କଣ କେନ୍ଦ୍ର ସରକାର ବଢାଇବେ ଲକଡାଉନର ଅବଧି? ମିଳୁଛି ଏହି କଥାର ସଂକେତ

ଦେଶରେ ଯେଉଁଭଳି ଭାବରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଛି ତାହାକୁ ଦେଖି ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଉଠୁଛି କି କଣ ୧୭ ମେ ପରେ ବି କେନ୍ଦ୍ର ସରକାରଙ୍କ ତରଫରୁ ଲକଡାଉନର ଅବଧିକୁ ପୁଣି ଥରେ ବଢା ଯିବ । କିନ୍ତୁ ବର୍ତ୍ତମାନ ଏହା ଉପରେ କୌଣସି ବି ପ୍ରକାରର ନିଷ୍ପତି ନିଆ ଯାଇ ନାହିଁ । କେବଳ ସମୟ ହିଁ ଏହା ବିଷୟରେ କହି ପାରିବ କି ଲକଡାଉନ ଉପରେ ନରେନ୍ଦ୍ର ମୋଦୀଙ୍କ ସରକାର କଣ ନିଷ୍ପତି ନେବେ ।

କିନ୍ତୁ ବର୍ତ୍ତମାନ ଯେଉଁ ସଂକେତ ମିଳୁଛି ତାହା ଅନୁସାରେ ଏହା ଜଣା ପଡୁଛି କି କେନ୍ଦ୍ର ସରକାର ୧୭ ମେ ପରେ ବି ଲକଡାଉନର ଅବଧିକୁ ଆଗକୁ ବଢାଇ ପାରନ୍ତି । କାରଣ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରର ତିନୋଟି ସଂସ୍ଥା ବର୍ତ୍ତମାନ ଦେଶରେ ଲକଡାଉନକୁ ସମାପ୍ତ କରିବା ପକ୍ଷରେ ନାହାନ୍ତି । ସେମାନେ ଚାହୁଁଛନ୍ତି କି ଭାରତରେ ଲକଡାଉନକୁ ଜାରି ରଖାଯାଉ । କାରଣ ତାଙ୍କର ଅନୁମାନ ଅଟେ କି ଲକଡାଉନକୁ ଜାରି ରଖିବା ଦ୍ଵାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିବ ।

ନଚେତ ଏହା ଆହୁରି ବି ବଢିପାରେ । ଯଦି କେନ୍ଦ୍ର ସରକାରଙ୍କ ସେହି ୩ ଟି ସଂସ୍ଥା ବିଷୟରେ କହିବା ତେବେ ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସାମିଲ ଅଛି । ଏହା ସହିତ ଅନ୍ୟ ଦୁଇ ସରକାରୀ ସଂସ୍ଥା ଯେମିତି ଏମ୍ସ ଓ ଆଈସୀଏମଆର ବି ସାମିଲ ଅଛି । ଏମାନେ ଏହି କଥାର ସଂକେତ ଦେଇଛନ୍ତି କି ଯଦି ଦେଶରେ ଲକଡାଉନକୁ ସମାପ୍ତ କରି ଦିଆଯାଏ ତେବେ ଦେଶରେ ସ୍ଥିତି ଆହୁରି ବି ଭୟାଭୟ ହୋଇ ପାରେ ଓ ସେତେବେଳେ ଏହାକୁ କାବୁରେ ରଖିବା ବହୁତ ହିଁ କଷ୍ଟକର କାମ ହୋଇଯିବ ।

ବର୍ତ୍ତମାନ ଦେଶରେ କରୋନର ପରିସ୍ଥିତି ଉପରେ ନଜର ପକାଇବା ତ ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯ ହଜାରରୁ ବି ଅଧିକ ହୋଇ ଯାଇଛି । କହିବାକୁ ଗଲେ ବର୍ତ୍ତମାନ ଦିନରେ ଆହୁରି ଅଧିକ ସଂଖ୍ୟାରେ ଲୋକମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ଏହାକୁ କାବୁ କରିବା ପାଇଁ ଲକଡାଉନକୁ ଜାରି ରଖିବା ଉଚିତ । ଏହିକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।