ଗାଈ କୁ ଭୁଲରେ ବି ଖୁଆନ୍ତୁ ନାହିଁ ଏହି ୩ ଟି ଜିନିଷ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ, ଘରକୁ ଆସିଥାଏ ଦରିଦ୍ରତା- Vastu Shastra

ଗୋ ମାତାଙ୍କର ପୂଜା କରିଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ପୁରାଣରେ କଥା ଅଛି ଗୋମାତାଙ୍କ ମୁହଁରେ 4ଟି ବେଦର ବାସ ଅଛି । ତାଙ୍କର ପୂଜା କରିଲେ ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କର କୃପା ପ୍ରାପ୍ତ ହୋଇଥାଏ । ତାଙ୍କ ଭିତରେ ମା ଲକ୍ଷ୍ମୀଙ୍କର ବାସ ରହିଛି । ଏହା ଛଡା ତାଙ୍କ ଭିତରେ ୩୩ କୋଟି ଦେବାଦେବୀଙ୍କର ବାସ ମଧ୍ୟ ରହିଛି । ସେଥିପାଇଁ ଗୋମାତାଙ୍କ ପୂଜା କରିଲେ ୩୩ କୋଟି ଦେବାଦେବୀଙ୍କର ଆଶୀର୍ବାଦ ମିଳିଥାଏ ।

ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ଗୋମାତାଙ୍କର ପୂଜା କରି ଆମକୁ ସନ୍ଦେଶ ଦେଇଛନ୍ତି । ତାଙ୍କୁ ରୋଟି ଖାଇବାକୁ ଦେଲେ ଘରେ ସୁଖ ଶାନ୍ତି ଆସିଥାଏ । ଗାଈକୁ ରୋଟି ଖାଇବାକୁ ଦେବା ସମୟରେ କିଛି ନିୟମର ପାଳନ କରିବା ଉଚିତ ।

ପ୍ରଥମ ନିୟମ : ଗାଈକୁ  କେବେ ବି ବାସୀ ରୋଟି ଖାଇବାକୁ ଦେବେ ନାହି । କାରଣ ଗାଈ ଭଗବାନଙ୍କ ସହ ସମାନ ହୋଇଥାନ୍ତି । ବାସି ରୋଟି ଖାଇବାକୁ ଦେଲେ ଅଶୁଭ ବୋଲି ମାନାଯାଏ । ଘରେ କରିଥିବା ରୋଟିକୁ ଠିକ ସମୟରେ ନ ଦେଇ ନିଜ ସୁବିଧା ଅନୁଯାଇ ଗାଈକୁ ଖାଇବାକୁ ଦେଲେ ନିଜର ଅମଙ୍ଗଳ ହୋଇଥାଏ । ବାସୀ ରୋଟି ଖାଇବାକୁ ଦେଲେ ଆପଣ ପାପର ଭାଗୀଦାରୀ ହୋଇଥାନ୍ତି । ଆମେ ଯେମିତି ଭଗବାନଙ୍କୁ ପୂଜା କରିଥାଉ ସେମିତି ଗାଈକୁ ମଧ୍ୟ ଭଗବାନ ଭାବି ପୂଜା କରିବା ଉଚିତ । ତେଣୁ ସବୁବେଳେ ଗାଈକୁ ତାଜା ରୋଟି ଖାଇବାକୁ ଦେବା ଉଚିତ ।

ଦିତୀୟ ନିୟମ : ଗାଈକୁ ଖାଇବାକୁ ଦେଲାବେଳେ ଆମେ ଆଉ ଗୋଟେ ଭୁଲ କରିଥାଉ । ସେହି ଭୁଲଟି ହେଉଛି ଆମେ ଶୁଖିଲା ରୋଟି ଗାଈକୁ ଖାଇବାକୁ ଦେଇଥାଉ । ଗାଈକୁ ରୋଟି ଦେବା ସମୟରେ ଖାଲି ନ ଦେଇ ସେଥିରେ ଚିନି ବା ଗୁଡ ମିଶାଇ ଦେବା ଉଚିତ । ଶୁଖିଲା ରୋଟି ଖାଇବାକୁ ଦେଲେ ତାକୁ ଅଶୁଭ ମାନାଯାଏ । ସେଥିପାଇଁ ରୋଟିରେ କିଛି ମିଠା ରଖି ଦେବା ଉଚିତ । ଏହା ଫଳରେ ଭଗବାନଙ୍କର ଆଶୀର୍ବାଦ ମିଳିଥାଏ । ଘରେ ସୁଖ ଶାନ୍ତି ଆସିଥାଏ ।

ତୃତୀୟ ନିୟମ : ଗୋମାତାଙ୍କୁ ସବୁବେଳେ ଘରେ କରାଯାଇଥିବା ପ୍ରଥମ ରୋଟି ଖାଇବାକୁ ଦେବା ଉଚିତ । ଅର୍ଥାତ ସକାଳୁ ଉଠି ନିଜ ରୋଷେଇଘର ସଫା କରି  ଯେଉଁ ରୋଟି ତିଆରି କରିବେ ସେହି ପ୍ରଥମ ରୋଟିକୁ ଗୋମାତାଙ୍କ ନାମରେ ଅଲଗା ବାହାରି କରି ରଖିବା ଉଚିତ । ଯେମିତି ଭଗବାନଙ୍କୁ ପ୍ରଥମ ରୋଟି ଭୋଗ ଲଗାଯାଏ ସେହି ଭଳି ଘରେ ହେଉଥିବା ପ୍ରଥମ ରୋଟି ଗୋମାତାଙ୍କୁ ଖାଇବାକୁ ଦେବା ଉଚିତ । ଏହି ନିୟମ ପାଳନ କରିବା ଦ୍ଵାରା ଗୋମାତାଙ୍କର କୃପା ମିଳିଥାଏ ।

ଚତୁର୍ଥ ନିୟମ : ଗୋମାତାଙ୍କୁ କେବେ ବି ଅଇଁଠା ବା ବଞ୍ଚିଥିବା ରୋଟି ଖାଇବାକୁ ଦେବା ଉଚିତ ନୁହେ । ଏମିତି କରିବା ଫଳରେ ଜୀବନରେ ସମସ୍ଯା ଦେଖାଯାଏ । ଏମିତି ଭୁଲ କରିବା ଉଚିତ ନୁହେ । ଗାଈକୁ ରୋଟି ଦେବା ସମୟରେ ଡରରେ ଆମେ ଫୋପାଡି ଦେଇଥାଉ । ଏମିତି ଭୁଲ କରିବା ଉଚିତ ନୁହେ । ସଦାବେଳେ ନିଜ ହାତରେ ଗାଇକୁ ରୋଟି ଖାଇବାକୁ ଦେବା ଉଚିତ ।

କେବେ ବି ଅଇଁଠା ମୁହଁରେ ଖାଇବାକୁ ଦେବା ଉଚିତ ନୁହେଁ । ଏହି ସବୁ ନିୟମ ପାଳନ କରିଲେ ଜୀବନରେ ସୁଖ ଶାନ୍ତିର ଅଭାବ ରହି ନ ଥାଏ । ତେଣୁ ସଦାବେଳେ ଗାଈକୁ ଖାଇବାକୁ ଦେଲା ପରେ ନତମସ୍ତକ ହୋଇ ପ୍ରଣାମ କରିବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।