Maha Shivratri 2023- ମହା ଶିବରାତ୍ରି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ ସର୍ବନାଶ ହେବାରୁ କେହି ବି ବଞ୍ଚେଇ ପାରିବେ ନାହିଁ !

ହିନ୍ଦୁଧର୍ମରେ ମହା ଶିବରାତ୍ରିର ବିଶେଷ ମହତ୍ଵ ରହିଛି । ଏହିଦିନ ପବିତ୍ର ଓ ନିର୍ମଳ ମନ ନେଇ ଭାଗବ୍ନ ଶିବଙ୍କ ଆରାଧନା କଲେ ମହାଦେବଙ୍କ କୃପା ପ୍ରାପ୍ତି ହୋଇଥାଏ । ଏହିଦିନ ଭଗବାନ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ନାନା ପ୍ରକାର ଉପାୟ କରିଥାନ୍ତି । କିନ୍ତୁ ଏଭଳି କିଛି କାର୍ଯ୍ୟ ଅଛି ଯାହା ମହା ଶିବରାତ୍ରି ଦିନ କରିବା ଦ୍ଵାରା ଅଶୁଭ ଫଳ ପ୍ରାପ୍ତି ହେବା ସହ ଦେବଙ୍କ ଦେବ ମହାଦେବଙ୍କ କୋପଦୃଷ୍ଟି ପଡିଥାଏ । ତେବେ ଚାଲନ୍ତୁ ଜାଣିବା ଏହିଦିନ କେଉଁ କାର୍ଯ୍ୟ କରିବା ଅଶୁଭ ଅଟେ ।

ଭଗବାନ ଶିବଙ୍କ ଭକ୍ତଙ୍କ ପାଇଁ ମହା ଶିବରାତ୍ରି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରତି ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶକୁ ଭଗବାନ ଶିବଙ୍କ ରାତ୍ରି ବୋଲି ମାନାଯାଏ । କିନ୍ତୁ ଫାଲ୍ଗୁନ ଚତୁର୍ଦ୍ଦଶୀରେ ପଡୁଥିବା ମହା ଶିବରାତ୍ରିର ସବୁଠୁ ଅଧିକ ମହତ୍ଵ ରହିଛି । ଏହିଦିନ ସଂପୂର୍ଣ୍ଣ ଭାରତରେ ଭଗବାନ ଶିବ ମନ୍ଦିରରେ ଆରାଧନାର ଶବ୍ଦ ଶୁଣାଯାଏ । ସ୍ତ୍ରୀ ଏବଂ ପୁରୁଷ ଉଭୟ ବଡ ଆନନ୍ଦରେ ଏହି ପର୍ବକୁ ପାଳନ କରନ୍ତି ଓ ବ୍ରତ ମଧ୍ୟ ରଖିଥାନ୍ତି । ଭଗବାନ ଶିବ ଖୁବ ଶୀଘ୍ର ଭକ୍ତଙ୍କ ଉପରେ ଖୁସି ହୋଇଯାନ୍ତି ।

କିନ୍ତୁ ତାଙ୍କୁ ଯେବେ କ୍ରୋଧ ଆସିଥାଏ ସେ ସହଜରେ ଶାନ୍ତ ହୋଇ ନଥାନ୍ତି । ପୌରଣିକ କଥା ଅନୁଯାୟୀ କଳା ରଙ୍ଗ ଭଗବାନ ଶିବଙ୍କୁ ପସନ୍ଦ ନୁହେଁ । ସେଥିପାଇଁ ଏହିଦିନ କଳା ରଙ୍ଗର ବସ୍ତ୍ର ପିନ୍ଧି ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିବା ଉଚିତ ନୁହେଁ । ସମୁଦ୍ର ମନ୍ଥନ ସମୟରେ ସାରା ସୃଷ୍ଟିକୁ ରକ୍ଷା କରିବା ପାଇଁ ଭଗବାନ ଶିବ ହଳାହଳ ବିଷକୁ ଶଙ୍ଖରେ ପାନ କରି ଶଙ୍ଖକୁ ଫିଙ୍ଗି ଦେଇଥିଲେ । ତେଣୁ ଶଙ୍ଖରେ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ ନାହିଁ । ଏହାଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ।

ଭଗବାନ ବିଷ୍ଣୁଙ୍କ ଶରୀରର ମଳିରୁ ରାଶି ଉତ୍ପନ୍ନ ହୋଇଥିଲା ବୋଲି ପୌରଣିକ ମାନ୍ୟତା ରହିଛି । ତେଣୁ ଭଗବାନ ଶିବଙ୍କ ପୂଜାରେ ରାଶିର ବ୍ୟବହାର କରାଯାଏ ନାହିଁ । ତେଣୁ ମହାଦେବଙ୍କ ପୂଜାରେ ରାଶିର ବ୍ୟବହାର କରନ୍ତୁ ନାହିଁ । ଭଗବାନ ଶିବଙ୍କ ପୂଜାରେ ଭାଙ୍ଗି ଯାଇଥିବା ଚାଉଳ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । କିନ୍ତୁ ଅଖଣ୍ଡିତ ସ୍ବଚ୍ଛ ଚାଉଳ ବ୍ୟବହାର କରିପାରିବେ ।

ସେହିପରି ହଳଦୀ ଓ କୁମକୁମ୍ ସୌନ୍ଦର୍ଜ୍ୟର ପ୍ରତୀକ ହୋଇଥିବାରୁ ସଂହାରକର୍ତ୍ତା ଶିବଙ୍କ ପୂଜାରେ ଏହାର ବ୍ୟବହାର କରିବା ଉଚିତ ନୁହେଁ । କିନ୍ତୁ ଆପଣ ଶିବଲିଙ୍ଗରେ ଚନ୍ଦନ ଅର୍ପଣ କରନ୍ତୁ । ଏହା ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ । ଭଗବାନ ଶିବଙ୍କ ପୂଜାର ଗୋଟିଏ ଦିନ ଆଗରୁ ଆପଣ ବେଲପତ୍ର ତୋଳି ରଖି ପୂଜା କରିପାରିବେ । କାରଣ ବେଲପତ୍ର ବାସି ହୋଇ ନଥାଏ । କିନ୍ତୁ ଭଗବାନ ଶିବଙ୍କ ପୂଜାରେ ବାସି ଫୁଲ ବ୍ୟବହାର କରନ୍ତୁ ନାହିଁ ।

ଆପଣ ପାଣି ଉପରେ ବେଲପତ୍ର, ଅରଖ ଫୁଲ , ଅକ୍ଷତ ଦୁର୍ଦୁରା ଫୁଲ ଆଦି ରଖି ଅଭିଷେକ କରନ୍ତୁ । ଆପଣଙ୍କ ଘରପାଖେ ଯଦି ଶିବ ମନ୍ଦିର ନଥାଏ ତେବେ ଆପଣ ଉତ୍ତମ ମାଟି ଆଣି ଶିବଲିଙ୍ଗ ପ୍ରସ୍ତୁତ କରି ପୂଜା କରିପାରିବେ । କିନ୍ତୁ କୌଣସି ଷ୍ଟିଲ ପାତ୍ରରେ ଭୁଲରେ ମଧ୍ୟ ଅଭିଷେକ କରନ୍ତୁ ନାହିଁ । କାରଣ ଏଥିରେ ଜଳ ଏବଂ କ୍ଷୀର ବିଷ ପାଲଟିଯାଏ ବୋଲି କୁହାଯାଏ । ତେଣୁ ପିତଳ କିମ୍ବା ଅଷ୍ଟଧାତୁରେ ନିର୍ମିତ ପାତ୍ର ବ୍ୟବହାର କରନ୍ତୁ ।

ଏହାସହ ଭଗବାନ ଶିବଙ୍କୁ ଧଳା ଏବଂ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । କିନ୍ତୁ ଲାଲ ରଙ୍ଗର ଫୁଲ ବର୍ଜନୀୟ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।