କର୍ଣ୍ଣର ବୀରତାକୁ ସଲାମ କରନ୍ତି ଏହିସବୁ ଦେବତା, କୃଷ୍ଣ ଭଗବାନ ବି ମନେ ମନେ ହିଁ ହୋଇ ଯାଇଥିଲେ ଶିଷ୍ୟ, ଜାଣନ୍ତୁ କାହିଁକି

ଆଜିର ଆର୍ଟକିଲରେ ଆମେ ଆପଣଙ୍କୁ ସେହି ତିନି ଜଣ ମହାନ ଦେବତାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କର୍ଣ୍ଣଙ୍କ ଆଗରେ ମୁଣ୍ଡ ତଳକୁ କରିଥିଲେ । ମହାଭାରତ ଯୁଦ୍ଧ ସମୟର କଥା କହିଲେ, ଏଥିରେ ବହୁତ ଶକ୍ତିଶାଳୀ ଯୋଦ୍ଧା ଥିଲେ ଓ ସମସ୍ତେ ନିଜ ନିଜ ମଧ୍ୟରେ ସବୁଠୁ ଶକ୍ତିଶାଳୀ ଓ ପରାକ୍ରମୀ ଥିଲେ । କହିବାକୁ ଗଲେ ମହାଭାରତ ପାଣ୍ଡବ ଓ କୌରବ ଭାଇମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଦର୍ଶାଇଥାଏ ।

ଏହି ଯୁଦ୍ଧରେ ବହୁତ ଶକ୍ତିଶାଳୀ ଯୋଦ୍ଧାମାନେ ଥିଲେ ଯେଉଁମାନେ ଏହି ଯୁଦ୍ଧରେ ନିଜର ଜୀବନ ଦେଇଥିଲେ । ସେହି ସମସ୍ତ ଯୋଦ୍ଧାମାନଙ୍କ ବିଷୟରେ ଆପଣ ମହାଭାରତରୁ ଜାଣି ପାରିବେ । ଏମାନଙ୍କ ମଧ୍ୟରେ ଜଣେ ଥିଲେ କର୍ଣ୍ଣ । ଯିଏକି ଶକ୍ତିଶାଳୀ ଓ ପରାକ୍ରମୀ ବି ଥିଲେ । କିନ୍ତୁ ସେ ଦାନବୀର ବି ଥିଲେ । କର୍ଣ୍ଣଙ୍କ ଆଗରେ ବହୁତ ଦେବତା ମୁଣ୍ଡ ତଳକୁ କରି ଦେଉଥିଲେ ।

କର୍ଣ୍ଣ ଭଗବାନ ସୂର୍ଯ୍ୟଙ୍କ ପୁତ୍ର ଥିଲେ । କର୍ଣ୍ଣଙ୍କୁ ସର୍ବଦା ଭଗବାନ ସୂର୍ଯ୍ୟଙ୍କ ଆଶୀର୍ବାଦ ମିଳୁଥିଲା । ପିତା ସୂର୍ଯ୍ୟ ତାଙ୍କର ବିରତା, ପରାକ୍ରମ ଓ ତାଙ୍କର ସୁରକ୍ଷା ପାଇଁ ସବୁବେଳେ ପ୍ରସ୍ତୁତ ରହୁଥିଲେ । ଦେବରାଜ ଇନ୍ଦ୍ରଙ୍କ କଥା କହିବା ତ ସେ ବି ନିଜ ପୁତ୍ର ଅର୍ଜୁନଙ୍କ ରକ୍ଷା ପାଇଁ ସବୁବେଳେ ତତ୍ପର ରହୁଥିଲେ । ଅର୍ଜୁନଙ୍କୁ ବଞ୍ଚାଇବା ପାଇଁ ଇନ୍ଦ୍ର ଭଗବାନ ବେଶ ବଦଳାଇ କର୍ଣ୍ଣଙ୍କୁ ତାଙ୍କର କୁଣ୍ଡଳ ଓ କବଚ ମାଗିଥିଲେ । ତାଙ୍କୁ କର୍ଣ୍ଣଙ୍କ ଆଗରେ ମୁଣ୍ଡ ତଳକୁ କରିବାକୁ ପଡିଥିଲା ।

ସେହି ସମୟରୁ କର୍ଣ୍ଣଙ୍କୁ ଦାନବୀର କର୍ଣ୍ଣ ବି କୁହାଗଲା । ଏଥିପାଇଁ ଇନ୍ଦ୍ର ବି ବହୁତ ଲଜ୍ଜିତ ହୋଇଥିଲେ । ଭଗବାନ କୃଷ୍ଣଙ୍କ କଥା କହିବା ତ ସେ କେବେ ବି କାହା ଆଗରେ ମୁଣ୍ଡ ତଳକୁ କରି ନାହାନ୍ତି । କିନ୍ତୁ କର୍ଣ୍ଣଙ୍କ ବିରତା ଦେଖି ସେ ବି ତାଙ୍କର ବହୁତ ପ୍ରଶଂସା କରିଥିଲେ ଓ ମନେ ମନେ ହିଁ ତାଙ୍କର ଶିଷ୍ୟ ହୋଇ ଯାଇଥିଲେ ।