ଅଧୁରା ରହିଗଲା Pintu Nanda ଙ୍କ ଶେଷ ଇଚ୍ଛା, ଶେଷ ସମୟରେ ବି ପାଖରେ ନଥିଲେ ପରିବାର… ତାଙ୍କ ଶେଷ ଇଚ୍ଛା ଜାଣିଲେ ଆଖିରେ ଲୁହ ଆସିଯିବ

ଜୀବନ ଯୁଦ୍ଧରେ ଲଢୁ ଲଢୁ ଶେଷରେ ହାରିଗଲେ ଲୋକପ୍ରିୟ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଦୀର୍ଘ ଦିନ ଧରି ଲିଭର ଜନିତ ରୋଗରେ ପୀଡିତ ଥିବା ପିଣ୍ଟୁ ନନ୍ଦଙ୍କ ବଞ୍ଚିବା ଆଶା ଶେଷରେ ଲିଭିଗଲା । ଲିଭର ଡୋନରଙ୍କ ଅପେକ୍ଷାରେ ରହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ପୁଣି ଥରେ ଅଭିନୟ ଜଗତକୁ ଫେରି ଆସିବେ ବୋଲି ସମସ୍ତଙ୍କ ମନରେ ଆଶା ଥିଲା । ପିଣ୍ଟୁ ନନ୍ଦଙ୍କ ଲିଭର ପ୍ରାୟ 80 ପ୍ରତିଶତ ଖରାପ ହୋଇ ଯାଇଥିବା ବେଳେ ଭୁବନେଶ୍ବରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଦିଲ୍ଲୀ ନିଆ ଯାଇଥିଲା ।

ସେଠାରେ ଡାକ୍ତରଙ୍କ ନିରୀକ୍ଷଣରେ ରହିବା ସହ ପିଣ୍ଟୁ ଜଣେ ଡୋନରଙ୍କ ଅପେକ୍ଷା କରିଥିଲେ । ହେଲେ ଅନ୍ୟପଟେ ଦିନକୁ ଦିନ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ଯାହାକୁ ନେଇ ଡାକ୍ତରଙ୍କ ଚିନ୍ତା ବଢି ଯାଇଥିଲା । ଶେଷରେ ପିଣ୍ଟୁଙ୍କୁ କ୍ଷମା ମାଗିବା ସହ ଶୀଘ୍ର ହାଇଦ୍ରାବାଦ ର ଯଶୋଦା ସୁପର ସ୍ପେଶାଲିଟି ହସ୍ପିଟାଲ ଯିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ ଡାକ୍ତର । କାରଣ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେଉଥିବା ବେଳେ ଚିକିତ୍ସା ପାଇଁ ଉପଯୁକ୍ତ ଆଧୁନିକ ଯନ୍ତ୍ରପାତି ତାଙ୍କ ପାଖରେ ନଥିଲା ।

ଗତ ଚାରି ପାଞ୍ଚଦିନ ତଳେ ସେ ହାଇଦ୍ରାବାଦ ଆସିଥିଲେ । ହେଲେ ତାଙ୍କ ଲିଭରରୁ ରକ୍ତସ୍ରାବ ହେଉଥିବା ନେଇ ଶୁଣିବାକୁ ମିଳିଥିଲା । ଏହାସହ ପିଣ୍ଟୁ ନନ୍ଦ ହାଇଦ୍ରାବାଦ ଆସିବା ପରେ ହଠାତ ନଣ୍ଡା ହୋଇଯିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ପିଣ୍ଟୁ ନନ୍ଦଙ୍କ ଶେଷ ସମୟରେ ତାଙ୍କ ଶେଷ ଇଚ୍ଛା ଟିକକ ପୂରଣ ହୋଇପାରିଲା ନାହିଁ ବୋଲି ଏବେ ଲୋକେ କଥା ହେଉଛନ୍ତି ।

କାରଣ ପିଣ୍ଟୁ ନନ୍ଦ ବାହା ହୋଇଥିବା ବେଳେ ତାଙ୍କର ଦୁଇ ପୁଅ ଅଛନ୍ତି । ସାନ ପୁଅ ତାଙ୍କର ଭାରି ଗେହ୍ଲା ଓ ବଡପୁଅର ବି ସବୁ ଜିଦ୍ ସେ ପୂରଣ କରନ୍ତି । ସବୁ ଅଭିମାନ ଭୁଲି ଶେଷ ସମୟରେ ସ୍ତ୍ରୀଙ୍କ କୋଳରେ ମୁଣ୍ଡ ରଖି ଅନେକ କଥା ହେବାର ଇଚ୍ଛା ରଖିଥିଲେ ପିଣ୍ଟୁ ନନ୍ଦ । ନିଜ ଜୀବନର ଶେଷ ସମୟରେ ଦୁଇ ପୁଅଙ୍କୁ ଟିକେ ଆଲିଙ୍ଗନ କରି କେତେ କଣ କହିଥାନ୍ତେ । ହେଲେ ତାଙ୍କର ଏହି ଶେଷ ଇଚ୍ଛା ଅଧୁରା ରହିଗଲା ।

ଶେଷ ସମୟରେ ସମସ୍ତେ ତାଙ୍କୁ ପର କରିଦେଲେ । ମୃ-ତ୍ୟୁ ସହ ଲଢିବାକୁ ଅଣ୍ଟା ଭିଡିଥିବା ପିଣ୍ଟୁ ନନ୍ଦ ଶେଷରେ ଚିରଦିନ ପାଇଁ ନୀରବ ହୋଇଗଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।