କଳିଯୁଗ ଶେଷ ହେବା ପୂର୍ବରୁ ଦେଖାଦେବ ଏହି 6 ଟି ଲକ୍ଷଣ, ନିଜେ ଶ୍ରୀକୃଷ୍ଣ କହିଥିଲେ ଏହି କଥା

ଭଗବାନ ବିଷ୍ଣୁଙ୍କ କଲ୍କି ଅବତାର ବିଷୟରେ ଆପଣମାନେ ନିଶ୍ଚିତ ଶୁଣିଥିବେ । ଗ୍ରନ୍ଥ ଅନୁସାରେ ଏହା ବିଷ୍ଣୁଙ୍କର ଶେଷ ଅବତାର ହେବ । ଯେତେବେଳ ପୃଥିବୀରେ ପାପ ଚରମ ସୀମାରେ ପହଞ୍ଚିଯିବ ସେହି ସମୟରେ ସୃଷ୍ଟିର ଉଦ୍ଧାର କରିବା ପାଇଁ ଭଗବାନ କଲ୍କି ରୂପରେ ଅବତାର ନେବେ ଓ କଳିଯୁଗକୁ ଶେଷ କରି ଏକ ନୂଆ ଯୁଗ ଆରମ୍ଭ କରିବେ । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ୬ ଟି ଲକ୍ଷଣ ବିଷୟରେ କହିବୁ ଯାହାକୁ ଦେଖିବା ମାତ୍ରେ ଆପଣ ଅନ୍ଦାଜ ଲଗାଇ ପାରିବେ କି କଳିଯୁଗ ଶେଷ ହେବାକୁ ଯାଉଛି ।

କଳିଯୁଗର ଅନ୍ତ ସହ ଜଡିତ ସବୁକଥା ଶ୍ରୀମଦ ଭାଗବତ ଗୀତାରେ ଲେଖା ଅଛି । ଏଥିରେ କଳିଯୁଗର ଲକ୍ଷଣ ଠାରୁ ନେଇ କଲ୍କି ଅବତାରର ଜନ୍ମ ଠାରୁ ନେଇ ତାଙ୍କର ରୂପ ପର୍ଯ୍ୟନ୍ତ ସମସ୍ତ ସୂଚନା ଅଛି । ବିଷ୍ଣୁ କଲ୍କି ଅବତାର ରୂପରେ କେଉଁ ସ୍ଥାନରେ ଜନ୍ମ ନେବେ ସେ ସବୁ ବିଷୟରେ ବି ଲେଖାଯାଇଛି । ଏହା ସହିତ କଳିଯୁଗ ଯେତେବେଳେ ଶେଷ ସମୟରେ ପହଞ୍ଚି ଜୀବ ସେହି ସମୟରେ କଣ କଣ ସବୁ ଲକ୍ଷଣ ଦେଖାଦେବ ସେ ବିଷୟରେ ବି ଲେଖାଯାଇଛି ।

ଶ୍ରୀମଦ ଭାଗବତ କଥା ଅନୁସାରେ ଭଗବାନ ବିଷ୍ଣୁ ଏହି ସଂସାରରୁ ଅଧର୍ମକୁ ଶେଷ କରିବା ପାଇଁ କଲ୍କି ଅବତାର ରୂପ ଧାରଣ କରି ମାତ୍ର ୩ ଦିନ ଭିତରେ କଳିଯୁଗର ଶେଷ କରିଦେବେ । ଏହା ପରେ ଭଗବାନ ଏକ ନୂତନ ଯୁଗର ଆରାମ୍ଭ କରିବେ । ଯେଉଁଥିରେ ସତ୍ୟ, ଶାନ୍ତି, ଦୟା ଓ କ୍ଷମା ଏହି ୪ ଟି ଧର୍ମ ଥିବ । କିନ୍ତୁ ଭାଗବତ ଗୀତାରେ ଲେଖା ଅଛି କି କଳିଯୁଗ ସରିବା ପୂର୍ବରୁ ଏହିଭଳି ୬ ଟି ଲକ୍ଷଣ ଦେଖାଦେବ ତେବେ ଆସନ୍ତୁ ଜାଣିବା ସେ ଲକ୍ଷଣ ଗୁଡିକ କଣ ଅଟେ ।

ପ୍ରଥମ ହେଉଛି ଲୋକମାନେ ଭୋକରେ ରହିବେ ଓ ସବୁବେଳେ ଚିନ୍ତାରେ ରହିବେ । ଶରୀରକୁ ବହୁତ ରୋଗ ମାଡି ବସିବ ସେଥିପାଇଁ ମନୁଷ୍ୟର ଜୀବନ କେବଳ ୩୦ ବର୍ଷ ମଧ୍ୟରେ ରହିଯିବ ।

ଦ୍ଵିତୀୟ ହେଉଛି ପୃଥିବିରେ ଥିବା ନଦୀ, ନାଳ ଓ ପୋଖରୀ ଶୁଖିଯିବ । ପୃଥିବୀରୁ ବି ପାଣି ସରିଯିବା ଦ୍ଵାରା ପୁରା ବିଶ୍ଵରେ ହା ହା କାର ହୋଇଯିବ । ପାଣି ନ ଥିବା ହେତୁ ସବୁ ଗଛ, ଲତା ଓ ବଡ ବଡ ବୃକ୍ଷ ମଧ୍ୟ ଶୁଖିଯିବ । ଯାହା ଫଳରେ ଲୋକମାନେ ଖାଇବାକୁ ପାଇବେ ନାହିଁ ।

ତୃତୀୟ ହେଉଛି ସ୍ଵାମୀ ଓ ସ୍ତ୍ରୀ ଦୁହେଁ ବ୍ୟଭିଚାରୀ ହୋଇଯିବେ ଓ ନିଜ ମଧ୍ୟରେ ସମ୍ପର୍କ ନ ରଖି ଅନ୍ୟ ଜଣଙ୍କର ସ୍ତ୍ରୀ ଓ ପୁରୁଷଙ୍କ ସହ ସମ୍ପର୍କ ରଖିବେ । ବିବାହ ନ ହୋଇ ପୁରୁଷ ଓ ନାରୀ ଏକା ସହିତ ରହିବେ ଓ ସମ୍ପର୍କର କିଛି ମାନ ରହିବ ନାହିଁ ।

ଚତୁର୍ଥ ହେଉଛି ତୀର୍ଥ ସ୍ଥାନ ମାନଙ୍କରେ ଧର୍ମ ଓ ପବିତ୍ରକୁ ଛାଡି ଅଧର୍ମ ଓ ଅପବିତ୍ରର କଥା ହେବ । ମନ୍ଦିରରେ ପୂଜା ପାଠ ଓ କୌଣସି ନୀତି ନିୟମ ସଠିକ ଭାବରେ ହେବ ନାହିଁ । ଏହା ପରେ ଧର୍ମ କରିବା ସ୍ଥାନରେ ଲୋକମାନେ ଅର୍ଥ ଆୟ କରିବେ ।

ପଞ୍ଚମ ହେଉଛି ଲୋକମାନେ ନିଜର ସ୍ଵାର୍ଥ ପାଇଁ ନିଜ ନିଜ ଭିତରେ ହତ୍ୟା ଓ ଅବିଶ୍ଵାସୀ ହୋଇଯିବେ । ଲୋକମାନେ ସମସ୍ତେ ଟଙ୍କା ଆୟ କରିବାରେ ଲାଗିବେ କେହି ଧର୍ମକୁ ପଚାରିବେ ବି ନାହିଁ । ସେଥିପାଇଁ ମନୁଷ୍ୟ ଜାତିର ଶେଷ ହୋଇଯିବ ।

ଷଷ୍ଠ ହେଉଛି, ଚାରିଆଡେ ଅଧର୍ମର ପୂଜା ହେବ, ନିଜର ସ୍ଵାର୍ଥ ପାଇଁ ଯାହା କିଛି ମନୁଷ୍ୟ କରିବା ତାହା ହିଁ ଶ୍ରେଷ୍ଠ ଧର୍ମ ବୋଲି କୁହାଯିବ । ଧର୍ମକୁ ମାନିବା ଲୋକ ମରିଯିବେ ମାତ୍ର ଅଳ୍ପ କେହି ବଞ୍ଚିଥିବେ । ଯେଉଁମାନେ ଧର୍ମକୁ ମାନୁ ନ ଥିବେ ସେମାନେ ବହୁତ ଦଣ୍ଡ ପାଇବେ । ସମସ୍ତେ ନାସ୍ତିକ ହୋଇଯିବେ । ଯେଉଁ କାରଣରୁ କଳିଯୁଗ ଶେଷ ହୋଇଯିବ ।

ଏହି ପରି ପୁରାଣ ଶାସ୍ତ୍ର ବିଷୟରେ ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।