ଜାଣନ୍ତୁ କର୍ଣ୍ଣଙ୍କ ପୂର୍ବ ଜନ୍ମର କଥା, ଏମିତି ମିଳିଥିଲା ତାଙ୍କୁ କବଚ ଏବଂ କୁଣ୍ଡଳ

ମହାଭାରତର ମହାରଥୀ ଏବଂ ଯୋଦ୍ଧା ମାନଙ୍କ ମଧ୍ୟରେ କର୍ଣ୍ଣଙ୍କର ନାମ ସବୁଠାରୁ ପ୍ରଥମେ ଆସିଥାଏ କାରଣ କର୍ଣ୍ଣ ଜଣେ ମହାନ ଧନୁର୍ଦ୍ଧର ଏବଂ ମହାରଥୀ ମଧ୍ୟ ଥିଲେ । ତାଙ୍କୁ ନିଜକୁ ପ୍ରମାଣିତ କରିବା ପାଇଁ ଜୀବନସାରା ସଂଘର୍ଷ କରିବାକୁ ପଡିଥିଲା ଏବଂ ଜନ୍ମଜାତି ସହିତ ଯୋଦ୍ଧା ବୋଲି ମଧ୍ୟ ତାଙ୍କୁ ସମ୍ମାନ ମିଳିନଥିଲା । ଏହା ପଛରେ କର୍ଣଙ୍କର ପୂର୍ବ ଜନ୍ମର ଫଳ ଥିଲା ବୋଲି କୁହାଯାଇଛି । ତାହେଲେ ଆସନ୍ତୁ ଜାଣିବା କର୍ଣ୍ଣଙ୍କର ପୂର୍ବ ଜନ୍ମ ବିଷୟରେ ।

ପୂର୍ବ ଜନ୍ମର ପ୍ରଭାବ

କର୍ଣ୍ଣଙ୍କର ଜନ୍ମ ହେବା ସେ ଜୀବନସାରା ଯାହା ବି କଷ୍ଟ ପାଇଛନ୍ତି ସେ ସବୁ ତାଙ୍କର ପୂର୍ବ ଜନ୍ମର ଫଳ ଅଟେ । ସତ୍ୟ ଯୁଗରେ ନର ଏବଂ ନାରାୟଣ ଋଷି ଯିଏ ଶ୍ରୀହରିଙ୍କର ଅଂଶ ଥିଲେ ସେ ତପସ୍ୟା କରୁଥିଲେ । ଦୂରଦୁମ୍ଭ ନାମକ ଏକ ରାକ୍ଷାସ କୁ ବରଦାନ ମିଳିଥିଲା କି ତାଙ୍କର ବଦ୍ଧ ସିଏ ହିଁ କରିବେ ଯିଏ ବହୁତ ବର୍ଷ ଧରି ତପସ୍ୟା କରୁଥିବେ ।

ଏହା ସହିତ ତାଙ୍କୁ ସୂର୍ଯ୍ୟ ୧୦୦ କବଚ ଏବଂ ଦିବ୍ୟ କୁଣ୍ଡଳ ତାଙ୍କର ସୁରକ୍ଷା ପାଇଁ ମଧ୍ୟ ଦେଇଥିଲେ । ଯିଏ ତାଙ୍କର ସେହି କବଚ ଭିତରୁ ଯଦି ଗୋଟିଏ ବି କବଚ ଭାଙ୍ଗିବ ତାହେଲେ ତାର ମଧ୍ୟ ମୃତ୍ୟୁ ହେବ । କିନ୍ତୁ ସେଠାରେ ଦୁରଦୁମ୍ଭ ର ଅତ୍ୟାଚାର ବହୁତ ବଢିଯାଇ ଥିଲା ଯେଉଁଥି ପାଇଁ ଦେବତା ମାନେ ତା କବଳରୁ ବଞ୍ଚିବା ପାଇଁ ଶ୍ରୀହରି ଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ କିନ୍ତୁ ସେମାନଙ୍କୁ ନର ନାରାୟଣଙ୍କ ପାଖକୁ ପଠାଇ ଦିଆଗଲା । ନର ନାରାୟଣ ବି ଦେବତା ମାନଙ୍କୁ ଭୟ ନକରିବା ପାଇଁ କହିଲେ ।

ଏମିତି ହେଲା ଦୁରଦୁମ୍ଭ ର ପରାଜୟ

ଦୁରଦୁମ୍ଭ କୁ ଜଣାପଡି ଗଲା କି ନର ନାରାୟଣ ଏକ ହଜାର ବର୍ଷ ହେଲାଣି ତପସ୍ୟା କରୁଛନ୍ତି । ଏଥିପାଇଁ ସେ ଋଷି ମାନଙ୍କୁ ମାରିବା ପାଇଁ ସେମାନଙ୍କ ଉପରେ ଆକ୍ରମଣ କଲେ । ପ୍ରଥମେ ନର ଯୁଦ୍ଧ କଲେ ଏବଂ ନାରାୟଣ ତପସ୍ୟା କଲେ । ନର ଯୁଦ୍ଧ କରିବା ସମୟରେ ତାର ସେହି କବଚରୁ ଗୋଟିଏ କବଚ ଭାଙ୍ଗି ଯିବାରୁ ତାଙ୍କର ମୃତ୍ୟୁ ହେଲା । ଏହାପରେ ନାରାୟଣ ନିଜର ତପସ୍ୟା ବଳରେ ନର ଙ୍କୁ ପୁଣି ଥରେ ଜୀବନ ଦାନ ଦେଲେ ।

ଏହାପରେ ନର ତପସ୍ୟା କଲେ ଏବଂ ନାରାୟଣ ଦୁରଦୁମ୍ଭ ସହିତ ଯୁଦ୍ଧ କଲେ । ଯୁଦ୍ଧ କରିବା ସମୟରେ ନାରାୟଣ ମଧ୍ୟ ଗୋଟିଏ କବଚ ଭାଙ୍ଗି ଦେଲେ ଏବଂ ତାଙ୍କର ମଧ୍ୟ ମୃତ୍ୟୁ ହେଲା ଏବଂ ନର ନିଜର ତପସ୍ୟା ବଳରେ ନାରାୟଣଙ୍କର ଜୀବନ ବଞ୍ଚାଇଲେ । ଏହି ଭଳି ଯୁଦ୍ଧ ଚାଲିଲା ଏବଂ ନର ନାରାୟଣ ତାର ସବୁ କବଚକୁ ଭାଙ୍ଗିଲେ ।

ରାକ୍ଷାସ ନେଲା କର୍ଣ୍ଣ ରୂପରେ ଜନ୍ମ

ଏହାପରେ ଯେତେବେଳେ ୯୯ଟି କବଚ ଭାଙ୍ଗିଗଲା ସେତବେଳେ ରାକ୍ଷସ ଯାଇ ସୂର୍ଯ୍ୟଙ୍କ ପଛରେ ଲୁଚିଲା । ସୂର୍ଯ୍ୟ ତାଙ୍କୁ ରକ୍ଷା କଲେ । ଏହାପରେ ନର ନାରାୟଣ କହିଲେ କି ଠିକ ଅଛି ଏହାର ଫଳ ଆପଣଙ୍କୁ ଭୋଗିବା ପାଇଁ ପଡିବ । ଏହି ରାକ୍ଷସ ପୁଣି ଥରେ ଦ୍ଵାପର ଯୁଗରେ ଜନ୍ମ ନେବ କିନ୍ତୁ ସେତେବେଳେ ତାର ମୃତ୍ୟୁ ସମୟରେ ତାର ଏହି କବଚ କାମ କରିବ ନାହିଁ । ଏହି ରାକ୍ଷସ ହିଁ କର୍ଣ୍ଣ ରୂପରେ ଜନ୍ମ ନେଲେ ଏବଂ ଅର୍ଜୁନଙ୍କ ହାତରେ ତାଙ୍କର ମୃତ୍ୟୁ ହେଲା । କୃଷ୍ଣ ଏବଂ ଅର୍ଜୁନ ହିଁ ନର ନାରାୟଣଙ୍କର ଅବତାର ଥିଲେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।