ଏହି ରାଶିଙ୍କ ଉପରେ ଆରମ୍ଭ ହେବାକୁ ଶନିଙ୍କ ସାଢେସାତୀ, ଏହି ୩ ରାଶି ରୁହନ୍ତୁ ସାବଧାନ ! ଭୋଗିବାକୁ ପଡିବ ଅଶୁଭ ଫଳ

ଶନିଦେବଙ୍କ ନାଁ ଶୁଣିଲେ ମନରେ ଭୟ ଆସିଥାଏ । କିନ୍ତୁ ଶନିଦେବଙ୍କୁ ନଡରି ନିଜ କର୍ମକୁ ସୁଧାରିବା ଉଚିତ । କାରଣ ଶନିଦେବ ପ୍ରତ୍ଯେକଙ୍କୁ କର୍ମାନୁସାରେ ଫଳ ଦେଇଥାନ୍ତି । ଏହାସହ ଶନିଙ୍କ ସ୍ଥିତି ଅନୁସାରେ ମଧ୍ୟ କିଛି ରାଶିଙ୍କ ଉପରେ ଶନିଦଶା ପଡିଥାଏ । ପ୍ରତ୍ଯେକ ବ୍ୟକ୍ତିଙ୍କୁ ଜୀବନରେ ଥରେ ଶନିଙ୍କ ସାଢେସାତୀର ସାମ୍ନା କରିବାକୁ ପଡିଥାଏ । ତେବେ ଏଥର କିଛି ରାଶି ଶନିଙ୍କ ସାଢେସାତୀରୁ ମୁକ୍ତି ପାଇବାକୁ ଯାଉଥିବା ବେଳେ ଆଉ କିଛିଙ୍କ ଉପରେ ପଡିବାକୁ ଯାଉଛି ଶନିଙ୍କ କୋପ ।

ଶନି ବର୍ତ୍ତମାନ ମକର ରାଶିରେ ଗୋଚର କରିବାକୁ ଯାଉଛନ୍ତି । ଏହାପରେ ସେ କୁମ୍ଭ ରାଶିରେ ଗୋଚର କରିବେ । କୁମ୍ଭ ରାଶିରେ ଶନିଦେବ ଗୋଚର କରିବା ମାତ୍ରେ ଧନୁ ରାଶିଙ୍କୁ ଶନିଙ୍କ ସାଢେସାତୀରୁ ମୁକ୍ତି ମିଳିବ । ଦୀର୍ଘ ସାଢେ ସାତ ବର୍ଷ ପରେ ଏହି ରାଶିର ଲୋକଙ୍କୁ ଶନିଙ୍କ ମହାଦଶାରୁ ମୁକ୍ତି ମିଳିବାକୁ ଯାଉଛି । କିନ୍ତୁ ଜୁଲାଇ ମାସରୁ ଶନି ପୁଣି ଥରେ ମକର ରାଶିରେ ଗୋଚର କରିବାକୁ ଯାଉଥିବାରୁ ଧନୁ ରାଶିର ଲୋକଙ୍କୁ ଶନିଙ୍କ କୋପରୁ ସଂପୂର୍ଣ୍ଣ ଭାବେ ଜାନୁୟାରୀ ୨୦୨୩ରେ ଯାଇ ମୁକ୍ତି ମିଳିବ ।

ଶନି କୁମ୍ଭ ରାହସିରେ ଗୋଚର କରିବା ମାତ୍ରେ ମୀନ ରାଶିଙ୍କ ଉପରେ ଶନିଙ୍କ ସାଢେସାତୀର ପ୍ରଥମ ଚରଣ ଆରମ୍ଭ ହୋଇଯିବ । ଏହାସହ କୁମ୍ଭ ରାଶି ଉପରେ ଶନିଙ୍କ ଦ୍ଵିତୀୟ ଚରଣ ଓ ମକର ରାଶି ଉପରେ ଶନିଙ୍କ ଦ୍ଵିତୀୟ ଚରଣ ଆରମ୍ଭ ହେବ । ତେବେ ମୋଟ ଉପରେ କହିବାକୁ ଗଲେ ଏହି ତିନି ରାଶି ଶନିଙ୍କ ସାଢେସାତୀରେ ଆସିବେ ।

ଶନିଙ୍କ ସାଢେସାତୀର ତିନୋଟି ଚରଣ ରହିଥାଏ । ପ୍ରଥମ ଚରଣକୁ ଉତ୍ତର ଚରଣ, ଦ୍ଵିତୀୟ ଚରଣକୁ ଶିଖର ଚରଣ ଏବଂ ତୃତୀୟ ଚରଣକୁ ଅସ୍ତ ଚରଣ ବୋଲି କୁହାଯାଇ ଥାଏ । ତେବେ ଶନି କୁମ୍ଭ ରାଶିରେ ପ୍ରବେଶ କରିବା ମାତ୍ରେ ହିଁ କର୍କଟ ଓ ବିଛା ରାଶିଙ୍କ ଉପରେ ଶନି ଦେଢା ଆରମ୍ଭ ହୋଇଯିବ । ମିଥୁନ ଓ ତୁଳା ରାଶିଙ୍କୁ ମଧ୍ୟ ଏଥିରୁ ମୁକ୍ତି ମିଳିଯିବ । ତେବେ ଆପଣଙ୍କୁ ଭୟ କରିବାର କିଛି ଆବଶ୍ୟକତା ନାହିଁ । କାରଣ ଶନିଦେବଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ ।

ସେ ସମସ୍ତଙ୍କୁ କର୍ମର ଫଳ ପ୍ରଦାନ କରିଥାନ୍ତି । ତେଣୁ ଉତ୍ତମ କର୍ମ କରନ୍ତୁ ଓ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ଉପାସନା କରନ୍ତୁ । ଶନିଦେବଙ୍କୁ କଳା ତିଳ ତେଲର ଦୀପ ଅର୍ପଣ କରନ୍ତୁ । କିନ୍ତୁ ଶନିଦେବଙ୍କ ଆଖିରେ ଆଖି ମିଶାଇ କେବେ ହେଲେ ଦେଖନ୍ତୁ ନାହିଁ । ଶନିଦେବ ଯେବେ କାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ତାଙ୍କ ଜୀବନର ସମସ୍ତ ସମସ୍ଯା ଦୂରେଇ ଯାଏ । ତେବେ ଆପଣଙ୍କର କେଉଁ ରାଶି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।