କଣ ଆପଣଙ୍କୁ ଅଜଣା ନମ୍ବର ରୁ ଆସୁଛି ଭିଡିଓ କଲ ? ତେବେ ହୋଇଯାନ୍ତୁ ସାବଧାନ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଆଜିକାଲି ସୋସିଆଲ ମିଡିଆ ରେ ଲୋକ ମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ଏବଂ ପରେ ତାଙ୍କୁ ବ୍ଲା-କ-ମେ-ଲ କରିବା ଜରିଆ ବନାଇ ଚାଲିଛନ୍ତି ଅସାମାଜିକ ବ୍ୟକ୍ତି । ଅଜଣା ନମ୍ବର ରୁ ଲୋକଙ୍କ ପାଖକୁ ଆସୁଛି ଭିଡିଓ କଲ । ଯଦି କେହି ଲୋକ ଏହି ଭିଡିଓ କଲ ର ସ୍ୱୀକାର କରୁଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ । ସେହି ଲୋକ ଏହି ହ-ନୀ-ଟ୍ରା-ପ ର ଶିକ୍ଷାର ମଧ୍ୟ ହୋଇପାରେ ।

ଫେସବୁକ ଓ ଇନ୍ସଟାଗ୍ରାମ ଭଳି କେତେକ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଅଜଣା ପୁଅ ଓ ଝିଅ ସହିତ ବନ୍ଧୁତା ସ୍ଥାପନ କରିବା ମଧ୍ୟ ହ-ନୀ-ଟ୍ରା-ପ ହୋଇପାରେ । ବନ୍ଧୁଗଣ ଏକ ସଫ୍ଟଓୟାର କମ୍ପାନୀ ରେ କାମ କରୁଥିବା ୨୮ ବର୍ଷୀୟ ଅଙ୍କିତ ଏଭଳି ହିଁ ଏକ ହ-ନୀ-ଟ୍ରା-ପ ର ଶିକାର ହୋଇଛନ୍ତି ।

ଘଟଣା ଗତ ସପ୍ତାହ ରାତି ୧୧ଟା ରେ ଏକ ଅଜଣା ନମ୍ବର ରୁ ଭିଡିଓ କଲ ଆସିଲା ଅଙ୍କିତ ସେହି ଭିଡିଓ କଲ କୁ ଉଠାଇ ଥିଲେ । ଅନ୍ୟ ପକ୍ଷରେ ହଠାତ ଏକ ଝିଅ ର ଅ-ଶ୍ଳୀ-ଳ ଚି-ତ୍ର ଆସିଥିଲା । ଅଙ୍କିତ ଏହା ଦେଖି କିଛି ବୁଝିପାରି ନଥିଲେ ଏବଂ ଭିଡିଓ କଲ କାଟି ଦେଇଥିଲେ । ଏହାର ପର ଦିନ ତାଙ୍କ ମୋବାଇଲ କୁ ଏକ ମେସେଜ ଆସିଲା ।

ମେସେଜ ଦେଖିବା ପରେ ଅଙ୍କିତ ଙ୍କ ହୋସ ଉଡ଼ିଗଲା । ଏହି ମେସେଜ ରେ ଗୁଗଲ ପେ ରେ ପଇସା ଟ୍ରାନ୍ସଫର କରିବାର ଧମକ ଆସିଥିଲା ନଚେତ ସେହି ଅ-ଶ୍ଳୀ-ଳ ଭିଡିଓ ଗୁଡିକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଏହା ଦେଖି ଅଙ୍କିତ ବହୁତ ଡରି ଯାଇଥିଲେ ଏବଂ କିପରି ଭାବରେ ଆଇନ ର ସାହାଯ୍ୟ ନେବେ ତାହା ବୁଝିପାରୁ ନଥିଲେ ।

ଏଭଳି ଘଟଣା କେବଳ ଅଙ୍କିତ ଙ୍କ ସହିତ ନୁହେଁ ବରଂ ଉତ୍ତରପ୍ରଦେଶର ପୋଲିସ ସା-ଇ-ବ-ର ୟୁନିଟ ରେ ଏଭଳି ଅନେକ ଅଭିଯୋଗ ଆସିଛି । ବର୍ତ୍ତମାନ ଏଭଳି ଅଭିଯୋଗ ବୃଦ୍ଧି ହେବାରେ ଲାଗିଛି । ଏସ ଏସ ପି ସା-ଇ-ବ-ର କ୍ରା-ଇ-ମ ତ୍ରିବେଣୀ ସିଂ ଙ୍କ କହିବାନୁଯାୟୀ ଏଭଳି ଘଟଣା ଫେକ ଟେକନୋଲୋଜି ର ବ୍ୟବହାର ଯୋଗୁଁ ହେଉଛି । ଏହି ପୁରା ଗ୍ୟାଙ୍ଗ ରାଜସ୍ଥାନ ର ଭରତପୁର, ଉତ୍ତରପ୍ରଦେଶର ମଥୁରା ଏବଂ ହରିୟାଣା ର ମେୱାଡ଼ ଅଞ୍ଚଳ ରେ ସକ୍ରିୟ ରହିଛନ୍ତି ।

ତ୍ରିବେଣୀ ସିଂ ଙ୍କ କହିବାନୁସାରେ ଏଭଳି ଲୋକ କେବଳ ଲୋକ ମାନଙ୍କୁ ଧମକ ଦିଅନ୍ତି କିନ୍ତୁ ସୋସିଆଲ ମିଡିଆ ରେ କିଛି ବି ଭାଇରାଲ କରନ୍ତି ନାହିଁ । କାରଣ ଏହାଦ୍ବାରା ତାଙ୍କର ଧରା ପଡିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଲୋକମାନେ ଏଭଳି ଧମକ କୁ ଡରି ପଇସା ର ଡି-ମା-ଣ୍ଡ ପୂରଣ କରନ୍ତୁ ନାହିଁ ।

ଏହା ସହିତ ନିଜ ଫ୍ରେଣ୍ଡ ଲିଷ୍ଟ ରେ ଚେକ କରି ହିଁ ଫ୍ରେଣ୍ଡ ସର୍କଲ ରଖନ୍ତୁ । ଅଜଣା ବ୍ୟକ୍ତି ଙ୍କ ଭିଡିଓ କଲ ଉଠାନ୍ତୁ ନାହିଁ ଏବଂ ସ-ନ୍ଦି-ଗ୍ଧ ଲୋକଙ୍କୁ ଅନଫ୍ରେଣ୍ଡ କରିବା ହିଁ ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ଏଭଳି ବ୍ୟକ୍ତି ଙ୍କ ପାଇଁ ୟୁ ପି ପୋଲିସ ଏବଂ ହରିୟାଣା ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ