କେବେ ପରସ୍ପରକୁ ବହୁତ ଘୃଣା କରୁଥିଲେ ଏହି ୨ଜଣ କ୍ରିକେଟର, ଏବେ ଏକା ସହିତ ଖେଳୁଛନ୍ତି କ୍ରିକେଟ

କ୍ରିକେଟ ଏକ ଏମିତି ଖେଳ ଯାହା ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ବି ଶତୃତା ହୋଇଯାଏ ଓ ଆଉ କେତେବେଳେ ଦୁଇଜଣ ଶତୃଙ୍କ ମଧ୍ୟରେ ବି ମିତ୍ରତା ହୋଇଯାଇଥାଏ । ଠିକ ଏହି ପରି ଆଜି ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ ଟିମର ଏମିତି ଦୁଇଜଣ ଖେଳାଳିଙ୍କ ବିଷୟରେ କହିବୁ, ଯେଉଁ ମାନେ ପରସ୍ପରକୁ ବହୁତ ଘୃଣା କରୁଥିଲେ, ହେଲେ ବର୍ତ୍ତମାନ ସାଙ୍ଗରେ ଖେଳୁଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ପ୍ରଥମେ କରୁଥିଲେ ଘୃଣା

ଆମେ ଯାହା ବିଷୟରେ କଥା ହେଉଛୁ ସେମାନେ ହେଉଛନ୍ତି ଦିନେଶ କାର୍ତିକ ଓ ମୁରଲୀ ବିଜୟ । ଏମାନଙ୍କ ମାମଲା ବିଷୟରେ କ୍ରିକେଟ ର ସବୁ ଫ୍ୟାନ୍ସ ଜାଣିଛନ୍ତି । ଏମାନଙ୍କ ମଧ୍ୟରେ ଏକ ବଡ ମାମଲା ସୃଷ୍ଟି ହୋଇଥିଲା । ଏହି ମାମଲାଟି ହେଉଛି ଦିନେଶ କାର୍ତିକଙ୍କର ପ୍ରଥମ ପତ୍ନୀଙ୍କୁ ମୁରଲୀ ବିଜୟଙ୍କ ସହ ପ୍ରେମ ହୋଇଯାଇଥିଲା ।

ଯାହାଫଳରେ ମୁରଲୀ ବିଜୟ ଦିନେଶଙ୍କର ପ୍ରଥମ ପତ୍ନୀଙ୍କ ସହ ବିବାହ କରିଥିଲେ । ସେବେଠାରୁ ଏହି ଦୁଇଜଣଙ୍କ ମଧ୍ୟରେ ଶତୃତା ହୋଇଥିଲା, ଯାହାଫଳରେ ଏମାନେ ପରସ୍ପରକୁ ଘୃଣା କରୁଥିଲେ ।

ବର୍ତ୍ତମାନ ଖେଳୁଛନ୍ତି ସାଥିରେ

ହେଲେ ସାତ ବର୍ଷ ପରେ ଏମିତି ଏକ ସମୟ ଆସିଲା ଯେଉଁଠି ଏହି ଦୁଇଜଣ କ୍ରିକେଟର ଏକ ଘରୋଇ କ୍ରିକେଟରେ ତାମିଲନାଡୁ କ୍ରିକେଟ ଟିମ ର ପ୍ରତିନିଧିତ୍ତ୍ଵ କରିଥିଲେ । ଦିନେଶ କାର୍ତିକ ତାମିଲନାଡୁ ଟିମର କ୍ୟାପଟେନ ଥିବାବେଳେ ମୁରଲୀ ବିଜୟ ହେଉଛନ୍ତି ସେହି ଟିମର ଓପନର ବ୍ୟାଟ୍ସମ୍ୟାନ ।

ଦୁଇଜଣ ଖେଳାଳି ପ୍ରଥମେ ବିଜୟ ହଜାରେ ଟ୍ରୋଫି ପାଇଁ ଏକା ସହିତ ଖେଳିଥିଲେ ଓ ବର୍ତ୍ତମାନ ସୈୟଦ ମୁସ୍ତାକ ଟ୍ରୋଫି ପାଇଁ ଖେଳୁଛନ୍ତି । ଏହି ମ୍ୟାଚରେ ମୁରଲୀ ବିଜୟ ବହୁତ ଭଲ ବ୍ୟାଟିଂ କରିଥିଲେ । ଯାହା ପାଇଁ ଦିନେଶ କାର୍ତ୍ତିକ ବିଜୟଙ୍କ ପ୍ରଶଂସା କରିଥିଲେ ।