କରଜରୁ ଅଛନ୍ତି ଚିନ୍ତିତ ତ ମଙ୍ଗଳବାରରେ କରନ୍ତୁ ହନୁମାନଙ୍କର ଏହି ୪ଟି ବଡ ଉପାୟ

ହନୁମାନଙ୍କୁ ସଙ୍କଟମୋଚନ କୁହାଯାଏ । ହନୁମାନଙ୍କର ମଙ୍ଗଳବାର ଦିନ ପୂଜା କରିବା ବହୁତ ଲାଭଦାୟକ ହୋଇଥାଏ । କଳିଯୁଗରେ ବି ହନୁମାନ ନିଜ ଭକ୍ତଙ୍କ ମଧ୍ୟରେ ରହିଥାନ୍ତି ଏବଂ ଯେତେବେଳେ ବି ଭକ୍ତ ତାଙ୍କୁ ମନେ ପକାଇଥାନ୍ତି ସେ ତାଙ୍କର ସବୁ ସମସ୍ୟାକୁ ଦୂର କରିଦେଇଥାନ୍ତି । ହନୁମାନ ଭୁତ ପ୍ରେତ ଏବଂ ସବୁ ସମସ୍ୟା ଗୁଡିକ ଦୂର କରିଥାନ୍ତି । ଯଦି ଆପଣ ଟଙ୍କା ଧାର କରି ଅସୁବିଧାରେ ଅଛନ୍ତି ତେବେ ହନୁମାନଙ୍କର ପୂଜା କରିବା ଦ୍ଵାରା ଆପଣ ଏହି ସମସ୍ୟାରୁ ବଞ୍ଚି ପାରିବେ ।

ହନୁମାନ ଚାଳିଶା

ମଙ୍ଗଳବାର ଦିନ ହନୁମାନଙ୍କର ପୂଜା କରିବା ସର୍ବୋତମ କୁହାଯାଏ । ଯଦି ଆପଣ କାହାଠାରୁ ଟଙ୍କା ଧାର ନେଇଛନ୍ତି ତେବେ ମଙ୍ଗଳବାର ଦିନ ଆପଣ ସେହି ଟଙ୍କାକୁ ଫେରସ୍ତ କରିଦେବା ସବୁଠୁ ଭଲ ହେବ । ମଙ୍ଗଳବାର ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ । ଏବଂ ହନୁମାନଙ୍କ ମନ୍ଦିରରେ ନଡିଆ ରଖନ୍ତୁ । ଏହା କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଏବଂ ବୁଧବାର ଏବଂ ରବିବାର ଦିନ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ ।

ଦାନ

ଯଦି ଆପଣଙ୍କୁ ସବୁବେଳେ କରଜର ଚିନ୍ତା ରହୁଛି ଏବଂ ସେହି ଟଙ୍କାକୁ ଦେଇ ପାରୁ ନାହାନ୍ତି ତେବେ ଆପଣ ମଙ୍ଗଳବାର ଦିନ ଦାନ କରନ୍ତୁ । ମଙ୍ଗଳବାର ଦିନ ତମ୍ବା, ସୁନା, କସ୍ତୁରୀ, ଗହମ, ନାଲି ଚନ୍ଦନ, ନାଲି ଗୋଲାପ, ସିନ୍ଦୁର, ମଧୁ, ନାଲି ଫୁଲ, ମୁସର ଡାଲି, ନାଲି କନିଆରି ଫୁଲ, ନାଲି ଲଙ୍କା, ନାଲି ପଥର, ନାଲି ରତ୍ନ । ଏହି ସବୁ ଜିନିଷକୁ ନିଜ ସାମର୍ଥ ହିସାବରେ ମନ୍ଦିର କିମ୍ବା କୌଣସି ଗରିବକୁ ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ୟାଗୁଡିକ ଦୂର ହୋଇଯିବ ।

ଅଟାର ଦୀପ ଜଳାନ୍ତୁ

ପାଖାପାଖି ୧୧ ମଙ୍ଗଳବାର ପର୍ଯ୍ୟନ୍ତ ଆପଣ ଏହି ଉପାୟକୁ କରନ୍ତୁ । ଏଥିପାଇଁ ଅଟାକୁ ଚକଟି ତାହାକୁ ଦୀପର ରୂପ ଦିଅନ୍ତୁ । ତାହାକୁ ବଡ ପତ୍ରରେ ରଖି ଜଲାନ୍ତୁ । ଏମିତି ପାଞ୍ଚୋଟି ପତ୍ରରେ ୫ଟି ଦୀପ ଲଗାଇ ହନୁମାନଙ୍କର ମନ୍ଦିରରେ ରଖିଦିନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ସୋରିଷ ତେଲର ଦୀପ

ଶୁକ୍ଲପକ୍ଷର କୌଣସି ମଙ୍ଗଳବାର ଦିନ ଏହି ଉପାୟକୁ କରି ପାରିବେ । ଏଥିପାଇଁ ହନୁମାନଙ୍କର ମନ୍ଦିରରେ ଦୁଇଟି ଦୀପ ଜଳାନ୍ତୁ ଏବଂ ହନୁମାନ ଚାଳିସା ପାଠ କରନ୍ତୁ । ପ୍ରଥମେ ଦେଶୀ ଘିଅର ଦୀପ ଜଳାନ୍ତୁ । ଏହା ପରେ ଦୁତୀୟ ୯ ଦୀପ ବିଶିଷ୍ଟ ଏକ ବଡ ଦୀପ ଲଗାନ୍ତୁ । ଏବଂ ଏଥିରେ ସୋରିଷ ତେଲ ଏବଂ ଦୁଇଟି ଲବଙ୍ଗ ପକାଇଥିବେ । ଏବଂ ଏହି ଦୀପକୁ ରାତି ସାରା ଜଳାନ୍ତୁ ।

ଏହା ପରେ ଛୋଟ ଦୀପକୁ ନିଜର ଡାହାଣ ପଟେ ରଖନ୍ତୁ ଏବଂ ବଡ ଦୀପକୁ ହନୁମାନଙ୍କ ସାମନାରେ ରଖନ୍ତୁ । ଏହିଭଳି ଆପଣ ୫ ଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ହନୁମାନ ଚାହିଁବେ ତ ଆପଣ ଆଉ କେବେ ବି ଟଙ୍କା ଧାର ନେବା ଦରକାର ନାହିଁ ।