ପାକିସ୍ତାନରେ ପେଟ୍ରୋଲ ୧୫ ଓ ଡିଜେଲ ୨୭ ଟଙ୍କା ହେଲା ଶସ୍ତା, ଜାଣନ୍ତୁ ଭାରତରେ ଏବେ କେତେ ରହିଛି ଦାମ

ପାକିସ୍ତାନୀ ସରକାର ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ନିଷ୍ପତି ନେଇଛି । ପାକିସ୍ତାନୀ ସରକାର ପେଟ୍ରୋଲିୟମ ଉତ୍ପାଦ ଗୁଡିକର ଦାମ ବହୁତ କମ କରି ଦେବା ପାଇଁ ଘୋଷଣା କରିଛି । ଜନତାକୁ କିଛି ସୁବିଧା ଦେବା ପାଇଁ ସରକାର ପେଟ୍ରୋଲିୟମ ଉତ୍ପାଦ ଗୁଡିକ ଦାମରେ ୧୫ରୁ ୩୮ ପ୍ରତିଶତ ଦାମ କମ କରି ଦେଇଛି ଓ ଏହି ନୂଆ ରେଟ ମେ ମାସରୁ ଲାଗୁ ହୋଇ ଯାଇଛି । ବର୍ତ୍ତମାନ ସମୟରେ ଲକଡାଉନ କାରଣରୁ ତେଲ ରେଟ ବହୁତ ତଳକୁ ଖସି ଯାଇଛି ।

ଏମିତିରେ ଏହାର ଲାଭ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ପାକିସ୍ତାନ ସରକାର ପେଟ୍ରୋଲ ଓ ଡିଜେଲ ରେଟ କମ କରିବା ପାଇଁ ନିଷ୍ପତି ନେଇଛି । ଏକ ରିପୋର୍ଟ ଅନୁସାରେ, ଏହି ନିଷ୍ପତି ଅନୁସାରେ ପାକିସ୍ତାନରେ ପେଟ୍ରୋଲର ଦାମ ୧୫ ଟଙ୍କା ଓ ଡିଜେଲର ଦାମ ୨୭ ଟଙ୍କା କମ ହୋଇ ଯାଇଛି । ସରକାର ପେଟ୍ରୋଲର ଏକ୍ସ – ଡୀପୋ ଦାମ ୮୧.୫୮ ପ୍ରତି ଲିଟର ଠିକ କରିଛି । ଏହା ସହିତ ସରକାର ପେଟ୍ରୋଲ ଉପରେ ୫.୬୮ ଟଙ୍କା ଟ୍ୟାକ୍ସ ପ୍ରତି ଲିଟର ବଢାଇ ଦେଇଛି ।

ଡିଜେଲର କଥା କହିବା ତ ଏଠିକାର ସରକାର ସ୍ପୀଡ ଡିଜେଲର ଏକ୍ସ – ଡୀପୋ ୮୦.୧୦ ଟଙ୍କା ପ୍ରତି ଲିଟର ଠିକ କରିଛି । ଏଥିରେ ୨୭.୧୪ ଟଙ୍କା କମ କରାଯାଇଛି । ଏହା ସହିତ ଡିଜେଲର ଟ୍ୟାକ୍ସରେ ୬.୭୯ ଟଙ୍କା ପ୍ରତି ଲିଟର ବୁଦ୍ଧି କରା ଯାଇଛି । କିରୋସିନର ଏକ୍ସ – ଡୀପୋ ଦାମ ୪୭.୪୪ ଟଙ୍କା ପ୍ରତି ଲିଟର ଅଟେ । ଏଥିରେ ୩୦.୦୧ ଟଙ୍କା କମ କରା ଯାଇଛି । କିରୋସିନରେ ଟ୍ୟାକ୍ସ ୧୪.୦୬ ଟଙ୍କା ପ୍ରତି ଲିଟର ବୁଦ୍ଧି ହୋଇଛି ।

ଶୁକ୍ରବାର ସକାଳେ ୱେସ୍ଟ ଟେକ୍ସାସ ଇଂଟରମୀଡିଏଟ (WTI) କ୍ରୂଡ ଅୟେଳ ଓ ବ୍ରେଂଟ କ୍ରୂଡ ଅୟେଳ ଦୁଇଟି ର ହିଁ ଫ୍ୟୁଚର ରେଟରେ ବୁଦ୍ଧି ଦେଖିବାକୁ ମିଳିଛି । WTI କ୍ରୂଡ ଅୟେଲ ଫ୍ୟୁଚର ରେଟ ସକାଳେ ୦.୬୪ ଡଲାର ବଢିବା ସହିତ ୧୯.୫୧ ଡଲାର ପ୍ରତି ବ୍ୟାରେଲ ଉପରେ ଟ୍ରେଣ୍ଡ କରୁଥିଲା । ଅନ୍ୟ ପଟେ ବ୍ରେଂଟ ଅୟେଲର ଫ୍ୟୁଚର ରେଟ ୦.୩୨ ଡଲାରର ବଢିବା ସହିତ ୨୬.୮୦ ଡଲାର ପ୍ରତି ବ୍ୟାରେଲ ଉପରେ ଟ୍ରେଣ୍ଡ କରୁଥିଲା ।

ଭାରତରେ ଏହାର ରେଟ

ଯଦି ଭାରତ କଥା କହିବା ତେବେ ଏଠି ବହୁ ଦିନ ହେବ ପେଟ୍ରୋଲ ଡିଜେଲର ଦାମ ସ୍ଥିର ଅଛି । ଦେଶରେ ଯାନବାହନ ବନ୍ଦ ଅଛି ଓ ପେଟ୍ରୋଲ ଡିଜେଲର ଡିମାଣ୍ଡ ବି କମି ଯାଇଛି । ଆଈଓସୀଏଲର ୱେବସାଇଟ ଅନୁସାରେ, ଆଜି ଭୁବନେଶ୍ବରରେ ୬୮.୫୫, ଦିଲ୍ଲୀରେ ୬୯.୫୯, କଲିକତାରେ ୭୩.୩୦, ମୁମ୍ବାଇରେ ୭୬.୩୧ ଓ ଚେନ୍ନଈରେ ୭୨.୨୮ ଟଙ୍କା ପ୍ରତି ଲିଟର ପେଟ୍ରୋଲ ଅଛି । ଅନ୍ୟ ପଟେ ଡିଜେଲ ଭୁବନେଶ୍ବରରେ ୬୬.୬୮, ଦିଲ୍ଲୀରେ ୬୨.୨୯, କଲିକତାରେ ୬୫.୬୨, ମୁମ୍ବାଇରେ ୬୬.୨୧ ଓ ଚେନ୍ନଈରେ ୬୫.୭୧ ଟଙ୍କା ଅଛି ।

ଭାରତ ନିର୍ଭର କରିଥାଏ ବ୍ରେଂଟ କ୍ରୂଡର ସପ୍ଲାଈ ଉପରେ

ଆପଣଙ୍କୁ କହିଦେଉଛୁ କି ଭାରତ ବ୍ରେଂଟ କ୍ରୂଡ ସପ୍ଲାଈ ଉପରେ ନିର୍ଭର କରିଥାଏ । ନା କି WTI ଉପରେ । ସେଥିପାଇଁ ଭାରତ ଉପରେ ଆମେରିକାର କ୍ରୂଡର ଦାମ କମ ହେବାର କୌଣସି ଖାସ ପ୍ରଭାବ ପଡି ନାହିଁ । ମାନେ ଅନ୍ତରାଷ୍ଟ୍ରୀୟ ବଜାରରେ WTIର ଦାମ କମ ହୋଇଗଲେ ମଧ୍ୟ ଆପଣଙ୍କୁ ପେଟ୍ରୋଲର ଦାମ ଅଧିକ ଦେବାକୁ ହେବ ।