ଦେଶର ଏକ ଏମିତି ମନ୍ଦିର ଯାହା ସନ୍ତାନ ପ୍ରାପ୍ତି ପାଇଁ ପ୍ରସିଦ୍ଧ, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

ଭାରତୀୟ ଧର୍ମ ଗୁଡିକରେ ହିନ୍ଦୁମାନଙ୍କର ଉପାସନାସ୍ଥଳକୁ ମନ୍ଦିର କୁହାଯାଏ । କହିବାକୁ ଗଲେ ଲୋକମାନେ ମନ୍ଦିରକୁ ନିଜର ମନର ଶାନ୍ତି ନିମନ୍ତେ ଓ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରି ଦେବା ପାଇଁ ଆସିଥାନ୍ତି । ଏହା ସହିତ ଅନ୍ୟ କେତେକ କାରଣ ପାଇଁ ବି ଲୋକମାନେ ଭଗବାନଙ୍କ ନିକଟକୁ ଆସିଥାନ୍ତି । ଅନ୍ୟ ପଟେ ଭଗବାନ ବି ନିଜ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି । କହିବାକୁ ଗଲେ ଯଦି ଆପଣ ବହୁତ ସମୟ ହେବ ସନ୍ତାନ ପ୍ରାପ୍ତି ପାଇଁ ଏଠି ସେଠି ବୁଲୁଛନ୍ତି ତେବେ ଏହି ଆର୍ଟକୀଲ ଆପଣଙ୍କ ପାଇଁ ଅଟେ ।

ଭାରତରେ ଏମିତି ବହୁତ ଚମତ୍କାରୀ ମନ୍ଦିର ଅଛି କିମ୍ବା କିଛି ସ୍ଥାନ ଅଛି ଯେଉଁଠି ଡାକ୍ତରଙ୍କ ଦ୍ଵାରା ନୁହେଁ ଅଥବା ଭଗବାନଙ୍କ ଆଶୀର୍ବାଦରେ ଆପଣଙ୍କ ଘରେ ଖୁସି ଆସି ପାରିବ । ଆପଣଙ୍କୁ କହିଦେଉଛୁ କି ତାମିଲନାଡୁର ବିଲ୍ଲୁପୁରମରେ ସ୍ଥିତ ଇଂଦୁମ୍ବନ ମନ୍ଦିର ବିଷୟରେ କୁହାଯାଏ କି ଏଠି ସନ୍ତାନ ନ ଥିବା ମହିଳାମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ।

ମନ୍ଦିରର ପୂଜାରୀ କୁହନ୍ତି କି ଏଠି ଆସୁଥିବା ସବୁ ବ୍ୟକ୍ତିଙ୍କ ପ୍ରାର୍ଥନା ଭଗବାନ ନିଶ୍ଚିତ ଶୁଣିଥାନ୍ତି । ମନ୍ଦିରରେ ଆସୁଥିବା ଭକ୍ତ ନିଜ ସହିତ ଫଳ ବି ଆଣିଥାନ୍ତି । ଯାହା ଭଗବାନଙ୍କ ନିକଟରେ ଅର୍ପଣ କରିବା ଦ୍ଵାରା ତାହା ପ୍ରସାଦ ହୋଇଥାଏ । ପରେ ଏହି ଫଳ ଖାଇବା ଦ୍ଵାରା ଘରର ସମସ୍ତ ଦୁଖ ଦୂର ହୋଇଯାଏ ଓ ଘରେ କେବଳ ଖୁସି ହିଁ ଖୁସି ଆସେ । କେତେ ଥର ଏମିତି ବି ଚମତ୍କାର ହୋଇଛି କି ୧୦ ବର୍ଷ ପୂର୍ବରୁ ହଜିଯାଇଥିବା ବ୍ୟକ୍ତି ବି ଘରକୁ ଫେରି ଆସିଛି ।

କହିବାକୁ ଗଲେ ତାମିଲନାଡୁର ଏହି ମନ୍ଦିର ଏକ କଥାକୁ ନେଇ ବହୁତ ପ୍ରସିଦ୍ଧ ଅଟେ । ଯାହାକି ଏହି ସ୍ଥାନରେ ମିଳୁଥିବା ଏକ ଲେମ୍ବୁ ସହ ଜଡିତ ଅଟେ । ଏହି ମନ୍ଦିରର ଲେମ୍ବୁ ଚମତ୍କାରୀ ଅଟେ ବୋଲି କୁହାଯାଏ । ସବୁଠୁ ବଡ କଥା ଏହା ଅଟେ କି ମନ୍ଦିରର ଏହି ଲେମ୍ବୁ ପାଇଁ ନିଲାମି ଲାଗିଥାଏ । କେତେ ଥର ଗୋଟିଏ ଲେମ୍ବୁକୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ଭକ୍ତମାନଙ୍କ ଦ୍ଵାରା କ୍ରୟ କରାଯାଇଥାଏ ।

ଏହି ଲେମ୍ବୁକୁ ସେହି ଦମ୍ପତି କ୍ରୟ କରିଥାନ୍ତି ଯେଉଁମାନଙ୍କର ସନ୍ତାନ ହୋଇ ନ ଥାଏ । ଏହି ଫଳର ଖାସ କଥା ଏହା ଅଟେ କି ଏହା ବହୁ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ ଓ ଶୁଖି ବି ନ ଥାଏ । ଯେଉନମାନରଙ୍କର ପିଲା ହୋଇ ନଥାଏ ସେମାନେ ଏହାକୁ ଖାଇବା ଦ୍ଵାରା ସନ୍ତାନ ପ୍ରାପ୍ତି ହୋଇଥାଏ ।