କାଉ ଦେଇଥାଏ ଭାଗ୍ୟ ବଦଳିବାର ୧୨ ଟି ସଙ୍କେତ, ଜାଣନ୍ତୁ କେମିତି

କାଉ ଏକ ଏମିତି ପକ୍ଷୀ ଅଟେ ଯାହାକୁ ଭଲ ବା ଖରାପ ଖବରର ସୂଚନା ତାହା ଘଟିବା ପୂର୍ବରୁ ହିଁ ହୋଇ ଯାଇଥାଏ । ଆମ ଶାସ୍ତ୍ରରେ କାଉକୁ ନେଇ ଶୁଭ ଓ ଅଶୁଭ ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଶୁଭ ସଙ୍କେତ ବିଷୟରେ କହିବୁ ଯାହା କାଉ ଆମକୁ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ସଙ୍କେତ ବିଷୟରେ ।

୧. ଯାତ୍ରା ସମୟରେ ଯଦି କାଉ କୌଣସି ବାସନରେ ମୁହଁ ବୁଡାଇ ପାଣି ପିଉଥିବାର ଦେଖାଯାଏ ତେବେ ଏହା ଧନଲାଭର ସଙ୍କେତ ହୋଇଥାଏ । ଆପଣଙ୍କ ଯାତ୍ରା ଅବଶ୍ୟ ସଫଳ ହେବ ।

୨. ଯଦି ଆପଣ ରାସ୍ତାରେ କୌଣସି କାଉକୁ ପାଟିରେ ମାଂସର ଏକ ଖଣ୍ଡ ନେଉଥିବାର ଦେଖିବେ, ତେବେ ଆପଣଙ୍କର କୌଣସି ବଡ ଇଛା ପୁରା ହେବାର ସଙ୍କେତ ମିଳିଥାଏ ।

୩. ଯଦି ସକାଳୁ ସକାଳୁ କାଉଟିଏ ଆସି ଆପଣଙ୍କ ପାଦକୁ ସ୍ପର୍ଶ କରିଯାଏ ତେବେ ଏହା ଆପଣଙ୍କ ଉନ୍ନତି ଓ ଧନପ୍ରାପ୍ତିର ସଙ୍କେତ ଦେଇଥାଏ ।

୪. ଯଦି କାଉ ଆପଣଙ୍କୁ ଭୂମିକୁ ଖୋଳୁଥିବାର ନଜର ଆସେ ତେବେ ଏହା ଭାରି ଧନଲାଭର ସଙ୍କେତ ହୋଇଥାଏ ।

୫. ସୂର୍ଯ୍ୟ ଉଦୟ ସମୟରେ ଯଦି କାଉ ଘର ସାମ୍ନାରେ ଆସି ବୋବାଇଥାଏ ତେବେ ଏହା ଆପଣଙ୍କ ଧନବୃଦ୍ଧିର ସୂଚକ ଅଟେ ।

୬. ଯଦି ଆପଣଙ୍କୁ କାଉ ଥଣ୍ଟରେ କୌଣସି କପଡାର ଖଣ୍ଡ ନେଇ ଉଡୁଥିବାର ଦେଖାଯାଏ ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ ।

୭. ଯାତ୍ରାରେ ଯିବା ସମୟରେ ଯଦି କାଉ ମଧୁର ବାଣୀ ସହିତ ଆପଣଙ୍କ ଦକ୍ଷିଣ ପାର୍ଶ୍ଵରେ ଉଡିଯାଏ ତେବେ ଆପଣଙ୍କ କାର୍ଯ୍ୟ ପୂର୍ଣ୍ଣତଃ ସଫଳ ହୋଇଥାଏ ।

୮. ଠିକ ଦ୍ଵିପ୍ରହର ପୂର୍ବରୁ ଯଦି ପୂର୍ବ ବା ଉତ୍ତର ଦିଗରୁ ଗଛରେ ବସିଥିବା କାଉର ସ୍ଵର ଶୁଣାଯାଏ ତେବେ ଏହାକୁ ସ୍ତ୍ରୀ ସୁଖର ସଙ୍କେତ କୁହାଯାଇଥାଏ ।

୯. ଯଦି କୌଣସି ମହିଳା ମୁଣ୍ଡରେ ପାଣିର କଳସୀ ଥାଏ ଓ କାଉ ଆସି ବସିଯାଏ ତେବେ ଏହା ସେହି ସ୍ତ୍ରୀ ପାଇଁ ଶୁଭ ସଙ୍କେତ ହୋଇଥାଏ ।

୧୦. ଯଦି କାଉ ନିଜ ଥଣ୍ଟରେ ବାଲି, ଶସ୍ଯ, ଓଦା ମାଟି ବା ଫଳ- ଫୁଲ ଭରି ଆପଣଙ୍କ ଘର ପର୍ଯ୍ୟନ୍ତ ନେଇ ଆସେ ତେବେ ଏହା ଅଚାନକ ହେବାକୁ ଥିବା ଧନଲାଭର ସଙ୍କେତ ଅଟେ ।

୧୧. ବୈଶାଖ ମାସରେ ଯେତେବେଳେ କାଉ ସବୁଜ ସୁନ୍ଦର ଗଛ ଉପରେ ନିଜର ବସା ବାନ୍ଧେ ତେବେ ଏଥିରୁ ବର୍ଷା ଆସିବାର ସଙ୍କେତ ମିଳିଥାଏ ।

୧୨. ରାସ୍ତାରେ ଯଦି ଆପଣଙ୍କୁ ଦୁଇଟି କାଉ ପରସ୍ପର ପାଟିରେ ଭୋଜନ ଦେବାର ଦେଖାଯାଏ ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।