Pintu Nanda ଙ୍କ ଦେହାନ୍ତ ପରେ ଭୋ ଭୋ ହୋଇ କାନ୍ଦିଲେ ଯାତ୍ରା ଅଭିନେତ୍ରୀ Rani Priyadarshini, ଶୁଣନ୍ତୁ ସେ କଣ କହୁଛନ୍ତି….

ପିଣ୍ଟୁ ନନ୍ଦଙ୍କ ଦେହାନ୍ତରେ ସାରା ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ପିଣ୍ଟୁଙ୍କ ଭଳି ଜଣେ ସଫଳ ଏବଂ ଦକ୍ଷ ଅଭିନେତାଙ୍କ ପରଲୋକ ନିଶ୍ଚିତ ଭାବେ ଓଲିଉଡ ପାଇଁ ଏକ ଅପୂରଣୀୟ କ୍ଷତି । ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ଥିବାବେଳେ ସେ ଲିଭର ଡୋନର ପାଇଁ ଅପେକ୍ଷା କରି ରହିଥିଲେ । ପିଣ୍ଟୁ ନନ୍ଦ ପୁଣି ଥରେ ସୁସ୍ଥ ହୋଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରି ଆସିବେ ବୋଲି ସମସ୍ତେ ଆଶାବାନ୍ଧି ବସିଥିଲେ । ହେଲେ ସମସ୍ତଙ୍କ ଆଶା ଧୂଳିସାତ କରି ଅଫେରା ରାଇଜର ରାଜକୁମାର ହୋଇ ଯାଇଛନ୍ତି ପିଣ୍ଟୁ ନନ୍ଦ ।

ଏନେଇ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ ଶୋକ ପ୍ରକାଶ କରୁଛନ୍ତି । ସେ ପିଣ୍ଟୁଙ୍କ କଥା କହିବା ବେଳେ ଭୋ ଭୋ ହୋଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି । ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ଥିବାବେଳେ ତାଙ୍କ ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଥିଲା । ଯେଉଁଥି ପାଇଁ ତାଙ୍କୁ ପ୍ରଚୁର ଅର୍ଥର ଆବଶ୍ୟକତା ଥିଲା, କିନ୍ତୁ ଅର୍ଥର ଅଭାବ ଥିଲା । ସେଥିପାଇଁ ନିଜ ପ୍ରଶଂସକ ମାନଙ୍କ ଠାରୁ ସେ ଆର୍ଥିକ ସାହାଯ୍ୟ ଲୋଡିଥିଲେ ।

ଅନେକ ଲୋକ ତାଙ୍କୁ ସାହାଯ୍ୟର ହାତ ବଢାଇଥିବା ବେଳେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ ମଧ୍ୟ ପିଣ୍ଟୁ ନନ୍ଦଙ୍କ ସାହାଯ୍ୟ ପାଇଁ ଅର୍ଥ ଯୋଗାଡ କରିବାରେ ଲାଗି ପଡିଥିଲେ । ଯେଉଁଥି ପାଇଁ ସେ ଷ୍ଟେସନକୁ ଯାଇ କାନି ପତେଇ ଲୋକଙ୍କୁ ସାହାଯ୍ୟ ମାଗିବାକୁ ମଧ୍ୟ କୁଣ୍ଠାବୋଧ କରି ନଥିଲେ । ଅର୍ଥ ଯୋଗାଡ କରିବା ସହ ସେ ପିଣ୍ଟୁଙ୍କ ପାଇଁ ତାହା ପଠାଇଥିଲେ ଓ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ କି ପିଣ୍ଟୁ ନନ୍ଦ ଶୀଘ୍ର ସୁସ୍ଥ ହୋଇଯାନ୍ତୁ ବୋଲି ।

କିନ୍ତୁ ପିଣ୍ଟୁ ନନ୍ଦ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଯାହାପରେ ରାନୀ ପ୍ରିୟଦର୍ଶିନୀ ସାହୁ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଏନେଇ ରାନୀ କହିଛନ୍ତି ସେ ବିଶ୍ଵାସ କରି ପାରୁ ନାହାନ୍ତି କି, ଭାଇ ଏତେ ଶୀଘ୍ର ଆମକୁ ଛାଡି ଚାଲିଗଲେ । ଭାଇ ବଞ୍ଚିଯିବେ ବୋଲି ଭାବି ସେ ଯଥାସମ୍ଭବ ଚେଷ୍ଟା କରିଥିଲେ । କିନ୍ତୁ ସବୁକିଛି ବ୍ୟର୍ଥ ହୋଇଗଲା । ଭୁବନେଶ୍ବରରେ ପ୍ରାଥମିକ ଚିକିତ୍ସା ପରେ ପିଣ୍ଟୁ ନନ୍ଦ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ ଓ ସେଠାରେ ଡୋନର ଅପେକ୍ଷାରେ ଥିଲେ ।

କିନ୍ତୁ ଡୋନର ନ ମିଳିବାରୁ ଦିଲ୍ଲୀ ଡାକ୍ତର ତାଙ୍କୁ ହାଇଦ୍ରାବାଦ ଫେରାଇ ଦେଇଥିଲେ । ଆଉ ଗତକାଲି ରାତି ସାଢେ 11ଟା ସମୟରେ ପିଣ୍ଟୁ ନନ୍ଦ ପରଲୋକ ଗମନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।