କଞ୍ଚା ଅଣ୍ଡା, ସିଝା ଅଣ୍ଡା କିମ୍ବା ଫ୍ରାଏ ଅଣ୍ଡା କେଉଁଟି ଖାଇବା ଉଚିତ, ଜାଣନ୍ତୁ

କେତେକ ଲୋକ ସିଝା ଅଣ୍ଡା ଖାଉଥିବା ବେଳେ କେତେକ ଲୋକ ଫ୍ରାଏ କରି ଖାଇବାକୁ ପସନ୍ଦ କରନ୍ତି । କଞ୍ଚା ଅଣ୍ଡାକୁ ଶକ୍ତିଶାଳୀ ମନେ କରି କେତେଜଣ ମଧ୍ୟ ଖାଆନ୍ତି । ଅଣ୍ଡାରେ ହାଇ କ୍ଵାଲିଟି ପ୍ରୋଟିନ ରହିଥାଏ । ଏହା ଶରୀରରେ ଚର୍ବି କମେଇବାରେ ସାହାଯ୍ୟ କରେ । ଆଜି ଆମେ ଜାଣିବା ଅଣ୍ଡାକୁ କିପରି ଖାଇଲେ ଶରୀରକୁ ଶକ୍ତି ମିଳେ । ଅଣ୍ଡାକୁ ଭୁଲ ଉପାୟରେ ଖାଇଲେ ଆପଣଙ୍କ ଶରୀର ମଧ୍ୟ ଖରାପ ହେବାର ଆଶଙ୍କା ରହିଥାଏ । ଆଜି ଆମେ ଜାଣିବା କଞ୍ଚା ଅଣ୍ଡା, ସିଝା ଅଣ୍ଡା ଓ ଫ୍ରାଏ ଅଣ୍ଡା କେଉଁ ସମୟରେ ଖାଇବା ଉଚିତ ।

ପ୍ରଥମେ ଆମେ ଜାଣିବା କଞ୍ଚା ଅଣ୍ଡାରେ କଣ କଣ ପୋଷକ ତତ୍ତ୍ଵ ରହିଛି । ଅଣ୍ଡା ଫ୍ରାଏ କଲା ପରେ ଏହାର ପୋଷକ ତତ୍ତ୍ଵ ବଢେ ନା କମେ । ଦ୍ଵିତୀୟରେ କଞ୍ଚା ଅଣ୍ଡା, ସିଝା ଅଣ୍ଡା କିମ୍ବା ଫ୍ରାଏ ଅଣ୍ଡା ଖାଇବା ପରେ କେଉଁଟି ଆମ ପାଇଁ ଉପଯୋଗୀ ଅଟେ, ଓ କେଉଁଟି ଆମ ଶରୀରକୁ କ୍ଷତି ପହଞ୍ଚାଏ ।

ଅଣ୍ଡାରେ ସବୁଠାରୁ ଅଧିକ ପ୍ରୋଟିନ ଓ ଫ୍ୟାଟ ରହିଛି । ଅଣ୍ଡାର ଧଳା ଅଂଶରେ ଫ୍ୟାଟ ଓ କୋଲେଷ୍ଟ୍ରୋଲ ନଥାଏ । ଏହି ଅଂଶରୁ ବିଶୁଦ୍ଧ ପ୍ରୋଟିନ ମିଳେ । ସେଥିପାଇଁ ବଡିବିଲ୍ଡର ମାନେ ଅଣ୍ଡାକୁ ପ୍ରୋଟିନ ରୂପେ ବ୍ୟବହାର କରନ୍ତି । କଞ୍ଚା ଅଣ୍ଡା, ସିଝା ଅଣ୍ଡା ଓ ଫ୍ରାଏ ଅଣ୍ଡାରେ ସମାନ ରୂପର ପ୍ରୋଟିନ ରହିଛି । ସମସ୍ତ ଅଣ୍ଡାରେ ୬ ଗ୍ରାମର ପ୍ରୋଟିନ ରହିଛି ।

ଅଣ୍ଡାରେ ସଲ୍ମୋନେଲ୍ଲା ନାମକ ବ୍ୟାକ୍ଟେରିଆ ରହିଥାଏ । ଏହି ବ୍ୟାକ୍ଟେରିଆ ମୁଖ୍ୟତଃ କଞ୍ଚା ଅଣ୍ଡାରେ ଦେଖିବାକୁ ମିଳେ । କଞ୍ଚା ଅଣ୍ଡା ଖାଇବା ଦ୍ଵାରା ଫୁଡ ପଏଜନିଙ୍ଗ ହେବାର ସମ୍ଭାବନା ଥାଏ । ଏହା ଦ୍ଵାରା ପେଟ ଦରଜ, ମୁଣ୍ଡ ବିନ୍ଧା ଓ ବାନ୍ତି ରୋଗ ଦେଖାଯାଏ ।

କଞ୍ଚା ଅଣ୍ଡାରୁ ମିଳୁଥିବା ପ୍ରୋଟିନ ର କେବଳ ୫୦ ପ୍ରତିଶତ ହିଁ ଆମ ଶରୀରରେ ଆବଜର୍ଭ ହୋଇଥାଏ । ଯେତେବେଳେ କି ଅଣ୍ଡାକୁ ସିଝାଇ ବା ଫ୍ରାଏ କରି ଖାଇଲେ ଏଥିରୁ ମିଳୁଥିବା ପ୍ରୋଟିନ ର ୯୦ ରୁ ୯୫ ପ୍ରତିଶତ ଆମ ଶରୀରରେ ଆବଜର୍ଭ ହୋଇଥାଏ  । ହାଇ ଟେମ୍ପେରେଚର ରେ ଅଣ୍ଡା ଫ୍ରାଏ କରିବା ଦ୍ଵାରା ଏଥି ଥିବା ବ୍ୟାକ୍ଟେରିଆ ମଧ୍ୟ ମରିଯାନ୍ତି ।

କଞ୍ଚା ଅଣ୍ଡା ଖାଇବା ଦ୍ଵାରା ଆମ ଶରୀରରେ ହେଉଥିବା ଆଉ କ୍ଷତି ହେଉଛି ଏହା ଆମ ଶରୀରରେ ଭିଟାମିନ – ବି କମ୍ପ୍ଲେକ୍ସକୁ ଆବଜର୍ଭ ହେବାକୁ ଦେଇ ନଥାଏ । ଏହାକୁ ଲଗାତାର ଖାଇବା ଦ୍ଵାରା ଶରୀରରେ ଭିଟାମିନ – ବି କମ୍ପ୍ଲେକ୍ସ ର ମାତ୍ରା କମ ହୋଇଯାଏ । ଯାହା ଦ୍ଵାରା ଚୁଟି ଝଡିବା, ରାତିରେ ନିଦ ନ ହେବା ଓ ଦେହରେ ଫଳିଯିବା ପରି ରୋଗ ଦେଖାଦିଏ । ତେବେ ଏହା ସ୍ପଷ୍ଟ ଅଟେ କି କଞ୍ଚା ଅଣ୍ଡା ଖାଇବା ଦ୍ଵାରା କେତେକ ରୋଗର ସମ୍ମଖୀନ ହେବାକୁ ପଡେ । ଫ୍ରାଏ ଅଣ୍ଡାରେ ରୋଗ ହେବାର ଆଶଙ୍କା କମ ଥାଏ ।