକାରର କ୍ଷତି କରନ୍ତୁ ନାହିଁ । କାରଣ ଯଦି ଆପଣ ଏହି ମାସରେ କୌଣସି ଗଛଲତାର କ୍ଷତି କରୁଛନ୍ତି ତେବେ ଆପଣଙ୍କୁ ସ୍ଵାସ୍ଥ୍ୟଗତ ସମସ୍ୟାର ସାମ୍ନାକୁ କରିବାକୁ ପଡିପାରେ । ଓଲଟା ଆପଣ ଏହି ମାସରେ ନିଜ ଘରେ ଏକ ବୃକ୍ଷ ରୋପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ପରିବାରର ସଦସ୍ୟମାନେ ସୁସ୍ଥ ରହିବେ ।

୩ – ଏହା ସହିତ ଏହି ମାସରେ କୌଣସି ଜୀବଜନ୍ତୁଙ୍କର ହତ୍ୟା କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ । କହିବାକୁ ଗଲେ କୌଣସି ବି ଦିନରେ ଜୀବଜନ୍ତୁଙ୍କର ହତ୍ୟା କରିବା ଉଚିତ ନୁହେଁ ।

୪ – କାର୍ତ୍ତିକ ମାସରେ ଘରର ଗୁରୁଜନ ଓ କୌଣସି ବି ବ୍ୟକ୍ତିର ଅପମାନ କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

୫ – ଏହା ସହିତ ଆପଣଙ୍କୁ କହିଦେଉଛୁ କି ଏହି ମାସରେ ମଦ୍ୟପାନ କରିବା ବି ଅନୁଚିତ ଅଟେ । କହିବାକୁ ଗଲେ ସମସ୍ତେ ଜାଣିଛନ୍ତି କି ମଦ୍ୟପାନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ତେଣୁ କେବଳ କାର୍ତ୍ତିକ ମାସ ନୁହେଁ କୌଣସି ବି ଦିନରେ ମଦ୍ୟପାନ କରନ୍ତୁ ନାହିଁ । ସେଥିପାଇଁ ସମସ୍ତଙ୍କୁ ଆମର ଅନୁରୋଧ କି କାର୍ତ୍ତିକ ମାସରେ ଏହି ୫ଟି କାମରୁ ଦୂରେଇ ରୁହନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।