ବିବାହ ପରେ ହିନ୍ଦୁ ମ୍ୟାରେଜ Law ଅନୁସାରେ ଶାରୀରକ ସମ୍ପର୍କ ରଖିବାକୁ ବାଧ୍ୟ, Varsha ଙ୍କ ସବୁ ଗୁମର ଖୋଲିଦେଲେ ଏହି ମହିଳା ଆଡଭୋକେଟ, କଣ କହିଲେ ଦେଖନ୍ତୁ Video

ବର୍ଷା ଓ ଅନୁଭବଙ୍କ ମମଳକୁ ନେଇ ଚର୍ଚ୍ଚା ନେଇ ଚର୍ଚ୍ଚା ଥମିବାରେ ଲାଗୁନି । ଅନୁଭବ ଗୋଟିଏ ପରେ ଗୋଟିଏ ତିନୋଟି ଭିଡିଓ କରି ସୋସିଆଲ ମିଡିଆରେ ବର୍ଷାଙ୍କ ସହ ତାଙ୍କ ବୈବାହିକ ଜୀବନ ଏବଂ ସେ କଣ ପାଇଁ ଡିଭୋର୍ସ ନେବାକୁ ଚାହୁଁଛନ୍ତି ଜଣାଇବା ପରେ ବର୍ଷା ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଏନେଇ ବିଭିନ୍ନ ଲୋକ ବିଭିନ୍ନ ମତ ରଖୁଥିବା ବେଳେ ଇତିମଧ୍ୟରେ ଜଣେ ଆଡଭୋକେଟ ନିଜ ମତ ରଖିଛନ୍ତି ।

ସେ କହିଛନ୍ତି କି ଅନୁଭବ ଆରମ୍ଭରୁ ହିଁ ବର୍ଷାଙ୍କ ସସହ ଡିଭୋର୍ସ ପାଇଁ କୋର୍ଟରେ ପ୍ରେୟାର କରିଛନ୍ତି, ଆଉ ଏବେ ଯାଏଁ ତାଙ୍କ ନିଷ୍ପତ୍ତିରେ ସେ ଅଟଳ ଅଛନ୍ତି । ସେ ତାଙ୍କ ବୈବାହିକ ଜୀବନରେ ଖୁସି ନାହାନ୍ତି କାରଣ ସ୍ବାମୀର ଅଧିକାର ପାଇ ନାହାନ୍ତି ଏବଂ ମାନସିକ ଭାବେ ନିର୍ଯ୍ୟାତିତ ହେଉଛନ୍ତି । ତେଣୁ ସେ ଡିଭୋର୍ସ ନେବାକୁ ଚାହୁଁଛନ୍ତି ।

ଏପଟେ ବର୍ଷା କିନ୍ତୁ ଗୋଟି ପଟେ କହୁଛନ୍ତି କି ସେ ସେ ନିଜ ବିବାହ ବଞ୍ଚାଇବାକୁ ଚାହୁଁଛନ୍ତି ଓ ସେପଟେ ଅନୁଭବ ଏବଂ ତାଙ୍କ ପରିବାର ଉପରେ ଘରୋଇ ହିଂସା ଭଳି କ୍ରୀମିନାଲ କେସ୍ ମଧ୍ୟ କରିଛନ୍ତି । ଯାହାଫଳରେ ତାଙ୍କ ଉଦ୍ଦେଶ୍ୟ ସହ ତାଙ୍କ କାର୍ଯ୍ୟ ବିଲକୁଲ ଖାପ ପାଉନି । ମହିଳା ଆଡଭୋକେଟ ଜଣକ ମତ ଦେଇଛନ୍ତି କି ହିନ୍ଦୁ ମ୍ୟାରେଜ ଲ ଏବଂ ହିନ୍ଦୁ ଶାସ୍ତ୍ରରେ ମଧ୍ୟ ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ବାଧ୍ୟତାମୂଳକ ଅଟେ ।

ବିବାହ ପରେ ଯଦି ଜଣେ କହିବ କି ଆମେ ସାଙ୍ଗ ହୋଇ ରହିବା ତେବେ ଏହା ହାସ୍ୟାସ୍ପଦ ଅଟେ । ଜଣେ ନାରୀ ତା ସ୍ତ୍ରୀ ଧର୍ମ ପାଳନ କରିବା ଉଚିତ । ବିବାହର ଏତେ ବର୍ଷ ପରେ ମଧ୍ୟ ବର୍ଷା ଅନୁଭବଙ୍କୁ ସନ୍ତାନ ଦେଇ ନାହାନ୍ତି କି ଚେଷ୍ଟା କରିନାହାନ୍ତି । ଯାହା ତାଙ୍କ ବୈବାହିକ ଜୀବନକୁ ଦୁର୍ବଳ କରୁଛି । ଅନୁଭବ ବାରମ୍ବାର ଭିଡିଓ କରି କହୁଛନ୍ତି କି ସେ ନ୍ୟାୟ ଚାହୁଁଛନ୍ତି ।

ଆଜିକାଲି ସମାଜରେ କେବଳ ନାରୀ ନୁହେଁ ବରଂ ପୁରୁଷମାନେ ମଧ୍ୟ ନିର୍ଯ୍ୟାତିତ ହେଉଛନ୍ତି । ରାଉଲକେଲାରେ ନିକଟରେ ସେହିପରି ଏକ ଉଦାହରଣ ଦେଖିବାକୁ ମିଳିଛି । ସ୍ତ୍ରୀ ଦ୍ଵାରା ନିର୍ଯ୍ୟାତିତ ହେବା ପରେ ନ୍ୟାୟ ଆଶା ମଉଳି ଯିବାପରେ ଯୁବକ ଜଣକ ଭିଡିଓ କରି ସବୁ ଜଣାଇବା ପରେ ଆତ୍ମହତ୍ୟା କରି ଦେଇଛନ୍ତି ।

ତେଣୁ ସମସ୍ତେ ସଚେତନ ହେବା ଆବଶ୍ୟକ । ଉଭୟ ପକ୍ଷଙ୍କ ମାମଲା ଦେଖି ସେମାନଙ୍କ ଉଦ୍ଦେଶ୍ୟ ଓ କାରଣ ବୁଝିପାରିଲେ କିଏ ପ୍ରକୃତରେ ପ୍ରକୃତ ଦୋଷୀ ଜାଣିହେବ ବୋଲି ସେ କହିଛନ୍ତି । ମହିଳାମାନେ ନାରୀ କାର୍ଡ ଖେଳିବା ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।