ସେ ଆମକୁ ପାଠପଢା କହି କି ଭୁବନେଶ୍ୱର ଆସେ… କିନ୍ତୁ ହୋଟେଲରେ କେମିତି ରହିଲା ମୁଁ ଜାଣିନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁଯାୟୀ ଦୀପାଳି ହୋଟେଲ ର ଜଣେ ଯୁବତୀ ଙ୍କ ମୃତ ଦେହ ଉଧାର କରା ଯାଇଛି । ମୃତ ଯୁବତୀ ଙ୍କ ନାଁ ହେଉଛି ଶୁଭଲକ୍ଷ୍ମୀ ସାହୁ । ତେବେ ନିଜ ଝିଅ ବିଷୟରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶୁଭଲକ୍ଷ୍ମୀ ଙ୍କ ବାପା । ଶୁଭଲକ୍ଷ୍ମୀ ଙ୍କ ବାପା କହିଛନ୍ତି ଯେ “ମୋ ଝିଅ 2-4 ଦିନ ପାଇଁ ଭୁବନେଶ୍ଵର ଆସିଥିଲା ଘରେ କହି କି । ସେ କହିଥିଲା ସାଙ୍ଗ ଘରେ ରହିକି ଆସିବି । ସେ ଭୁବନେଶ୍ଵର କିଛି ବି କରେନି ।

ଖାଲି ପାଠ ପଢିବା ପାଇଁ 2-4 ଦିନ ରୁହେ ତା ପରେ ଚାଲିଯାଏ । ସେ ରମା ଦେବୀ କଲେଜ ରେ ଯୁକ୍ତ 2 ପାଠ ପଢେ । ସେ ଘରେ କହି କି ଆସିଥିଲା 2-4 ଦିନ କ୍ଳାସ କରିବି ତା ପରେ ଘରକୁ ପଳାଇ ଆସିବି । ହୋଟେଲ କାହିଁକି ଯାଇଥିଲା ସେ ବିଷୟରେ ମୁଁ କିଛି ବି ଜାଣିନି । ସେ ମୋତେ କେବେ ବି ଏ ସବୁ ବିଷୟରେ କହେ ନାହିଁ । ପୋଲିସ ଖବର ଦେବା ପରେ ଆମେ ଏଠାରେ ଆସି ପହଞ୍ଚିଲୁ ।

ମୁଁ ତ କାହାକୁ ସନ୍ଦେହ କରି ପାରିବି ନାହିଁ । ମୁଁ ତ ଏଥିକି ନୂଆ ଆସିଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ଯାଏଁ ମୁଁ ଅପେକ୍ଷା କରିଛି । ସେ ହୋଟେଲ କାହିଁକି ଆସିଥିଲା କଣ ପାଇଁ ଆସିଥିଲା ମୁଁ କିଛି ଜାଣି ନାହିଁ । ସେ ଆଗରୁ ମଧ୍ୟ ଭୁବନେଶ୍ଵର ଆସିଛି । ଦିନେ ଦୁଇ ଦିନ ରୁହେ ତା ପରେ ଘରକୁ ଚାଲିଯାଏ । ଚାକିରି ପାଇଁ ମୁଁ କିଛି ବି କହି ନାହିଁ ମୋ ଝିଅକୁ । ସେ ଭୁବନେଶ୍ଵର ଖାଲି ପାଠ ପଢିବାକୁ ଆସେ” ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଶୁଭଲକ୍ଷ୍ମୀ ଘରୁ ପାଠ ପଢା ନାଁ କହି ଆସିଥିଲେ ଭୁବନେଶ୍ଵର କିନ୍ତୁ ତାଙ୍କର ମୃତ ଦେହ ହୋଟେଲ ରୁ ଉଧାର ହେଲା ଏହାକୁ ନେଇ ଏବେ ସନପେନ୍ସ ରେ ରହିଛି । ତେବେ ପୋଲିସ ଏହି ଘଟଣାକୁ ଏବେ ଯାଞ୍ଚ ଆରମ୍ଭ କରିଛି । ଶବ କୁ ଜବତ କରାଯାଇ ପୋଷ୍ଟ ମର୍ଟମ ପାଇଁ ପଠା ଯାଇଛି ।

ତେବେ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ତାହା ହୁଏ ତ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ତେବେ ନିଜ ଝିଅକୁ ହରାଇ ଏବେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଶୁଭଲକ୍ଷ୍ମୀ ଙ୍କ ପୁରା ପରିବାର ।