ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ କର୍କଟ ରୋଗରେ ପୀଡିତ – ସୋସିଆଲ ମେଡିଆରେ ଲେଖିଲେ ଭାବପ୍ରବଣ ପୋଷ୍ଟ୍‍

ଆଜି କାଲି ଯେମିତି କର୍କଟ ରୋଗ ଏକ ସାଧାରଣ ରୋଗ ହେଇଗଲାଣି । ବଲୀଉଡରୁ ଓଲିଉଡ ପର୍ଯ୍ୟନ୍ତ ଯେଉଁଠି ଦେଖ କେହି ନା କେହି କଳାକାର ଏହି ରୋଗରେ ପୀଡିତ ହେବାର ଖବର ସବୁବେଳେ ଆମେ ନ୍ଯୁଜରେ ଦେଖୁଛେ । ତେବେ ଆଜି ମଧ୍ୟ ଆମେ ଆପଣଙ୍କୁ ଏକ ଏଭଳି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ଏହି କର୍କଟ ରୋଗରେ ପୀଡିତ ଅଛନ୍ତି । ତେବେ ଆମେ ଯାହା ବିଷୟରେ କହୁଛୁ ସେ ହେଉଛନ୍ତି ଓଡ଼ିଆ ଟେଲି ଜଗତର ଜଣେ ଚର୍ଚ୍ଚିତ ଚେହେରା ରାଜେଶ୍ୱରୀ ରାୟ ମହାପାତ୍ର।

ଆଜ୍ଞା ହଁ ରାଜେଶ୍ଵରୀ ହେଉଛନ୍ତି ଏକ ଭଲ ଅଭିନେତ୍ରୀ । ସେ ଅନେକ ଧାରାବାହିକରେ ଅଭିନୟ କରିଥିବା ବେଳେ ବର୍ତ୍ତମାନ ସେ ତାରା ପଟ୍ଟନାୟକ ଚରିତ୍ରରେ ଖୁବ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ହେଲା ସେ ବର୍ତ୍ତମାନ ମସ୍ତିଷ୍କ ଏବଂ ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଢିତ । ଏହା ସେ ନିଜେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ଜରିଆରେ ତାଙ୍କ ପ୍ରଶଂସକ ମାନଙ୍କ ସହ ଶେୟାର କରିଛନ୍ତି । ସେ ତାଙ୍କର ଦୁଇଟି ଫଟୋ ସେୟାର କରି ଏହି ବିଷୟରେ ଜଣାଇବା ସହ କହିଛନ୍ତି ‘ମୁଁ ଏବେ କର୍କଟ ସହ ଲଢ଼େଇ କରୁଛି । ଭଗବାନ ମୋ ସହ ଅଛନ୍ତି । ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି ଏବଂ ମୁଁ ମୋ ନୂଆ ଲୁକ୍‌ରେ ଫେରିଆସିବି । ଦୟାକରି ମୋତେ ଆଶୀର୍ବାଦ କରନ୍ତୁ।’

ତେବେ ସେ ତାଙ୍କ ପ୍ରଶଂସକ ମାନଙ୍କୁ ଆଶ୍ଵାସନା ଦେଇ କହିଛନ୍ତି ସେ ବହୁତ ଶୀଘ୍ର ତାରା ପଟ୍ଟନାୟକର ନୂଆ ଲୁକ ନେଇ ପରଦାକୁ ଫେରିବେ ।  ଏହି କଥା ଶୁଣିବା ପରେ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଲାଗିଛି ଏବଂ ସମସ୍ତେ ତାଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି ।