କଳିଙ୍ଗ ହସ୍ପିଟାଲରେ ଓଲିଉଡ଼ ସୁପରଷ୍ଟାର Arindam Roy, ସେ ଅସୁସ୍ଥ ଥିବାର ଏବେ ଚର୍ଚ୍ଚା ହେଉଛି ।

କଳିଙ୍ଗ ହସ୍ପିଟାଲ ରେ ଓଲିଉଡ ସୁପରଷ୍ଟାର ଅରିନ୍ଦମ ରାୟ । ଭୁବନେଶ୍ବର ସ୍ଥିତ କଳିଙ୍ଗ ହସ୍ପିଟାଲ ରେ ଯାଇ ପହଞ୍ଚିଛନ୍ତି ତାଙ୍କ ପରିବାରଙ୍କ ସହ । ତାଙ୍କୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ହଁ ଦର୍ଶକ ବନ୍ଧୁ ଏବେ ଆପଣ ମାନେ ସମସ୍ତେ ଓଲିଉଡ ର ସୁପର ଷ୍ଟାର ଅରିନ୍ଦମ ରାୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଫିଲ୍ମ ରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ତେବେ ଗତ କିଛି ବର୍ଷ ହେବ ସେ ଆଉ ଫିଲ୍ମ କରୁ ନାହାନ୍ତି । ଆଉ ଏବେ ଅରିନ୍ଦମ ଙ୍କୁ ନେଇ ଚର୍ଚ୍ଚା ହେଉଛି କି କଳିଙ୍ଗ ହସ୍ପିଟାଲ ରେ କୁଆଡେ ଚିକିତ୍ସା ଚାଲିଛି । ତାଙ୍କ ଦେହ କୁଆଡେ ଅଚାନକ ଖରାପ ହେବା ପରେ ସେ କଳିଙ୍ଗ ହସ୍ପିଟାଲ ଆସିଛନ୍ତି । ଆଉ ଏବେ ଡାକ୍ତର ତାଙ୍କର ଚିକିତ୍ସା କରିଛନ୍ତି । ତେବେ ଅରିନ୍ଦମ ଙ୍କର କଣ ହୋଇଛି ତାହା ଏ ଯାଏଁ ଜଣା ପଡି ନାହିଁ ।

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ନା ସେ ଭଲ ଅଛନ୍ତି ତାହା ସ୍ପଷ୍ଟ ଭାବେ ଜଣା ପଡି ନାହିଁ । ଏମିତି କିଛି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ହେଉଛି । ତେବେ ଅରିନ୍ଦମ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଣ ହୋଇଛି ତାହା ଜାଣିବା ପାଇଁ ତାଙ୍କର ଫ୍ୟାନ ମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ଆଉ ଅରିନ୍ଦମ କଳିଙ୍ଗ ହସପିଟାଲ ରେ ଥିବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଦୀର୍ଘ 2 ବର୍ଷ ପରେ ଅରିନ୍ଦମ ଙ୍କର ସିନେମା ଆସୁଛି ଜାଣି ଦର୍ଶକ ମାନେ ବେଶ ଖୁସି ଥିଲେ । କିନ୍ତୁ ଦର୍ଶକ ମାନେ ଅରିନ୍ଦମ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖବର ପାଇବା ପରେ ଚିନ୍ତା ରେ ପଡି ଯାଇଛନ୍ତି । ଆଉ ସେପଟେ ମେଡିକାଲ ରେ ସେ କେମିତି ଅଛନ୍ତି ସେ ନେଇ କିଛି ପ୍ରତିରିୟା ଦେଇ ନାହାନ୍ତି । ହେଲେ ଏଠାରେ କହି ରଖୁଛୁ କି ଏଥିରେ ଆଶ୍ଚର୍ଯ୍ୟ ହେଲା ଭଳି କିଛି କଥା ନାହିଁ ।

କାରଣ ସୁପର ଷ୍ଟାର ଅରିନ୍ଦମ ରାୟ ଙ୍କର କିଛି ବି ଅସୁବିଧା ହୋଇ ନାହିଁ । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ଅରିନ୍ଦମଙ୍କର ନୂଆ ଫିଲ୍ମ ଆଗକୁ ଆସୁଛି । ଯାହାର ନାଁ ହେଉଛି “ହେ ରାମ” । ତେବେ ଅରିନ୍ଦମ ତାଙ୍କ ଫିଲ୍ମ ଶୁଟିଙ୍ଗ ପାଇଁ କଳିଙ୍ଗ ହସ୍ପିଟାଲ ରେ ପହଞ୍ଚି ଥିଲେ । ଯାହା ପରେ ତାଙ୍କର ଏଭଳି କିଛି ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।