ଫାଶୀ ଦେବା ସମୟରେ କଏଦୀର କାନରେ କଣ କୁହେ ଜଲ୍ଲାଦ ? ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

କୋର୍ଟ ରୁମରେ ଯେତେବେଳେ ଜଜ କୌଣସି କଏଦୀକୁ ଫାଶୀ ଦଣ୍ଡ ଦେଇଥାନ୍ତି ତେବେ ଯେଉଁ କଲମରେ ସେ ଏହାକୁ ଲେଖନ୍ତି ସେହି କଲମର ମୁନକୁ ଜଜ ଭାଙ୍ଗି ଦିଅନ୍ତି । ଫାଶୀ ସମୟ ଜଡିତ ବହୁତ ନିୟମ ଅଛି । ଯେମିତି ଫାଶୀର ଦଉଡି, ଫାଶୀ ଦେବାର ସ୍ଥାନ, ସମୟ ପୂର୍ବରୁ ହିଁ ସୁନିଶ୍ଚିତ ହୋଇଯାଏ । ଯେଉଁ ଦିନ କଏଦୀକୁ ଫାଶୀ ଦିଆଯାଏ ସେହି ଦିନ ଜେଲର ମୁଖ୍ୟ ଅଧିକାରୀ, ଡାକ୍ତର, ମାଜିଷ୍ଟେଟ ଓ ଜଲ୍ଲାଦ ଉପସ୍ଥିତ ରୁହନ୍ତି ।

ଫାଶୀ ସହ ଜଡିତ ଆଉ ଗୋଟିଏ କଥା ଅଛି । ଫାଶୀ ସର୍ବଦା ସକାଳେ ଦିଆଯାଏ । ଏହା ଏଥିପାଇଁ ଜେଲର ନିୟମ ଅନୁସାରେ ସୂର୍ଯ୍ୟ ଉଦୟ ହେବା ପରେ ସବୁ କାର୍ଯ୍ୟ ହୋଇଥାଏ । ଫାଶୀ ସମୟରେ ଜେଲର ଅନ୍ୟ ସବୁ କାର୍ଯ୍ୟ ପ୍ରଭାବିତ ନ ହେଉ ସେଥିପାଇଁ ସକାଳେ ଫାଶୀ ଦିଆଯାଏ । ଯେତେବେଳେ ଗୋଟିଏ ଅପରାଧୀକୁ ଫାଶୀ ଦିଆଯାଏ ତେବେ ତା ମନରେ କଣ ଚାଲୁଥାଏ ଏହା କେବଳ ସେ ହିଁ ଜାଣିଛି । କଳା କାପଡା ଅପରାଧୀର ମୁହଁରେ ଘୋଡାଇ ଦେଇ ଜଲ୍ଲାଦ ଅପରାଧୀର କାନରେ କିଛି କହିଥାଏ ।

ଯେଉଁ କଏଦୀକୁ ଫାଶୀ ଦିଆଯାଏ ସେହି ଅପରାଧୀ ସହ ଶେଷ ସମୟ ପର୍ଯ୍ୟନ୍ତ କେବଳ ଜଲ୍ଲାଦ ହିଁ ରହିଥାଏ । କାରଣ ମୁଖ୍ୟ କାମ ଜଲ୍ଲାଦର ହିଁ ହୋଇଥାଏ । ଜଲ୍ଲାଦକୁ ଫାଶୀ ଦେବା ପୂର୍ବରୁ ଅପରାଧୀର କାନରେ କିଛି କହିବାକୁ ପଡିଥାଏ । ଏହା ଆମ ଦେଶର ଏକ ନିୟମ ଅଟେ । ଯାହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି । ଏହା ପରେ ଜଲ୍ଲାଦ ଅପରାଧୀକୁ ଫାଶୀ ଦେଇଥାଏ ।

ଏହା ଏଥିପାଇଁ ହୋଇଥାଏ କି ଅପରାଧୀର ଆତ୍ମାକୁ ଶାନ୍ତି ମିଳିବ ଓ ତାର ଆତ୍ମା ଶରୀରକୁ ଛାଡି ଚାଲି ଯିବ । ନଚେତ ଜଲ୍ଲାଦ ଶେଷ ଶବ୍ଦ ଏଥିପାଇଁ କହିଥାଏ ଯାହା ଦ୍ଵାରା ଜଲ୍ଲାଦର ମନରେ କାହାର ଜୀବନ ନେବାର ଅପରାଧ ନ ଥିବ । ଆମ ଦେଶରେ ଯେତେବେଳେ କୌଣସି ଅପରାଧୀକୁ ଫାଶୀ ଦିଆଯାଏ । ତେବେ ସେହି ସମୟରେ ଜଲ୍ଲାଦ ଫାଶୀ ଦେବା ପୂର୍ବରୁ ଅପରାଧୀ କାନରେ କିଛି କହିଥାଏ । ଏହା ପରେ ଅପରାଧୀକୁ ଫାଶୀ ଦିଆଯାଏ ।

ଫାଶୀ ଦେବା ପୂର୍ବରୁ ଜଲ୍ଲାଦ ଅପରାଧୀର କାନରେ ତାକୁ କ୍ଷମା ମାଗିଥାଏ ଓ କହିଥାଏ କି ମୋତେ କ୍ଷମା କରିଦିଅ, ମୁଁ ବାଧ୍ୟ ଅଟେ । ମୋତେ କ୍ଷମା କର ମୁଁ ସରକାରର ଗୁଲାମ ଅଟେ । ଆପଣଙ୍କ ପାଇଁ ମୁଁ କିଛି ବି କରି ପାରିବି ନାହିଁ । ଯଦି ଜଲ୍ଲାଦ ହିନ୍ଦୁ ହୋଇଥାଏ ତେବେ ସେ ରାମ ରାମ କହିଥାଏ । ଯଦି ମୁସ୍ଲିମ ହୋଇଥାଏ ତେବେ ସଲାମ କହିଥାଏ । ଫାଶୀ ଦେବା ପୂର୍ବରୁ ଜଲ୍ଲାଦ କାନରେ ଯେତେବେଳେ ଏହା କହିଥାଏ ତେବେ ଏହା ଶୁଣିବା ମାତ୍ରେ ହିଁ ଅପରାଧୀ ଆହୁରି ଅଧିକ ଭୟଭୀତ ହୋଇଯାଏ ।