ଲଗାତାର ଅଭ୍ୟାସ କରିବା ଦ୍ଵାରା କୌଣସି ବି ବ୍ୟକ୍ତି ଜ୍ଞାନୀ ହୋଇ ପାରିବ, ଜାଣନ୍ତୁ କେମିତି

ମଣିଷର ପରିଚୟ ତାହାର ଜ୍ଞାନରୁ ହୋଇଥାଏ । ସେହି ବ୍ୟକ୍ତି ଜୀବନରେ ସଫଳ ହୋଇପାରେ ଯିଏ ଜ୍ଞାନୀ ହୋଇଥାଏ । ଯେଉଁ ବ୍ୟକ୍ତି ନିଜର ଜ୍ଞାନର ପ୍ରୟୋଗ ସଠିକ ସମୟରେ ସଠିକ ଜାଗାରେ କରିଥାଏ ସେହି ବ୍ୟକ୍ତି ହିଁ ସଫଳ ହୋଇଥାଏ । ଜ୍ଞାନ ହାସଲ କରିବାର କୌଣସି ବୟସ ନ ଥାଏ । ଆପଣ ଯେତେବେଳେ ଚାହିଁବେ ସେତେବେଳେ ଜ୍ଞାନ ହାସଲ କରି ପାରିବେ ।

ପ୍ରସିଦ୍ଧ ମହାକବି କାଳିଦାସ ଯିଏକି ବହୁତ ଜ୍ଞାନୀ ବ୍ୟକ୍ତି ଥିଲେ । କିନ୍ତୁ ବାହାଘର ପୂର୍ବରୁ ସେ ଅଶିକ୍ଷିତ ଥିଲେ । କାଳିଦାସଙ୍କର ବିବାହ ପରେ ସେ ଜ୍ଞାନ ହାସଲ କରିଲେ ଓ ଏକ ମହାନ କବି ହୋଇ ପାରିଲେ ।

ପ୍ରସିଦ୍ଧ ମହାକବି କାଳିଦାସଙ୍କର କାହାଣୀ

ପ୍ରସିଦ୍ଧ ମହାକବି କାଳିଦାସ ସଂସ୍କୃତ ଭାଷାର ମହାନ କବି ଓ ନାଟକକାର ଅଟନ୍ତି । ସେ ନିଜର ଜୀବନରେ ବହୁତ ପ୍ରସିଦ୍ଧ ରଚନାଗୁଡିକ ଲେଖିଛନ୍ତି । କାଳିଦାସଙ୍କର ଜୀବନ ଆମ ପାଇଁ ବହୁତ ପ୍ରେରଣାଦାୟକ ଅଟେ । ଯେଉଁ ଲୋକମାନଙ୍କୁ ନିଜ ଜୀବନରେ କିଛି ହାସଲ କରିବାର ଅଛି ତେବେ ସେମାନଙ୍କୁ ଥରେ କାଳିଦାସଙ୍କର ଜୀବନର କାହାଣୀ ନିଶ୍ଚିତ ପଢିବା ଉଚିତ । ଏମିତି କୁହାଯାଏ କି କାଳିଦାସ ଦେଖିବାକୁ ବହୁତ ସୁନ୍ଦର ଥିଲେ, କିନ୍ତୁ ସେ ଅଶିକ୍ଷିତ ଓ ମୂର୍ଖ ଥିଲେ । ଅନ୍ୟ ପଟେ କାଳିଦାସଙ୍କର ପତ୍ନୀ ବିଦ୍ୟୋତ୍ତମା ବହୁତ ବୁଦ୍ଧିମତୀ ଥିଲେ ।

ବିଦ୍ୟୋତ୍ତମାଙ୍କୁ ଶାସ୍ତ୍ରାର୍ଥର ବହୁତ ଜ୍ଞାନ ଥିଲା ଓ ଥରେ ବିଦ୍ୟୋତ୍ତମା ଶାସ୍ତ୍ରାର୍ଥରେ କେତେକ ବିଦ୍ଵାନଙ୍କୁ ହାରାଇ ଦେଇଥିଲେ । ନିଜର ପରାଜୟର ପ୍ରତିଶୋଧ ନେବା ପାଇଁ ସେହି ବିଦ୍ଵାନମାନେ ବିଦ୍ୟୋତ୍ତମାଙ୍କର ପ୍ରତିଯୋଗୀତା କାଳିଦାସଙ୍କ ସହ କରାଇଲେ । କାଳିଦାସଙ୍କୁ କୌଣସି ବି ଜିନିଷର ଜ୍ଞାନ ନ ଥିଲା । ତଥାପି ସେ ଏହି ପ୍ରତିଯୋଗୀତାକୁ ଜିତିଗଲେ । ଏହା ପରେ ବିଦ୍ୟୋତ୍ତମାଙ୍କୁ ଲାଗିଲା କାଳିଦାସ ବହୁତ ଜ୍ଞାନୀ ଅଟନ୍ତି ଓ ସେଥିପାଇଁ ସେ ତାଙ୍କ ସହିତ ବିବାହ କରି ନେଲେ ।

ବିବାହର କିଛି ଦିନ ପରେ ବିଦ୍ୟୋତ୍ତମା ଜାଣି ପାରିଲେ କି କାଳିଦାସ ମୂର୍ଖ ଅଟନ୍ତି ଓ ତାଙ୍କୁ କୌଣସି ବି ଜିନିଷର ଜ୍ଞାନ ନାହିଁ । ରାଗରେ ଆସି ବିଦ୍ୟୋତ୍ତମା କାଳିଦାସଙ୍କୁ ନିଜ ଘରୁ ବାହାରିଯିବା ପାଇଁ କହିଲେ ଓ ସେତେବେଳେ ଘରକୁ ଫେରି ଆସିବାକୁ କହିଲେ ଯେତେବେଳେ ସେ ଜଣେ ଜ୍ଞାନୀ ବ୍ୟକ୍ତି ହୋଇଯିବେ । ଏହା ପରେ କାଳିଦାସ ଦୁଃଖିତ ହୋଇଗଲେ ଓ କି ସେ ବିଦ୍ଵାନ ବ୍ୟକ୍ତି ହେବା ପାଇଁ ନିର୍ଣ୍ଣୟ ନେଲେ ।

ଏହା ପରେ କାଳିଦାସ ମାତା କାଳୀଙ୍କର ପୂଜା କଲେ ଓ ଜ୍ଞାନ ହାସଲ କରିବା ପାଇଁ ଲାଗିଗଲେ । ନିଜର ପରିଶ୍ରମ ଦ୍ଵାରା ସେ ଜ୍ଞାନ ହାସଲ କରିଲେ । ଏହା ପରେ ସେ ନିଜ ପତ୍ନୀଙ୍କ ପାଖକୁ ଗଲେ ଓ ସେ ସଂସ୍କୃତ ଭାଷାରେ କବାଟ ପାଖରେ ଛିଡା ହୋଇ କହିଲେ – କପାଟମ୍ ଉଦ୍ଘାଟ୍ୟ ସୁନ୍ଦରୀ (କବାଟ ଖୋଲ, ସୁନ୍ଦରୀ ) ।

କାଳିଦାସଙ୍କର ମୁହଁରୁ ସଂସ୍କୃତ ଭାଷା ଶୁଣିବା ପରେ ବିଦ୍ୟୋତ୍ତମା ଆଶ୍ଚର୍ଯ୍ୟ ହୋଇଗଲେ ଓ ସେ ଜାଣି ପାରିଲେ କି କାଳିଦାସ ଜ୍ଞାନ ହାସଲ କରିସାରିଛନ୍ତି । ଏହା ପରେ କାଳିଦାସ ବିଭିନ୍ନ ରଚନା କରିଲେ । ଯେଉଁଥିରେ ଅଭିଜ୍ଞାନଶାକୁଂତଲମ୍ ଓ ମେଘଦୂତମ୍ ବହୁତ ପ୍ରସିଦ୍ଧ ହୋଇଥିଲା । କାଳିଦାସଙ୍କର ଜୀବନରୁ ବହୁତ କିଛି ଶିଖିବାକୁ ମିଳିଥାଏ ଓ କାଳିଦାସଙ୍କ ଭଳି ପରିଶ୍ରମ କରିବା ଦ୍ଵାରା କୌଣସି ବି ବ୍ୟକ୍ତି ଜ୍ଞାନୀ ହୋଇ ପାରିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।