2022 ରେ ପୃଥିବୀ ଆକାଶରେ ଘଟିବାକୁ ଯାଉଛି ଏହି 5ଟି ବିଚିତ୍ର ଘଟଣା, ଯାହା ଆପଣ ସ୍ପଷ୍ଟ ଦେଖିପାରିବେ, ଜାଣନ୍ତୁ କଣ ସେହିସବୁ ଘଟଣା

ପ୍ରକୃତି ଆଦ୍ୟକାଳରୁ ନିଜ ଚମତ୍କାର ଦ୍ଵାରା ଆମକୁ ଆଚମ୍ବିତ କରିଆସୁଛି । ଛୋଟପିଲାରୁ ବୃଦ୍ଧ ସମସ୍ତଙ୍କୁ ପ୍ରକୃତିର ଏମିତି ଚମତ୍କାର ଦେଖିବାକୁ ପସନ୍ଦ । ଆଜି ଆମେ ଆପନ୍ନକୁ ୨୦୨୨ରେ ମହାକାଶରେ ଘଟିବାକୁ ଯାଉଥିବା ପ୍ରକୃତିର କିଛି ଚମତ୍କାରିତା ବିଷୟରେ କହିବୁ । ପ୍ରଥମଟି ହେଉଛି ମିଟିୟର ସାୱାର । ୧୨ ଏବଂ ୧୩ ଅଗଷ୍ଟ ଦିନ ଆକାଶରୁ ଅନେକ ଛିଣ୍ଡୁଥିବା ତାରା ଆପଣ ଦେଖିଅପରିବେ । ଏହି ଇଭେଣ୍ଟରେ ପ୍ରତି ମିନିଟରେ ଗୋଟିଏ ଲେଖାଏଁ ଛିଣ୍ଡୁଥିବା ତାରା ଦେଖାଯିବ ।

ଏହିଦିନ ଚନ୍ଦ୍ରମାର ଆଲୋକ କାରଣରୁ ହୁଏତ ଆପଣ ସେଗୁଡିକୁ ଖାଲି ଆଖିରେ ସ୍ପଷ୍ଟ ଭାବେ ଦେଖିପାରିବେ ନାହିଁ । କିନ୍ତୁ ଯଦି ଆପଣଙ୍କ ପାଖେ କୌଣସି ଟେଲିସ୍କୋପ ଅଛି ତେବେ ଆପଣ ଏହାକୁ ସ୍ପଷ୍ଟ ଭାବେ ଦେଖିପାରିବେ । ସାଧାରଣ ଲୋକଙ୍କ ପାଇଁ ଖୁସିର କଥା ହେଉଛି ଏଭଳି ଭୌଗଳିକ ଘଟଣାମାନ ନାସା ଏବଂ ଅନେକ ୟୁଟ୍ଯୁବ ଚ୍ଯାନେଲରେ ଫୁଲ୍ ଏଚଡ଼ିରେ ଏହାର ଲାଇଭ ଷ୍ଟ୍ରିମିଂ ହୁଏ । ତେଣୁ ଆପଣ ନିଜ ମୋବାଇଲରେ ଏହି ଦୃଶ୍ୟ ଉପଭୋଗ କରିପାରିବେ ।

କୌଣସି ଉଲକାପିଣ୍ଡ ପୃଥିବୀର ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ମାତ୍ରେ ଜଳିଯାଇ ଥାଏ ଓ ସେଥିରୁ ଛୋଟ ଛୋଟ ଖଣ୍ଡ ବାହାରି ଆମକୁ ଛିଣ୍ଡୁଥିବା ତାରା ଭଳି ଦେଖାଯାଏ । ଏହାପରେ ଡିସେମ୍ବରରେ ଆପଣଙ୍କୁ କିଙ୍ଗ ଅଫ ମିଟିୟର ସାୱାର ବା ଛିଣ୍ଡୁଥିବା ତାରା ମାନଙ୍କର ରାଜା ଦେଖିବାକୁ ମିଳିବ । ଏହାକୁ ଜେମିନିଡ୍ସ ମିଟିୟର ସାୱାର ମଧ୍ୟ କୁହାଯାଏ ।

ଏହା ପୁରା ବର୍ଷର ସବୁଠୁ ବଡ ମିଟିୟର ସାୱାର ଇଭେଣ୍ଟ ଅଟେ । ଏଥିରେ ପ୍ରତ୍ଯେକ ଘଣ୍ଟାରେ ୧୨୦ଟି ଉଲକାପିଣ୍ଡ ଖଣ୍ଡ ପୃଥିବୀ ସହ ଧକ୍କା ହୁଅନ୍ତି । ଏହି କାରଣରୁ ଗୋଟିଏ ନା ଗୋଟିଏ ଉଲକାପିଣ୍ଡ ପଡୁଥିବାର ଆପଣ ନିଶ୍ଚୟ ଦେଖିପାରିବେ । ୨୯ ମେ’ ୨୦୨୨ରେ ପ୍ଲାନେଟାରୀ କଞ୍ଜକ୍ସନ ବା ଆକାଶରେ ଦୁଇଟି ଗ୍ରହ ଏକାସାଥିରେ ଆପଣଙ୍କୁ ଦେଖିବାକୁ ମିଳିବ । ମଙ୍ଗଳ ଓ ବୃହସ୍ପତି ଗ୍ରହ ଗୋଟିଏ ରେଖାରେ ରହିବା ଯୋଗୁଁ ଏମାନଙ୍କୁ ଆପଣ ଏକାଠି ଦେଖିପାରିବେ ।

୫ ମେ’ ଦିନ ମଧ୍ୟ ସୂର୍ଯ୍ୟ ଓ ବୃହସ୍ପତି ଗ୍ରହ ବହୁତ ନିକଟରେ ଦେଖା ଯାଇଥିଲେ । ଦିନରେ ଖାଲି ଆଖିରେ ଆକାଶରେ ଗ୍ରହଙ୍କୁ ଦେଖିବା କଠିନ ହୋଇଥାଏ ତେଣୁ ଏହା ଆମେ ଦେଖିପାରିବା ନାହିଁ । କିନ୍ତୁ ପାୱାରଫୁଲ୍ ଟେଲିସ୍କୋପ ସାହାଯ୍ୟରେ ସବୁ ଦେଖାଯିବ । ସେହିପରି ୧୨ ଏପ୍ରିଲ ଦିନ ଜୁପିଟର ଓ ନେପ୍ଚୁନ ମଧ୍ୟ ଆକ୍ଷରେ ଏକା ସାଥିରେ ଦେଖା ଯାଇଥିଲେ ।

୧୪ ଜୁନ ୨୦୨୨ରେ ଆପଣ ସୁପର ମୁନ୍ ଦେଖିବାକୁ ପାଇବେ ଅର୍ଥାତ ଚନ୍ଦ୍ର ନିଜ ଆକାର ଠାରୁ ବହୁତ ବଡ ବା ୧୪% ଅଧିକ ବଡ ଓ ଉଜ୍ଜ୍ଵଳ ଦେଖାଯିବ । ଚନ୍ଦ୍ରମା କକ୍ଷପଥରେ ବୁଲୁଥିବା ବେଳେ ବର୍ଷରେ ଗୋଟିଏ ଦିନ ପୃଥିବୀର ବହୁତ ନିକଟକୁ ଚାଲିଆସେ । ସେଥିପାଇଁ ଆମକୁ ଏହା ବହୁତ ବଡ ଦେଖାଯାଏ । ଏହି ଋତୁରେ ଷ୍ଟ୍ରବେରି ଫସଲ ହେଉଥିବାରୁ ଏବଂ ଚନ୍ଦ୍ର ପିଙ୍କ ବା ନାଲି ରଙ୍ଗର ଦେଖା ଯାଉଥିବାରୁ ଏହାକୁ ଷ୍ଟ୍ରବେରି ମୁନ୍ ମଧ୍ୟ କୁହାଯାଏ ।

ଚନ୍ଦ୍ରମା ତଳେ ଥିବା ବେଳେ ଅଧିକ ଗକଢ ନାଲି ଦେଖାଯିବ କିନ୍ତୁ ଯେତେ ଉପରକୁ ଉଠିବ ଏହାର ରଙ୍ଗ କମିଯିବ । ଆପଣ ଏହାକୁ ଖାଲି ଆଖିରେ ଦେଖିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।