ଶ୍ରୀମନ୍ଦିର ଖୋଲିବା ପରେ କାଳିଆକୁ ଦେଖିବା ପାଇଁ ଧାଇଁ ଆସିଛି ନେଉଳ, ନେଉଳଟି କେମିତି କରୁଛି କାଳିଆ ଦର୍ଶନ, ଦେଖନ୍ତୁ ଏହି Video

କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖାଯାଇ ଥିବା ବେଳେ ପୁରୀ ଶ୍ରୀମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇ ଥିଲା । କରୋନାର ଦ୍ଵିତୀୟ ଲହରକୁ ଆଖିରେ ରଖି ଦୀର୍ଘ ୪ ମାସ ଧରି ପୁରୀ ମନ୍ଦିର ବନ୍ଦ ରହିବା ପରେ ବର୍ତ୍ତମାନ କେବଳ ପୁରୀ ବାସୀଙ୍କ ପାଇଁ ଖୋଲା ଯାଇଛି ଶ୍ରୀମନ୍ଦିର ସିଂହଦ୍ଵାର । ଏଥିପାଇଁ ବିଭିନ୍ନ ୱାର୍ଡରୁ ଜଗନ୍ନାଥ ଦର୍ଶନ ପାଇଁ ଲାଗିଛି ପୁରୀବାସୀଙ୍କ ଭିଡ । ଏତେ ଦିନ ପରେ ଜଗନ୍ନାଥଙ୍କ ଦର୍ଶନ ପାଇବା ପାଇଁ ଭକ୍ତ ଆତୁର ହୋଇ ପଡିଛନ୍ତି । ଆଉ ସୁଅ ଛୁଟାଇଛନ୍ତି ଶ୍ରୀମନ୍ଦିରକୁ ।

ତେବେ ଏହା ମଧ୍ୟରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆଉ ଜଣେ ନିଆରା ଭକ୍ତ ମଧ୍ୟ ଆସିଛନ୍ତି । କୁହାଯାଏ କି ପଶୁ ପକ୍ଷୀ ମାନେ କଥା କହି ନ ପାରୁଥିଲେ ମଧ୍ୟ ସବୁ ବୁଝି ପାରନ୍ତି । ଆଉ କାଳିଆ ଠାକୁରଙ୍କ ଲୀଳା ସାଧାରଣ ମଣିଷ ପକ୍ଷେ ବୁଝିବା କଷ୍ଟସାଧ୍ୟ ଅଟେ । ଗୋଟିଏ ନେଉଳ ପୁରୀ ମନ୍ଦିର ଭିତରକୁ ପଶି ଆସିଛି କାଳିଆକୁ ଦର୍ଶନ କରିବାକୁ । ଏହିପରି ଏକ ରୋଚକ ଦୃଶ୍ୟ, ଭିଡ ମଧ୍ୟରେ କଏଦ ହୋଇଛି କ୍ୟାମେରାରେ ।

ମଣିଷ ମାନଙ୍କ ପଦପାଦକୁ ତାର ଆଦୌ ଡର ନାହିଁ । ଶ୍ରୀମନ୍ଦିର ଭିତରେ ସେ ନିର୍ଭୟରେ ବୁଲୁଛି ଆଉ ମୁଣ୍ଡ ଟୁଙ୍ଗାରୁଛି । ସତେ ଯେମିତି ଦେଉଳ ଫିଟିଛି ବୋଲି ତା ପାଖେ ବି ଖବର ପହଞ୍ଚିଛି । ସିଂହଦ୍ଵାର ଚକଡାରେ ଚଙ୍ଗ ଚଙ୍ଗ ହୋଇ ବୁଲୁଛି ଏହି ନେଉଳ ଛୁଆ । କେତେବେଳେ ସିଂହ ମୂର୍ତ୍ତି ପଛରେ ଲୁଚି ଯାଉଛି ତ କେତେବେଳେ ଟିକେ ଆଗକୁ ଆସି ପତିତପାବନଙ୍କ ଆଡକୁ ଟିକେ ଚାହିଁ ଦେଉଛି ।

ଆଉ ବେଳେବେଳେ ସୁଯୋଗ ଉଣ୍ଡି ଚଟ୍ କରି ଚମ୍ପଟ ମା-ରୁ-ଛି ବଡ ଦେଉଳ ଭିତରକୁ । ନେଉଳ ଟିକୁ ମଧ୍ୟ କେହି ସେଠାରୁ ତଡିବାକୁ ଚେଷ୍ଟା କରୁ ନାହାନ୍ତି । ବରଂ ତା କାଳିଆ ଦର୍ଶନ ଦେଖି ଖୁସି ହେଉଛନ୍ତି । ଏହିପରି ଭାବେ ନେଉଳଟି ଶ୍ରୀମନ୍ଦିର ଭିତରେ କରୁଛି କାଳିଆ ଦର୍ଶନ । ଆପଣଙ୍କୁ ଏହି ନେଉଳର କାଳିଆ ଦର୍ଶନ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବାକୁ ଆମ ପେଜ୍ କୁ ଲାଇକ କରନ୍ତୁ ।