କରଜରୁ ମୁକ୍ତି ଚାହୁଁଥିଲେ ଆଜି ହିଁ କରନ୍ତୁ ଏହି ଉପାୟ- Ajira Anuchinta

ମଣିଷ ଜୀବନରେ କିଛି ନା କିଛି ସମସ୍ୟା ସବୁବେଳେ ଲାଗି ରହିଥାଏ i କିନ୍ତୁ ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଦ୍ଵାରା ଘରେ ଅମଙ୍ଗଳ ହେବ । ସବୁବେଳେ ଭଲ କାର୍ଯ୍ୟ କରନ୍ତୁ ଯାହା ଫଳରେ କି  ଘରେ ମଙ୍ଗଳ ହେବ । ଏଠି ପାଇଁ ଆପଣ କେବେବି କାହାର କୌଣସି ଖ୍ଯାତି କରନ୍ତୁ ନାହିଂ । ଅଯଥାରେ କାହା ଉପରେ କ୍ରୋଧ କରନ୍ତୁ ନାହିଂ । ଅନ୍ୟର ଅସମୟରେ ଆପଣଙ୍କର ସାମର୍ଥ୍ୟ ଅନୁସାରେ ସହଯୋଗ କରିବା ଦ୍ଵାରା ଅନ୍ୟମାନେ ଆପଣଙ୍କୁ ବହୁତ ପ୍ରଶଂସା  କରିଥାନ୍ତି । ଏଥିରୁ ଜାଣନ୍ତୁ କି ଅନ୍ୟର ମଙ୍ଗଳ କଲେ ଆପଣଙ୍କର ମଧ୍ୟ ମଙ୍ଗଳ ହେବ ।

୧ – ଧାର କରଜରୁ ମୁକ୍ତି ପାଇବା ପାଇଁ ହେଲେ ମଙ୍ଗଳବାର ଦିନ ବ୍ରତ କରିବା ଉଚିତ ଏବଂ ହନୁମାନ ଚାଳିଶା ପାଠ କରିବା ଉଚିତ ।

୨ – ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ପାଇଁ ହେଲେ ଘରେ ରୋଷେଇ ହେଉଥିବା ଖାଦ୍ୟରୁ କିଛି ଖାଦ୍ୟ ପଶୁ ପାଖିଙ୍କୁ ଖୁଆଇବା ଉଚିତ ଏବଂ ଗୋଟିଏ ବସନରେ ଆମିଷ ଓ ନିରାମିଷ ରୋଷେଇ କରିବା ଉଚିତ ନୁହେଁ ।

୩ – ରବିବାର ଦିନ ବରଗଛ ପତ୍ରରେ ନିଜ ମନସ୍କାମନା ଲେଖି ନଦୀରେ ପ୍ରଭାବିତ କରିବା ଦ୍ଵାରା ମନସ୍କାମନା ପୂର୍ଣ ହୋଇଥାଏ ଏବଂ ପଇସାର ଅଭାବ ରହେ ନାହିଁ ।

୪ – ତିନୋଟି ନୂଆ ଝାଡୁ କିଣି ରବିବାର ଦିନ ଦେବୀ ମନ୍ଦିରରେ ଦାନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ଅର୍ଥ ଅଭାବ ଦୂର ହୋଇଥାଏ ।

୫ – ରାବିବାର ଦିନ ସକାଳୁ ପ୍ରାଚୀନ ଶିବ ମନ୍ଦିର ଯାଇ ରୁଦ୍ରାକ୍ଷ ଚଢାଇବା ଦ୍ଵାରା ଅର୍ଥ ଅଭାବ ଦୂର ହୋଇଥାଏ ଏବଂ ପଇସାର ଆଗମନ ହୋଇଥାଏ ।

୬ – ଘରେ ପଇସା ରଖୁଥିବା ଆଲମାରି ସବୁବେଳେ ଉତ୍ତର ଦିଗରେ ରଖିବା ଉଚିତ ଏବଂ ଆଲମାରିର ଉପର ଥାକରେ ପଇସାର ରଖିଲେ ଶୁଭ ହୋଇଥାଏ ।

୭ – ଘରର ଆଲମାରିରେ କବାଟରେ ହାତି ପାଣି ଢାଳୁଥିବା ଲାଖମିଙ୍କ ଫଟୋ ଲାଗିବା ଦ୍ଵାରା ଶୁଭ ହୋଇଥାଏ ଏବଂ ପଇସାର ଅଭାବ ଦୂର ହୋଇଥାଏ ।

୮ – ପଇସା ରଖୁଥିବା ଆଲମାରୀରେ କିମ୍ବା ଆଲମାରି ଉପରେ ଅନାବଶ୍ୟକ ଜିନିଷ ଏବଂ ବହି ଇତ୍ୟାଦି ରଖିବା ଉଚିତ ନୁହେଁ ।

୯ – ମଙ୍ଗଳବାର ଦିନ ଘରର ମୁଖ୍ୟଦ୍ଵାରରେ ସୋରିଷ ତେଲର ଦୀପ ଲଗାଇବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ଅଶୁଭତ୍ଵ ଦୂର ହୋଇଥାଏ ।

୧୦ – ଘରର ଦକ୍ଷିଣ ପୂର୍ବ କୋଣକୁ ହାଲକା ନାରଙ୍ଗୀ କିମ୍ବା ଗୋଲାପି ରଙ୍ଗ କରି ଶୁଭ ହୋଇଥାଏ ଏବଂ ଘରେ ଆର୍ଥିକ ସ୍ଥିତି ଭଲ ରହିଥାଏ ।

୧୧ – ଘରେ ରଖାଯାଇଥିବା ଫୁଲ କୁଣ୍ଡରେ ପ୍ରତ୍ୟେକ ପାଣି ଦେବା ଉଚିତ ଯଦି କୌଣସି ଗଛ ଶୁଖିଯାଇଥାଏ ତେବେ ତୁରନ୍ତ ତାକୁ ହଟାଇ ଦେବା ଦ୍ଵାରା ମଙ୍ଗଳ ହୋଇଥାଏ ।

୧୨ – ଯଦି ଘରର କବାଟ ଝରକା ଖୋଲିଲା କିମ୍ବା ବନ୍ଦ କଲାବେଳେ ଶବ୍ଦ ହେଉଥାଏ ତେବେ ତାହାକୁ ଠିକ କରିବା ଉଚିତ କାରଣ ଏହା ଅଶୁଭ ହୋଇଥାଏ ।

୧୩ – ଶୋଇବା ଘରେ କେବେ ଦୁଆର ମୁହଁ ଆଡକୁ ଗୋଡ ରଖି ଶୋଇବା ଉଚିତ ନୁହେଁ ଏବଂ ପଶ୍ଚିମ ଦିଗକୁ ଗୋଦା ରାଖୀ ଶୋଇବା ଦ୍ଵାରା ଉନ୍ନତି ହୋଇଥାଏ ।

୧୪ – ଶୋଇବା ଘରେ କେବେ ବି ଦକ୍ଷିଣ ଦିଗକୁ ପାଦ ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ନିଦ୍ରା ହୀନତା ଦେଖାଦେଇଥାଏ ।

୧୫ – ଘରେ କଣ୍ଟା ଜାତୀୟ ଗଛ ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ତେଣୁ ଘରେ ଯଦି ଏହିପରି ଗଛ ଥାଏ ତେବେ ଏହାକୁ ହଟାଇ ଦେବା ଉଚିତ ।

୧୬ – ଘରର ଉତ୍ତର ପୂର୍ବ କୋଣ ବା ଅଇଶାନ୍ୟ କୋଣ , ଉତ୍ତର ପଶ୍ଚିମ କୋଣ ବା ବାୟବ କୋଣରେ ହଲକା ଜିନିଷ ରଖିଲେ ଘର ପାଇଁ ମଙ୍ଗଳ କାରୀ ହୋଇଥାଏ ।

୧୭ – ଘରେ ଅଗ୍ନି ସବନ୍ଧୀୟ ଜିନିଷ ଦକ୍ଷିଣ ପୂର୍ବ କୋଣରେ ରଖିବା ଉଚିତ ଏବଂ ଘରେ ରଖିଥିବା କୌଣସି ବିଦୂତ ଉପକରଣରେ ଅନାବଶ୍ୟକ ଶବ୍ଦ ହେବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।

୧୮ – ଘରେ ଅତିଥିମାନଙ୍କ ପାଇଁ ଉତ୍ତର କିମ୍ବା ପଶ୍ଚିମ ଦିଗରେ ଥିବା କୋଠରି ବ୍ୟବହାର କଲେ ଶୁଭ ହୋଇଥାଏ ଏବଂ ସମ୍ପର୍କ ନିବିଡ ରହିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।