ଦେଖନ୍ତୁ Special Report, କଣ ଏବେ ଜୁନ ଶେଷ ପର୍ଯ୍ୟନ୍ତ ବଢିବ ଲକଡାଉନ ?

କିଛି ଦିନ ଧରି ନିଜର ଭୟଙ୍କର ରୂପ ଦେଖାଇବା ପରେ, ବର୍ତ୍ତମାନ ଦେଶରେ କରୋନାର ଦ୍ଵିତୀୟ ଲହର ଦୁର୍ବଳ ହେବାକୁ ଲାଗିଛି । ଦେଶରେ ଗତ କିଛି ଦିନରୁ କରୋନାର ନୂଆ ମାମଲା ଲଗାତାର କମୁଥିବାର ଓ ସୁସ୍ଥତା ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି ।

ତେବେ ଏପରି ସ୍ଥିତିରେ ଗୃହ ମନ୍ତ୍ରଣାଳୟ କୋଭିଡ୍ ର ସମସ୍ତ ନିର୍ଦ୍ଦେଶାବଳୀ କୁ ଜୁନ୍ ମାସ ୩୦ ତାରିଖ ଯାଏ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହ ଯେଉଁ ଜିଲ୍ଲା ଗୁଡ଼ିକରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସ୍ଥିତି ଜଟିଳ ରହିଛି, ସେଠାରେ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ଅନୁଯାୟୀ କୋଭିଡ୍ ଗାଇଡଲାଇନ୍ ଜାରି ରଖନ୍ତୁ ବୋଲି ଗୃହ ମନ୍ତ୍ରଣାଳୟ ଆଦେଶ ଦେଇଛି ।

ତେବେ କୋଭିଡ୍ ଗାଇଡଲାଇନ୍ କୁ ଦୃଢ଼ତାର ସହ ଲାଗୁ କରାଇବା ଦ୍ଵାରା ଦେଶର ଅନେକ ଭାଗରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ପରିବର୍ତ୍ତନ ଆସିଛି ବୋଲି ଗୃହ ମନ୍ତ୍ରଣାଳୟ କହିଛି । ଏବେ ମଧ୍ୟ ଦକ୍ଷିଣ ଏବଂ ଉତ୍ତର-ପୂର୍ବ ଭାରତରେ ସ୍ଥିତି ଖରାପ ରହିଛି । କାରଣ ସେ ସବୁ ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଆଉ ଏବେ ମଧ୍ୟ ଦେଶରେ କୋଭିଡ୍ ଗାଇଡଲାଇନ୍ କୁ କଡାକଡି ଭାବେ ପାଳନ କରିବା ଆବଶ୍ୟକତା ରହିଛି ।

ସେଥିପାଇଁ ଗୃହ ମନ୍ତ୍ରଣାଳୟ ୩୦ ଜୁନ୍ ଯାଏ ଏହାକୁ ବୃଦ୍ଧି କରିଛନ୍ତି । ତେବେ ଏହି ନିୟମାବଳୀରେ ଦୁଇଟି ଜିନିଷ ଅତ୍ୟନ୍ତ ଗୁରୁ୍ତ୍ୱପୂର୍ଣ୍ଣ ରହିଛି । ପ୍ରଥମରେ ଯେଉଁ ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ପ୍ରତିଶତ ରହିଛି ସେଠାରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଓ ଦ୍ଵିତୀୟରେ ଯେଉଁ ହସ୍ପିଟାଲରେ ୬୦ ପ୍ରତିଶତରୁ ଅଧିକ ବେଡ୍ ଭର୍ତ୍ତି ରହିଛି ସେ ସ୍ଥାନ ଗୁଡ଼ିକୁ ସମ୍ବେଦନଶୀଳ ଘୋଷଣା କରାଯିବ ।

ଗୃହ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛନ୍ତି, ସ୍ଥାନୀୟ ପ୍ରଶାସନ ମାମଲା କାହିଁକି ବୃଦ୍ଧି ହେଉଛି ତାର ସଠିକ୍ ଯାଞ୍ଚ କରାନ୍ତୁ ଓ ତାହାକୁ କିପରି ନିୟନ୍ତ୍ରିତ କରାଯିବ ସେଥିପାଇଁ ଉଚିତ୍ ପଦକ୍ଷେପ ନିଅନ୍ତୁ । ରାଜ୍ୟରେ ଅକ୍ସିଜେନ୍, ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଆମ୍ବୁଲାନ୍ସର ଉଚିତ୍ ବ୍ୟବସ୍ଥା ଏବଂ ଆବଶ୍ୟକ ପଡିଲେ ଅସ୍ଥାୟୀ ହସ୍ପିଟାଲ ବ୍ୟବସ୍ଥା କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି ।

ଏପ୍ରିଲ ଶେଷ ଭାଗରେ ଗୃହ ମନ୍ତ୍ରଣାଳୟ ଏହି କୋଭିଡ୍ ଗାଇଡଲାଇନ୍ ତିଆରି କରିଥିଲେ ଓ ସେଥିରେ କଣ୍ଟେନମେଣ୍ଟ ଜୋନ୍ ଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବାକୁ ସୂଚାଇଥିଲେ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୧ ଲକ୍ଷ ୮୦ ହଜାର ନୂଆ ମାମଲା ଆସିଛି ଓ ୩୦୦୦ରୁ ଅଧିକ ମୃତ୍ୟୁ ବରଣ କରିଛନ୍ତି । ତେବେ ବର୍ତ୍ତମାନ ଦେଶର ୧୯ଟି ରାଜ୍ୟରେ ଲକ୍ ଡାଉନ୍ କଡାକଡି ଭାବେ ଲାଗୁ ହୋଇଛି ।

ଏହି କାରଣରୁ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାର ଦେଖିବାକୁ ମିଳିଛି । ଏହା ଛଡ଼ା ଆଉ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଂଶିକ ଲକ୍ ଡାଉନ୍ ଲାଗୁ ହୋଇଛି । କୋଭିଡ୍ ମାମଲା ହ୍ରାସ ପାଇଥିଲେ ମଧ୍ୟ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ହେଲେ ଦେଶକୁ ଆଉ କିଛି ଦିନ ପର୍ଯ୍ୟନ୍ତ କଡାକଡି ଭାବେ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ଆବଶ୍ୟକତା ରହିଛି । ତେବେ ଏଥିରେ ଆପଣଙ୍କର ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ