କଳିଙ୍ଗା ଘାଟିରେ କାଳରାତିର ଛାତିଥରା କାହାଣୀ କହିଲେ ବସ୍ ଡ୍ରାଇଭର, ସେ ଯାହା କହୁଛନ୍ତି ଶୁଣିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

କଳିଙ୍ଗ ଘାଟି ଠାରେ ପର୍ଯ୍ୟଟକ ବସ୍ ଓଲଟିବା ପରେ ସାରା ରାଜ୍ୟରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ରୁ ଅଧିକ ଲୋକ ପ୍ରାଣ ହରାଇବା ସହ ୪୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । ତେବେ ସେହି କାଳରାତିର କାହାଣୀ ବଖାଣିଛନ୍ତି ସେହି ବସ୍ ର ଡ୍ରାଇଭର ନିଜେ । ସେ ପୁରା ଘଟଣା କହିବା ବେଳେ ତାଙ୍କ ଲୋମ ଟାଙ୍କୁରି ହୋଇ ଉଠୁଥିଲା । ବସ୍ ଓଲଟିବା ପୂର୍ବରୁ ଏହା ବ୍ରେକ ଫେଲ ହୋଇ ଯାଇଥିଲା । ଫଳରେ ଗାଡି ଆଉ ଡ୍ରାଇଭରଙ୍କ ନିୟନ୍ତ୍ରଣରେ ନଥିଲା ।

ସେ କଣ କରିବେ ତାଙ୍କ ବୃଦ୍ଧିବାଟ ଦିଶୁ ନଥିଆ । କାରଣ ଅନ୍ଧାର ସାଙ୍ଗକୁ ସେପଟେ ଘାଟିର ଅଣ ଓସାରିଆ ଆଗରେ ପଡିଥିଲା । ବସ କେମିତି ଓଲଟିଲା ଓ ଦୁର୍ଘଟଣାଗ୍ରସ୍ତ ହେଲା ସେହି ମୂହୁର୍ତ୍ତର ପ୍ରତିଟି କଥା କହିବା ବେଳେ ତାଙ୍କ ପାଟି ଖନି ମାରି ଯାଉଥିଲା । ଦାରିଙ୍ଗିବାଡିରୁ ଭାଇଜାକ ଯିବା ବାଟରେ କଳିଙ୍ଗା ଘାଟିରେ ଘଟି ଯାଇଥିଲା ଏହି ଦୁଃଖଦ ଭୟଙ୍କର ଦୁର୍ଘଟଣା । କଳିଙ୍ଗା ଘାଟିରୁ ଓହ୍ଲାଇବା ବେଳେ ଶେଷ ବୁଲାଣି ପାଖରେ ତାଙ୍କ ବସ ବ୍ରେକ ଫେଲ ହୋଇ ଯାଇଥିଲା ।

ଫଳରେ ସମସ୍ତ ଚେଷ୍ଟା ସତ୍ତ୍ୱେ ସେ ଗଡିକୁ ରୋକିପାରିଲେ ନାହିଁ ଡ୍ରାଇଭର ଅଟୁ ଦୁଃଖର ସହ କହିଛନ୍ତି । ହାଓଡାର ସୁଲତାନପୁର ଗାଁର ପ୍ରାୟ ୬୦ ଜଣ ପର୍ଯ୍ୟଟକ ଦାରିଙ୍ଗିବାଡି ଆସିଥିଲେ । କିନ୍ତୁ ବୁଲାବୁଲି ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦାରିଙ୍ଗିବାଡିର କଳିଙ୍ଗା ଘାଟି ପାଖରେ ଘଟି ଯାଇଥିବା ଏହି ବଡ ଧରଣର ବସ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରାଣ ହରାଇବା ଲୋକଙ୍କ ମର ଆତ୍ମାର ସଦଗତି ସହ ସମସ୍ତ ଆହତ ଲୋକଙ୍କ ଆଶୁ ଆରୋଗ୍ୟ କାମନା କରି ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣା ସାରା ଓଡିଶାବାସୀଙ୍କ ଛତି ଥରେଇ ଦେଇଛି । ତେବେ ଏହାପରେ ବାହାର ଡ୍ରାଇଭରଙ୍କ ପାଇଁ କଳିଙ୍ଗା ଘାଟି ମନା ହେବ ବୋଲି ଖବର ସାମ୍ନାକୁ ଆସୁଛି । ଘାଟିରେ ଉଠାଣି ଓ ଗଡାଣି ସାଙ୍ଗକୁ ଅଣ ଓସାରିଆ ରାସ୍ତା ଥାଏ ।

ବାହାର ଡ୍ରାଇଭର ମାନେ ଏହି ରୋଡରେ ଗାଡି ଚଳାଇବା ପାଇଁ ସେତେ ଅଭିଜ୍ଞ ହୋଇ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି । ତେଣୁ କଳିଙ୍ଗା ଘାଟି ବଦଳରେ ବର୍ତ୍ତମାନ ଠାରୁ ଅଲଗା ରୁଟ୍ ଦେଇ ଯିବେ ରାଜ୍ୟ ବାହାର ଗାଡିମାନେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।