Putin ଙ୍କ ସହ କଣ କଥା ହେଲେ ପ୍ରାଧାନମନ୍ତ୍ରୀ Modi ? ସେହି 25 ମିନିଟର ବାର୍ତ୍ତାଳାପରେ ପୁରା ପ୍ଳାନ କହିଲେ Putin ? ଜାଣନ୍ତୁ ପୁରା ତଥ୍ୟ

ଋଷ ଓ ୟୁକ୍ରେନ ମଧ୍ୟରେ ଗତ ତିନିଦିନ ହେଲା ଯୁଦ୍ଧ ଚାଲିଛି । ଯାହାକି ସମଗ୍ର ବିଶ୍ଵ ପାଇଁ ଚିନ୍ତାର ବିଷୟ ସାଜିଛି । ଋଷ ପ୍ରଧାନମନ୍ତ୍ରୀ ପୁଟିନ କଥାବାର୍ତ୍ତା କରି ସମସ୍ଯାର ସମାଧାନ କାଢିବା ବଦଳରେ ୟୁକ୍ରେନ ବିରୋଧରେ ସିଧା ଯୁଦ୍ଧ ଘୋଷଣା କରି ଦେଇଥିଲା । ଆଉ ଏହି ଯୁଦ୍ଧର ଆବଶ୍ୟକତା ଥିଲା ଓ ଏହାକୁ ଯଥାର୍ଥ ବୋଲି କହିଛନ୍ତି ପୁଟିନ । ସେପଟେ ୟୁକ୍ରେନ ଉପରେ ଋଷ ନିଆଁ ବର୍ଷା କରୁଥୁବା ବେଳେ ଆମେରିକା ସମେତ ଅନ୍ୟ ନାଟୋ ଦେଶ ଋଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇ ବସିଥିଲେ ।

ଏହିପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଋଷର ରାଷ୍ଟ୍ରପତି ପୁଟିନ ତାଙ୍କର ସବୁଠୁ ଭଲ ମିତ୍ର ଦେଶ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପାଇଁ ସନ୍ଦେଶ ପଠାଇଥିଲେ । ସେହି ସମୟରେ ମୋଦୀ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ କିଭଳି ସୁରକ୍ଷିତ ଭାରତକୁ ଅଣାଯିବ ସେନେଇ ମିଟିଂ କରୁଥିଲେ । ମିଟିଂରୁ ଫେରିବା ପରେ ପୁଟିନଙ୍କ ସହ ମୋଦୀ ପୁରା ୨୫ ମିନିଟ କଥା ହୋଇଥିଲେ । ଆଉ ଏହି ବାର୍ତ୍ତାଳାପ ମଧ୍ୟରେ ପୁରା ପ୍ଳାନ ପୁଟିନ ମୋଦୀଙ୍କୁ କହିଥିଲେ ।

ତେବେ ୟୁକ୍ରେନ ଓ ଋଷ ମାମଲାରେ ଭାରତ ଏବେ ଯାଏଁ ନିରପେକ୍ଷ ରହିଛି । ଯୁଦ୍ଧ ନକରି କୂଟନୈତିକ ସ୍ତରରେ କଥାବାର୍ତ୍ତା ହୋଇ ସମସ୍ଯାର ସମାଧାନ କରିବା ପାଇଁ ମୋଦୀ ମଧ୍ୟ ପୁଟିନଙ୍କୁ ବୁଝାଇଥିଲେ । ମୋଦୀ ପୁଟିନଙ୍କୁ ଯୁଦ୍ଧର ସବୁଠୁ ବଡ ବିକଳ୍ପ ଶାନ୍ତିର ମନ୍ତ୍ର ବୁଝାଇଥିଲେ । ଋଷ ଓ ନାଟୋ ମଧ୍ୟରେ ଯାହାବି ମତଭେଦ ରହିଛି ତାହା ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ମୋଦୀ କହିଥିଲେ ।

ତେଣୁ ମୋଦୀ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରି କୂଟନୈତିକ ସ୍ତରରେ ମାମଲା ସମାଧାନ କରିବା ପାଇଁ ଉପଦେଶ ଦେଇଥିଲେ । ପୁଟିନ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିବାର କାରଣ କହିଥିଲେ । ତାଙ୍କ କହିବା ଅନୁଯାୟୀ ୟୁକ୍ରେନ ତା’ର ପୂର୍ବ ଇଲାକା ଡୋନବାସରେ ଅନେକ ବର୍ଷ ଧରି ଋଷ ସମର୍ଥକଙ୍କୁ ଅତ୍ୟାଚାର କରି ଆସୁଥିଲା । ସେହି ନିରୀହ ଲୋକଙ୍କୁ ରକ୍ଷା କରିବା ପାଇଁ ଋଷ ପୂର୍ବରୁ ୟୁକ୍ରେନ ସହ ଚୁକ୍ତି ମଧ୍ୟ କରିଛି । କିନ୍ତୁ ଋଷ ଦାବି କରିଛି ଯେ ୟୁକ୍ରେନ ସେହି ଚୁକ୍ତିକୁ କେବେ ହେଲେ ସମ୍ମାନ ଦେଇନାହିଁ ।

ସେଥିପାଇଁ ଡୋନବାସ ଲୋକଙ୍କୁ ରକ୍ଷା କରିବା ପାଇଁ ଋଷଙ୍କୁ ସେନା ପଠାଇବାକୁ ପଡିଛି ବୋଲି ପୁଟିନ କହିଛନ୍ତି । ପୁଟିନ କଥାକୁ ବୁଲେଇ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ୧୯୭୧ରେ ପୂର୍ବ ପାକିସ୍ତାନର ଲୋକଙ୍କୁ ବଞ୍ଚାଇବା ପାଇଁ ଭାରତ ଯେଉଁ ପଦକ୍ଷେପ ନେଇଥିଲା ଋଷ ୟୁକ୍ରେନରେ ସେହି କାର୍ଯ୍ୟ କରିଛି । ଋଷ ପାଇଁ ୟୁକ୍ରେନର ପୂର୍ବ ଇଲାକା ଏବେ ନୂଆ ବାଂଲାଦେଶ ସହ ସମାନ ଅଟେ ।

ଯାହାର ଦୁଇ କ୍ଷେତ୍ର ଡୋନେସ୍କ ଓ ଲୋହାନ୍ସକୁ ପୁଟିନ ପୂର୍ବରୁ ହିଁ ସ୍ଵତନ୍ତ୍ର ଘୋଷିତ କରି ଦେଇଥିଲେ । ପୁଟିନ ଯୁଦ୍ଧ ରୋକିବା ପାଇଁ କୌଣସି ସନ୍ଦେଶ ଦେଇ ନାହାନ୍ତି । କିନ୍ତୁ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ଯେପରି କୌଣସି ଆଞ୍ଚ ନ ଆସିବ ସେନେଇ ସେ ତାଙ୍କ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭାରତ ଓ ଋଷ ଏହି ଘଡିସନ୍ଧି ମୂହୁର୍ତ୍ତରେ ପରସ୍ପରର ସମ୍ପର୍କରେ ରହିବେ ବୋଲି ସ୍ଥିର କରି ଏହି ବାର୍ତ୍ତାଳାପ ଶେଷ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।