Savitri 2022, ସାବିତ୍ରୀ ଅମାବାସ୍ୟା ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 6 କାମ, ନଚେତ ସ୍ଵାମୀଙ୍କର ହୋଇଯିବ ସର୍ବନାଶ

ସ୍ଵାମୀଙ୍କର ଦୀର୍ଘ ଆୟୁଷ କାମନା କରି ହିନ୍ଦୁଧର୍ମର ପ୍ରତ୍ଯେକ ସ୍ତ୍ରୀ ସାବିତ୍ରୀ ବ୍ରତକୁ ନିଷ୍ଠାର ସହ ପାଳନ କରିଥାନ୍ତି । ଚଳିତ ବର୍ଷ ଆସନ୍ତା ମେ ୩୦ ତାରିଖ ଦିନ ପଡିବାକୁ ଯାଉଛି ଏହି ପବିତ୍ର ସାବିତ୍ରୀ ଅମାବାସ୍ୟା । ମା ସାବିତ୍ରୀ ଓଷା କରି ନିଜ ସ୍ଵାମୀ ସତ୍ୟବାନଙ୍କୁ ଯମଙ୍କ ପାଖରୁ ଛଡେଇ ଆଣିଥିଲେ । ତେବେ ସାବିତ୍ରୀ ବ୍ରତ ପାଳନ କରିବା ସମୟରେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ନଚେତ ବିପରତି ଫଳ ମିଳିବାର ସମ୍ଭାବନା ରହିଥାଏ ।

ସାବିତ୍ରୀ ଅମାବାସ୍ୟା ଦିନ ସ୍ତ୍ରୀମାନେ କିଛି ଭୁଲ କରିବା ଉଚିତ ନୁହେଁ। ନଚେତ ସ୍ଵାମୀଙ୍କ ଆୟୁଷ କମି ଯାଇପାରେ । ପ୍ରଥମତଃ ସାବିତ୍ରୀ ଦିନ ମହିଳାମାନେ ସକାଳୁ ଉଠି ସ୍ନାନ କରି ନୂଆ ଲୁଗା ପିନ୍ଧିବା ଉଚିତ । କିନ୍ତୁ ମନେରଖନ୍ତୁ କେବେ ହେଲେ କଳା ରଙ୍ଗର ପୋଷାକ ପିନ୍ଧିବେ ନାହିଁ, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ମା ସାବିତ୍ରୀଙ୍କର ନାଲି ରଙ୍ଗ ଅତିପ୍ରିୟ ତେଣୁ ନାଲି ରଙ୍ଗର ଶାଢୀ ପିନ୍ଧିବାକୁ ଚେଷ୍ଟା କରନ୍ତୁ ।

ଯଦି ଘରେ କେହି ମୃତ୍ୟୁବରଣ କରିଛନ୍ତି ତେବେ ସେହି ଘରର ମହିଳାମାନେ ବ୍ରତ ରଖନ୍ତୁ ନାହିଁ କି ମନ୍ଦିରକୁ ଯାଆନ୍ତୁ ନାହିଁ । କାରଣ ଶାସ୍ତ୍ର ଅନୁସାରେ ଯଦି ଘରେ କାହାର ମୃତ୍ୟୁ ହୋଇଛି କିମ୍ବା ଛୋଟପିଲା ଜନ୍ମ ହୋଇଛି ତେବେ ସେହି ସମୟରେ ପୂଜାପାଠ କରିବା ନିଷେଧ ଅଟେ ।

ସାବିତ୍ରୀ ବ୍ରତ ଦିନ ମହିଳାମାନେ ଉପବାସ କରିଥାନ୍ତି । ପୂଜା ସରିବା ପରେ କିନ୍ତୁ କିଛି ନା କିଛି କାମ କରିଥାନ୍ତି । କିନ୍ତୁ କିଛି କାମ ନ କରିବା ଉଚିତ । ସାବିତ୍ରୀ ଦିନ ସିଲେଇ କରିବା, ମାଟି ଖୋଳିବା, କୌଣସି ସାମଗ୍ରୀ କାଟିବା କିମ୍ବା ପନିପରିବା ଇତ୍ୟାଦି କାଟିବା ଏହିଦିନ ବାରଣ ଅଟେ । ତେଣୁ ଏହିଭଳି କିଛି କାର୍ଯ୍ୟ ଆପଣ ସାବିତ୍ରୀ ଅମାବାସ୍ୟା ଦିନ ଭୁଲରେ ବି କରନ୍ତୁ ନାହିଁ । ସାବିତ୍ରୀ ବ୍ରତ ରଖିଥିବା ମହିଳାମାନେ ସେହିଦିନ କୌଣସି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।

ନଚେତ ବହୁତ ଅସୁବଧାର ସମୁଖୀନ ହେବାକୁ ପଡିଥାଏ । ଏହିଦିନ ରାତିରେ ବାହାରେ କପଡା ବା ଲୁଗାପଟା ମଧ୍ୟ ଶୁଖିବାକୁ ଛାଡି ଦିଅନ୍ତୁ ନାହିଁ । ଏହାଦ୍ବାରା ଖରାପ ଶକ୍ତିର ପ୍ରଭାବ ସେଗୁଡିକ ଉପରେ ପଡିଥାଏ । ଏହାଦ୍ବାରା ଆପଣଙ୍କର ଓ ଆପଣଙ୍କ ସ୍ଵାମୀଙ୍କ ଆୟୁଷ କମ୍ ହୋଇପାରେ ।

ସାବିତ୍ରୀ ଅମାବାସ୍ୟା ଦିନ ପୂଜା କରିଥିବା ପୂଜା ସାମଗ୍ରୀ ତଥା ଫୁଲ, ଆମ୍ବ ଡାଳ ଓ ପଇଡ ଇତ୍ୟାଦିକୁ ଏଣେତେଣେ ଫୋପାଡିବେ ନାହିଁ କି ଘରେ ମଧ୍ୟ ରଖିବେ ନାହିଁ । ଆପଣ ସେହି ସବୁ ଜିନିଷ କୌଣସି ନଦୀ କିମ୍ବା ପୋଖରୀରେ ବିସର୍ଜନ କରିଦେବେ ।

ତେବେ ଯାଇ ଆପଣଙ୍କ ଓଷା ସଫଳ ହେବ । ତେବେ ସାବିତ୍ରୀ ଅମାବାସ୍ୟା ଦିନ ଏହିସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।