ଟମାଟର ସହ ଏହି ୩ଟି ଜିନିଷ ମିଶାଇ ବନାନ୍ତୁ ଫେସ୍ ମାସ୍କ, ଆପଣଙ୍କ ଚେହେରାର ସ୍କିନ ଦେଖାଯିବ କ୍ଷୀର ପରି ଧଳା

ସୁନ୍ଦର୍ ଓ ଗ୍ଲୋଇଂ ତ୍ଵଚା ସମସ୍ତଙ୍କର ଦରକାର । ଏଥିପାଇଁ ଝିଅମାନେ କେତେପ୍ରକାର ବୀୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି । କିନ୍ତୁ ସେଥିରେ ବହୁତ କେମିକାଲ ମିଶିଥାଏ ଯାହାକି ତ୍ୱଚା ପାଇଁ ବହୁତ୍ ଖରାପ ହୋଇଥାଏ । ଏହା ଆପଣଙ୍କୁ ସୁନ୍ଦର କରିବା ବଦଳରେ ସମସ୍ୟାରେ ପକାଇଥାଏ । ଯଦି ଏହି ସବୁ ଜିନିଷ ପ୍ରତି ଏତେ ଧ୍ୟାନ ନଦେଇ ଘରେ ପ୍ରସ୍ତୁତ କରି ଫେସ୍ ସ୍କ୍ରବ୍ ଓ ଫେସପ୍ୟାକ୍ ତିଆରି କରି ଲଗାଇବେ ତେବେ ଆପଣ କିଛି ସମୟ ମଧ୍ୟରେ ଗ୍ଲୋଇଁ ସ୍କିନ୍ ପାଇପାରିବେ ।

ମେକପ ଦ୍ଵାରା କିଛି ସମୟ ପାଇଁ ମୁହଁର ଚମକ ରହେ ଏହାକୁ ଧୋଇଦେଲେ ପୁଣି ଆପଣଙ୍କ ପୂର୍ବ ଚେହେରା ଆପଣଙ୍କ ସମ୍ନାକୁ ଆସିଯାଏ । ଯଦି ଆପଣ ଆପଣଙ୍କ ତ୍ଵଚାରେ ପ୍ରାକୃତିକ ଚମକ ଦେଖିବାପାଇଁ ଚାହୁଁଛନ୍ତି ତେବେ ବଜାରରେ ବିକ୍ରି ହେଉଥିବା ବିୟୁଟି ପ୍ରଡକ୍ଟ ଲଗାଇବା ବନ୍ଦ କରି ଆପଣାନ୍ତୁ ଆପଣଙ୍କ ପାଖରେ ଥିବା ପ୍ରାକୃତିକ ଜିନିଷ ।

୧: ଟମାଟୋ ଓ ଲେମ୍ବୁ

ଯଦି ଆପଣଙ୍କର ତ୍ଵଚ୍ଚା ତେଲିଆ ତେବେ ଏହି ମିଶ୍ରଣ ଆପଣଙ୍କ ତ୍ଵଚାର ତେଲିଆ ଅଂଶକୁ ଦୂର କରିବ । ଏହି ମିଶ୍ରଣ ପାଇଁ ଗୋଟିଏ ଟମାଟୋର କି ଗ୍ରାଇଣ୍ଡିଂ କରିନିଆନ୍ତୁ ଓ ସେଥିରେ ୧ ଚାମଚ୍ ଲେମ୍ବୁ ରସ ମିଶାଇ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ୧୫ ମିନିଟ୍ ପର୍ଯ୍ୟନ୍ତ ନିଜ ଚେହେରାରେ ଲଗାଇ ରଖନ୍ତୁ ଓ ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।

୨: ଟମାଟୋ ଓ ଚିନି

ପ୍ରଥମେ ଗୋଟିଏ ଟମାଟୋ କୁ ୨ ଭାଗ କରି କାଟି ନିଅନ୍ତୁ । ସେଥିରୁ ଫାଳେ ନିଅନ୍ତୁ ଓ ସେଥିରେ କିଛି ଚିନି ଲଗାଇ ନିଜ ମୁହଁରେ ୧୫ ମିନିଟ୍ ପର୍ଯ୍ୟନ୍ତ ରଗଡ଼ି ରଗଡ଼ି ସ୍କ୍ରବ କରନ୍ତୁ ଓ ପରେ ନଖ ଉଷୁମ ପାଣିରେ ମୁହଁ ଭଲ ଭାବେ ଧୋଇ ନିଅନ୍ତୁ ।

୩: ଟମାଟୋ ଓ ମହୁ

ଟମାଟୋ ଓ ମହୁର ଫେସ୍ ପ୍ୟାକ୍ ବନାଇବା ପାଇଁ ପ୍ରଥମେ ଗୋଟିଏ ଟମାଟୋ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ପରେ ଏଥିରେ ୧ ଚାମଚ୍ ମହୁ ମିଶାଇ ୧୫ ମିନିଟ୍ ପର୍ଯ୍ୟନ୍ତ ଫେସ୍ ପ୍ୟାକ ଭଳି ମୁହଁରେ ଲଗାଇ ରଖନ୍ତୁ ଓ ପରେ ନରମାଲ୍ ପାଣିରେ ମୁହଁ କୁ ଭଲଭାବେ ଧୋଇନିଆନ୍ତୁ । ଫରକ୍ ଆପଣ ବ୍ୟବହାର କଲେ ଜାଣି ପାରିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।