କମିଲା ଏଲପିଜି ଗ୍ଯାସ ମୂଲ୍ୟ, ଆସନ୍ତୁ ଜାଣିବା କେତେ ଟଙ୍କା ହେଲା ଶସ୍ତା

ମହାମାରୀକୁ ନେଇ ପୁରା ଦେଶରେ ଲକଡାଉନ ଚାଲିଥିବା ସମୟରେ ସମସ୍ତେ ଦେଶବାସୀ ଅଜଣା ସଙ୍କଟ ଦେଇ ଗତି କରୁଛନ୍ତି । ଏହି ଲକଡାଉନ କେବେ ଶେଷ ହେବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ହେଲେ ଏହା ଭିତରେ ଭାରତର ଲୋକଙ୍କ ପାଇଁ ବର୍ତ୍ତମାନ ଆସିଛି ଏକ ଖୁସି ଖବର । ଏମିତି ସମୟ ଭିତରେ ମିଳିଥିବା ସୂଚନା ଅନୁଯାୟୀ ଶସ୍ତା ହେଇଛି ଏଲପିଜି ସିଲିଣ୍ଡର ମୂଲ୍ୟ ।

ଏଠାରେ କହି ରଖିବୁ ଯେ ସାଧାରଣତଃ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ସାରା ଦେଶରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେଇଥାଏ । ତେଣୁ ଦିଲ୍ଲୀର ଏଲପିଜି ସିଲିଣ୍ଡର ମୂଲ୍ୟ ଆଜି ବା ମେ ୧ ତାରିଖରେ ୧୩୩ ଟଙ୍କା ହ୍ରାସ ପାଇଛି । ହେଲେ, ଅନ୍ୟ ରାଜ୍ୟ ମାନଙ୍କରେ ମୂଲ୍ୟ ଅଲଗା ଅଲଗା ରହିବ କାରଣ ସମସ୍ତ ରାଜ୍ୟର ଟ୍ୟାକ୍ସ ସମାନ ହେଇନଥାଏ ।

ବର୍ତ୍ତମାନର ଖବର ଅନୁଯାୟୀ, ଏପ୍ରିଲ୍ ମାସରେ ଦିଲ୍ଲୀର ଗ୍ରାହକଙ୍କୁ ଏଲପିଜି ସିଲିଣ୍ଡର ପିଛା ୭୪୪ ଟଙ୍କା ଦେବାକୁ ପଡୁଥିଲା, ଏବେ ସେମାନଙ୍କୁ କେବଳ ୬୧୧ ଟଙ୍କା ଦେବାକୁ ପଡିବ । ସେହିଭଳି ରାଜସ୍ଥାନର ଜୟପୁରରେ ଗ୍ରାହକଙ୍କୁ ଗତ ମାସରେ ୭୯୨ ଟଙ୍କା ତୁଳନାରେ ୬୧ ଟଙ୍କା କମ୍ ଦେବାକୁ ପଡିବ ।

ତେବେ ଯଦି ଆମ ଓଡିଶା କଥା ଦେଖିବା ଏପ୍ରିଲ ମାସରେ ଘରୋଇ ଏଲପିଜି ସିଲିଣ୍ଡର ପିଛା ଗ୍ରାହକଙ୍କୁ ଦେବାକୁ ପଡୁଥିଲା ଟ୭୭୪.୫୦ପଇସା ହେଲେ ଏବେ କେବଳ ଦେବାକୁ ପଡିବ ଟ୫୯୨.୫୦ପଇସା । ଯାହାକି ୧୮୨ ଟଙ୍କା ଶସ୍ତା ହେଇଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।