ଏହି ସଂକେତ କହିଥାଏ ଆପଣଙ୍କ ବିବାହ ଲଭ ମ୍ୟାରେଜ ହେବ ନା ଆରେଞ୍ଜ, ଜାଣନ୍ତୁ କେମିତି

ବିବାହ ସମସ୍ତଙ୍କ ଜୀବନର ଏକ ମହତ୍ଵପୂର୍ଣ୍ଣ ଅଙ୍ଗ ହୋଇଥାଏ । ବିବାହକୁ ନେଇ ପୁଅ ଝିଅ ବହୁତ ପୂର୍ବରୁ ହିଁ ପ୍ଲାନିଙ୍ଗ କରି ରଖିଥାନ୍ତି । ସମସ୍ତଙ୍କର ଏହା ଇଚ୍ଛା ଥାଏ କି ତାଙ୍କର ସ୍ଵାମୀ କିମ୍ବା ସ୍ତ୍ରୀ ତାହାର ମନ ଅନୁସାରେ ହିଁ ହେଉ । ଇଚ୍ଛା ଅନୁସାରେ ଯଦି ଜୀବନସାଥୀ ନ ମିଳେ ତେବେ ଲୋକମାନେ ନିରାଶ ହୋଇ ଯାଆନ୍ତି । କିନ୍ତୁ ଯଦି ମନ ପସନ୍ଦର ଜୀବନସାଥୀ ମିଳିଯାଏ ତେବେ ଜୀବନ କାଟିବା ବହୁତ ସହଜ ହୋଇଯାଏ ।

ଆମ ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ଜୀବନସାଥି ତାଙ୍କ ମନ ପସନ୍ଦର ହୋଇ ନ ଥାଏ, ଏଥିପାଇଁ ସେମାନେ ସବୁବେଳେ ଦୁଃଖିତ ବି ରୁହନ୍ତି । କିନ୍ତୁ କହିବାକୁ ଗଲେ ବିବାହ ପରେ ସମସ୍ତଙ୍କ ଜୀବନରେ ବହୁତ କିଛି ଚେଞ୍ଜେସ ଆସିଥାଏ । ଆରେଞ୍ଜ ମ୍ୟାରେଜରେ ଦୁଇ ଜଣ ଅଜଣା ଲୋକ ଗୋଟିଏ ଛାତ ତଳେ ହିଁ ନିଜର ଜୀବନ କାଟିବାକୁ ଲାଗନ୍ତି ।

ଦୁଇ ଜଣଙ୍କ ମଧ୍ୟରେ ବେଳେ ବେଳେ ଏମିତି ବି ସମୟ ଆସିଥାଏ କି ଦୁଇ ଜଣଙ୍କ ମଧ୍ୟରେ କିଛି ବିବାଦର ସ୍ଥିତି ସୃଷ୍ଟି ହୋଇଯାଏ । ସବୁ ସମ୍ପର୍କରେ ବିବାଦ ଦେଖାଯାଏ । କିନ୍ତୁ ଯେତେବେଳେ ଏହି ବିବାଦ ଅଧିକ ହେବାକୁ ଲାଗିଥାଏ ତେବେ ସମ୍ପର୍କରେ ଭାଙ୍ଗିଯାଇ ପାରେ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ସବୁଠୁ ଜରୁରୀ ଅଟେ କି ଆମେ ନିଜର ଜୀବନସାଥୀଙ୍କ ବିଷୟରେ ପୂର୍ବରୁ ହିଁ କିଛି ଜାଣି ନେବା ଉଚିତ ।

ତାଙ୍କୁ କଣ ପସନ୍ଦ ଅଟେ ଓ କେଉଁ ଜିନିଷ ତାଙ୍କୁ ଭଲ ଲାଗେ ନାହିଁ । କହିବାକୁ ଗଲେ ଲଭ ମ୍ୟାରେଜରେ ତ ଏହା ସବୁ ପୂର୍ବରୁ ହିଁ ଜଣା ଥାଏ, କିନ୍ତୁ ଆରେଞ୍ଜ ମ୍ୟାରେଜରେ ଏହି ସବୁ କଥା ସହଜରେ ଜଣା ପଡେ ନାହିଁ ।

ନିଜର ପାଦକୁ ଦେଖି ଜାଣି ପାରିବେ ବିବାହ ବିଷୟରେ :

ଲଭ ମ୍ୟାରେଜ କିମ୍ବା ଆରେଞ୍ଜ ମ୍ୟାରେଜ ହେବା ବ୍ୟକ୍ତିର ହାତରେ ନ ଥାଏ । ଏହା ଭାଗ୍ୟର କଥା ହୋଇଥାଏ । କାହା ଭାଗ୍ୟରେ କଣ ଲେଖା ହୋଇଛି, ଏହା ବିଷୟରେ କହିବା ବହୁତ ହିଁ କଷ୍ଟ ଅଟେ, କିନ୍ତୁ କିଛି ଏମିତି ଲକ୍ଷଣ କିମ୍ବା ସଂକେତ ଅଛି, ଯାହାକୁ ଦେଖି ଆପଣ ସହଜରେ ଏହା ଜାଣି ପାରିବେ କି ଆପଣଙ୍କ ବିବାହ ଲଭ ମ୍ୟାରେଜ କିମ୍ବା ଆରେଞ୍ଜ ମ୍ୟାରେଜ ହେବ । ଏହାକୁ ଜାଣିବା ପାଇଁ ଆପଣଙ୍କୁ ନିଜର ପାଦ ଉପରେ ଧ୍ୟାନ ଦେବାକୁ ହେବ ।

ବୁଢା ଆଙ୍ଗୁଠିରୁ ବଡ ହୋଇଥିଲେ ତା’ ପାଖ ଆଙ୍ଗୁଠି ତେବେ ହୋଇପାରେ ପ୍ରେମ ବିବାହ :

ଆପଣଙ୍କୁ କହିଦେଉଛୁ କି ଯଦି ଆପଣଙ୍କ ପାଦର ବୁଢା ଆଙ୍ଗୁଠିର ପାଖ ବାଲା ଆଙ୍ଗୁଠି, ବୁଢା ଆଙ୍ଗୁଠି ଠାରୁ ଛୋଟ ଅଛି ତେବେ ଭବିଷ୍ୟତରେ ଆପଣଙ୍କ ବିବାହ ଘର ଲୋକମାନଙ୍କ ମର୍ଜିରେ ହେବ । ଏହା ଛଡା ଯଦି ଆପାଣଙ୍କ ବୁଢା ଆଙ୍ଗୁଠି ଓ ପାଖ ବାଲା ଆଙ୍ଗୁଠିର ସାଇଜ ବରାବର ବି ଅଛି ତେବେ ବି ଆରେଞ୍ଜ ମ୍ୟାରେଜ ହେବାର ସମ୍ଭାବନା ଅଛି ।

କିନ୍ତୁ ଯଦି ଆପଣଙ୍କ ବୁଢା ଆଙ୍ଗୁଠିର ପାଖ ବାଲା ଆଙ୍ଗୁଠିର ସାଇଜ ବୁଢା ଆଙ୍ଗୁଠି ଠାରୁ ବଡ ଅଛି ତେବେ ଏହାର ଅର୍ଥ ଆପଣଙ୍କ ବିବାହ ଲଭ ମ୍ୟାରେଜ ହୋଇପାରେ । ଏହାର ଅର୍ଥ ଏହା ଅଟେ କି ଆପାଣ ଯଦି କାହାକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ବିବାହ ତାହା ସହିତ ହେବ ।