କରାଯାଇଛି ଖାକିର ଅପମାନ, ବିଜେପି ଲିଡର KV Singh ଓ ବଲାଙ୍ଗିର SP ହେଲେ ମୁହାଁମୁହିଁ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପୋଲିସଙ୍କୁ ଆମ ମାନଙ୍କ ସୁରକ୍ଷା ପାଇଁ ରଖାଯାଇଛି । ତେବେ ଖବର ଅନୁଯାୟୀ ସୁରକ୍ଷାକର୍ମୀଙ୍କ କାମରେ ଢିଲା ପାଇଁ କରାଯାଇଛି ଆନ୍ଦୋଳନ । ସେହି ଆନ୍ଦୋଳନରେ ଆମ୍ନା ସାମ୍ନା ହୋଇଛନ୍ତି BJP ନେତା କନକ ବର୍ଦ୍ଦନ ସିଂ ଦେଉ ଏବଂ ଜିଲ୍ଲା SP ନିତିନ କୁଶଲ । ଜିଲ୍ଲାରେ ବଢୁଥିବା ଅପରାଧକୁ ଅଟକାଇବା ପାଇଁ ନୋଟିସ ଦେଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷପ ନେଇନଥିଲା ସେଥିପାଇଁ ଧାରଣାରେ ବସିଥିଲେ ବଲାଙ୍ଗିର ବାସୀ । ତେବେ ଏନେଇ କଣ ରହିଛି ସମ୍ପୂର୍ଣ ଖବର ତାହା ଉପରେ ଆସନ୍ତୁ ନଜର ପକାଇବା ।

ପାଟଣାଗଡ ସମେତ ବଲାଙ୍ଗିର ଜିଲ୍ଲାରେ ବଢିଚାଲିଥିବା ଅପରାଧ ଘଟଣାକୁ ଆଟାକାଇବା ପାଇଁ ଆଇନ ସୁରକ୍ଷାକର୍ମୀ ମାନଙ୍କ ଉପରେ ଉଠିଛି ବଡ ପ୍ରଶ୍ନ । BJPର ବରିଷ୍ଠ ନେତା କନକ ବର୍ଦ୍ଦନ ସିଂ ନୋଟିସ ଦେଇଥିଲେ SP ଅଫିସକୁ । ସେହି ନୋଟିସରେ ଏହା ଉଲ୍ଲେଖ ଥିଲା କି ଜିଲ୍ଲାରେ ହେଉଥିବା ଚୋରୀ ଡକାୟତି ବଢିବାରେ ଚାଲିଛି ଏବଂ ଏବଂ ହୋଇଥିବା JE ହତ୍ୟା ମାମଲାର କେସକୁ ମଧ୍ୟ ବନ୍ଦ କରିଦିଆ ଯାଇଛି ।

ତାହାକୁ ପୁଣି ଆରମ୍ଭ କରାଯାଉ ଏବଂ ତଦନ୍ତ କରାଯାଊ ବୋଲି କହିଛନ୍ତି କନକ ବର୍ଦ୍ଦନ । 6ଦିନ ପୂର୍ବରୁ ହୋଇଥିବା 6 ଲକ୍ଷ ଟଙ୍କାର କେସର ବାତତ୍ମାନ ସୁଧା କୌଣସି ତଦନ୍ତ ହେଉଥିବା ସେ ପରିଲକ୍ଷିତ କଲେ ନାହିଁ । ସେଥିପାଇଁ ସେ ଆଜି spଙ୍କ ସହ ସିଧାସଳଖ ଭାବରେ ଦେଖାକରି ଆଲୋଚନା କରିବା ପାଇଁ ପହଞ୍ଚିଥିଲେ ଅଫିସ ସମ୍ମୁଖରେ । ସେହିଠାରେ SPଏବଂ କନକ ବର୍ଦ୍ଦନଙ୍କର କଥା କଟା କଟି ହୋଇଥିଲା ।

କନକ କହିଥିଲେ ଯଦି ସମୟ ଅନୁଯାୟୀ କାମ ହେବ ତେବେ କଣ ଲାଭ ଏହି ଖାକି ପୋଷାକ ପିନ୍ଧିବା ଆପଣ ମାନଙ୍କର । ଏହାର ଜବାବରେ SP କହିଥିଲେ ଆପଣ ଏମିତି ସାମ୍ନାରେ ବସି ଖାକିର ଅବମାନନା କରିପାରିବେନି । ଏହିସବୁ ଭିତରେ SPଏହା କହିଛନ୍ତି କି ସେ ଦେଇଥିବା ନୋଟିସ ଅନୁଯାୟୀ କାର୍ଯ୍ୟ ଆରମ୍ଭ କରାଯିବା ସହ ତାଙ୍କର ଆଲିଗେସନ ସତ ନା ମିଛ ପ୍ରଥମେ ଏହାର ଯାଞ୍ଚ କରାଯିବ ।

ତାପରେ ଯାଇ ତଦନ୍ତ ଖୁବ ଶୀଘ୍ର  ଆରମ୍ଭ କରାଯିବ ବୋଲି SPପ୍ରତିଶୃତି ଦେଇଛନ୍ତି । ଯଦି ଏହା ନ ହୁଏ ତେବେ 7 ଦିନ ମଧ୍ୟରେ ପୁଣି BJP ଦଳ କିଛି ପଦକ୍ଷେପ ନେବା ବୋଲି କହିଛନ୍ତି କନକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରନ୍ତୁ ।