ରାଜଧାନୀର ଏହି ଆଲୀଶାନ ହୋଟଲରେ ଚାଲିଥିଲା ଦେହ ବେପାର, ପୁଲିସ ପହଞ୍ଚିଲା ତ ଦେଖିଲା ଏମିତି ଅବସ୍ଥା

ଲଖନଊ ହୁସୈନଗଂଜ ଥାନା କ୍ଷେତ୍ରର ଉଦୟଗଂଜରେ ସ୍ଥିତ ହୋଟଲ ସ୍ନୋ ୱ୍ହାଇଟରେ ମଙ୍ଗଳବାର ଦିନ ପାଖାପାଖି ୩ ଟା ସମୟରେ ପୁଲିସ ଛାପା ମାରିଥିଲେ । ଏହି ସମୟରେ ଦେହବ୍ୟାପାରରେ ଜଡିତ ଥିବା ୯ ଜଣ ଯୁବକ ଏବଂ ଯୁବତୀକୁ ପୁଲିସ ଧରିଲେ । କହିବାକୁ ଗଲେ ଘଟଣାଟି କିଛି ଏହିଭଳି ଭାବରେ ସାମନାକୁ ଆସିଲା ।

ହୋଟଲ ସ୍ନୋ ୱ୍ହାଇଟ ବାହାରେ ରାସ୍ତାରେ ପାଖାପାଖି ୩ ଟା ସମୟରେ କୌଣସି କଥାକୁ ନେଇ ଏକ ଯୁବକ ଏବଂ ଯୁବତୀ ମଧ୍ୟରେ ଝଗଡା ଚାଲିଥିଲା । ଏହା ମଧ୍ୟରେ ଯୁବକ ଜଣକ ଯୁବତୀକୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଲା, ଯାହା ଉପରେ ଯୁବତୀ ଜଣକ ଜୋରରେ ପାଟି କରିବାକୁ ଲାଗିଲା ।

ଆବାଜ ଶୁଣି ସେଠି ପହଞ୍ଚିଥିବା ୧୦୦ ନମ୍ବରର ପୁଲିସ ଟିମ ତାଙ୍କୁ ସବୁ ମାମଲା ବିଷୟରେ ପଚାରିବାରୁ ହୋଟେଲରେ ଦେହ ବ୍ୟାପର ବିଷୟରେ ସୂଚନା ମିଳିଲା । ଏହା ପରେ ଥାନା ହୁସୈନଗଂଜର ପୁଲିସମାନେ ହୋଟେଲରେ ଛାପା ମାରିଲେ ।

ଛାପା ମାରିବା ପରେ ହୋଟେଲରେ ଦେହ ବ୍ୟାପାରରେ ଜଡିତ ୬ ଜଣ ଯୁବକ ଏବଂ ୩ ଜଣ ଯୁବତୀକୁ ପୁଲିସ ଧରିଲେ । ଯାଞ୍ଚ ପରେ ଜଣା ପଡିଲା କି ସେମାନେ ସୀତାପୁର, ଉନ୍ନାବ, କାନପୁର ଓ ଲଖନଊର ନିବାସୀ ଅଟନ୍ତି ଏବଂ ସେମାନେ ପ୍ରାୟତଃ ଏଠି ଆସନ୍ତି ।