ଦେଶୀ ଘିଅ ବନେଇ ପାରିବ ଆପଣଙ୍କୁ ବହୁତ ସୁନ୍ଦର, ବାସ୍ କରିବାକୁ ହେବ ଏହି ସହଜ କାମ

ଭାରତୀୟ ଘର ମାନଙ୍କରେ ଘିଅର ଅଧିକ ମହତ୍ତ୍ଵ ରହିଛି । ଘିଅକୁ ଖାଲି ଖାଇବା ସହ ଖାଦ୍ୟ ତିଆରିରେ ମଧ୍ୟ ବ୍ୟବହାର କରାଯାଏ । ଏହାକୁ ଧାର୍ମିକ କାର୍ଯ୍ୟରେ ମଧ୍ୟ ଉପଯୋଗ କରାଯାଏ । ଦୀପ ଓ ହୋମରେ ଆହୁତି ଦେବା କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଏ । ଆପଣ ନିଜ ଡାଏଟ ପାଇଁ ଘିଅ ଖାଉନଥିବେ । କଣ ଆପଣ ଜାଣିଛନ୍ତି ଘିଅ କୁ ଖାଇବା ଛଡା ଅନ୍ୟ କାର୍ଯ୍ୟରେ ମଧ୍ୟ ଉପଯୋଗ କରାଯାଏ । ଯଦି ଆପଣ ଶୁଦ୍ଧ ଘିଅର ଠିକ ରୂପେ ଉପଯୋଗ କରିବେ, ତେବେ ଆପଣଙ୍କ ସୁନ୍ଦରତାରେ ବୃଦ୍ଧି ଘଟିବ । ଆସନ୍ତୁ ଜାଣିବା ଦେଶୀ ଘିଅର ବିଉଟି ଟିପ୍ସ ।

ରିଙ୍କଲ୍ସ କମ କରେ

ଦିନକୁ ଦିନ ଯେପରି ବୟସ ବଢିବାକୁ ଲାଗେ, ସେହିପରି ସ୍କିନ ଦୁର୍ବଳ ହୋଇଯାଏ ଓ ସ୍କିନରେ ରିଙ୍କଲ୍ସ ଦେଖାଯାଏ । ଯଦି ଆପଣ ଦେଶୀ ଘିଅର ସଠିକ ଭାବେ ଉପଯୋଗ କରନ୍ତି, ତେବେ ଅଧିକ ଦିନ ପର୍ଯ୍ୟନ୍ତ ଯବାନ ରହିବେ । ଘିଅ ଦ୍ଵାରା ରିଙ୍କଲ୍ସ ମଧ୍ୟ କମ ହୋଇଥାଏ ।

ପ୍ରୟୋଗ ବିଧି

ଘିଅର କିଛି ବୁନ୍ଦା ହାତରେ ନେଇ ରିଙ୍କଲ୍ସ ହୋଇଥିବା ସ୍ଥାନରେ ଯେପରି କି ମୁହଁ ଓ ହାତରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ରିଙ୍କଲ୍ସ କମ ହୋଇଥାଏ । ଆପଣଙ୍କ ସ୍କିନ ସତେଜ ରହିଥାଏ ।

ଡ୍ରାଏ ସ୍କିନ

ଆପଣ ଯଦି ଡ୍ରାଏ ସ୍କିନ ପାଇଁ ଚିନ୍ତିତ ଅଛନ୍ତି, ତେବେ କୌଣସି ବିଉଟି ପ୍ରଡକ୍ଟର ବ୍ୟବହାର କରିବାର ଅବଶ୍ୟକତା ନାହିଁ । କେବଳ ଦେଶୀ ଘିଅର ପ୍ରୟୋଗ କରନ୍ତୁ । ଘିଅରେ ସ୍କିନ ମଶ୍ଚରାଇଜ କରିବାର କ୍ଷମତା ରହିଛି । ଏହା ଦ୍ଵାରା ଡ୍ରାଏ ସ୍କିନର ସମସ୍ୟା ଦୂର ହୋଇଥାଏ ।

ପ୍ରୟୋଗ ବିଧି

ଘିଅର କିଛି ବୁନ୍ଦା ମଲାଇରେ ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁ, ହାତ ଓ ଗୋଡରେ ଲଗାନ୍ତୁ ଓ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଥଣ୍ଡା ପାଣିରେ ଆପଣଙ୍କ ସ୍କିନ ଧୋଇ ଦିଅନ୍ତୁ । ଏହି ପରି ସପ୍ତାହରେ ୩ ଥର କରନ୍ତୁ । ଏହା ଦ୍ଵାରା ଡ୍ରାଏ ସ୍କିନ ସମସ୍ୟାରୁ ମୁକ୍ତି ମିଳିବ ।

ଡାର୍କ ସର୍କଲ

ଆଖି ତଳେ ଯେଉଁ କଳା ଦାଗ ଦେଖାଯାଏ, ତାହାକୁ ଡାର୍କ ସର୍କଲ କହନ୍ତି । ଏହି ଡାର୍କ ସର୍କଲ ସୁନ୍ଦରତାକୁ ନଷ୍ଟ କରେ । ଯାହାଦ୍ଵାରା ଆପଣଙ୍କ ମୁହଁ ମଧ୍ୟ ଭଲ ଦେଖାଯାଏ ନାହିଁ । ଆପଣଙ୍କ ରୋଷେଇ ଘରେ ଥିବା ଘିଅ ଦ୍ଵାରା ଡାର୍କ ସର୍କଲ ସମସ୍ୟା ଦୂର ହୋଇଥାଏ ।

ପ୍ରୟୋଗ ବିଧି

ଘିଅ ୨ ରୁ ୪ ବୁନ୍ଦା ନେଇ ଆଖି ତଳେ ହୋଇଥିବା କଳା ଦାଗ ଉପରେ ମାଲିସ କରନ୍ତୁ । ଏହିପରି ଆପଣ ସବୁଦିନ ରାତିରେ ଶୋଇବା ପୂର୍ବରୁ କରନ୍ତୁ । ଏହି ପ୍ରୟୋଗ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ କରିବା ଦ୍ଵାରା ଡାର୍କ ସର୍କଲ ସମସ୍ୟାରୁ ମୁକ୍ତି ମିଳେ ।