ଜଣେ ଅଜଣା ପୁଅ ଫୋନ କରିଲା ଆଉ କହିଲା ତୁମ ଝିଅର ଚେତା ନାହିଁ । ଆଉ ପହଞ୍ଚିବାଲା ବେଳକୁ ବାପା ମା ଚେତା ବୁଡି ପଡିଥିଲା । ଆଉ ମେଡିକାଲ ନେଇ ଯାଇଥିଲେ ଝିଅ କୁ ପରିବାର ଲୋକେ । ମେଡିକାଲ ରେ ପହଞ୍ଚି ସେହି ନମ୍ବର କୁ ଆଉ ଥରେ ଫୋନ କରିଲେ କିନ୍ତୁ ଫୋନ ଲାଗିଲା ନାହିଁ । କିଏ ସେହି ବ୍ୟକ୍ତି ? ଝିଅଟିର ଜୀବନ ଯିବା ପଛରେ କାହାର ହାତ ରହିଛି ? ହଁ ଦର୍ଶକ ବନ୍ଧୁ ଘରୁ ମିଳିଛି ଯୁକ୍ତ 3 ଛାତ୍ରୀ ଙ୍କ ମୃତ ଦେହ ।
ତେବେ ଛାତ୍ରୀ ଜଣକ ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହପ୍ରସାଦ ଗାଁ ର ବ୍ରହ୍ମାନନ୍ଦ ନାୟକ ଙ୍କ ଝିଅ ପଦ୍ମିନୀ । ପଦ୍ମିନୀ ଙ୍କ ଡାକ ନାଁ ହେଉଛି ଲିପା । ଲିପା ନାୟକ ପାଠ ପଢାରେ ବେଶ ଆଗରେ ଥିଲେ । ସେ ଯୁକ୍ତ 3 ରେ ପାଠ ପଢୁଥିଲେ । ଲିପାଙ୍କର ଜୀବନ କେମିତି ଗଲା ତାହା ଜଣା ପଡି ନାହିଁ । କିନ୍ତୁ ଜଣେ ଅଜଣା ବ୍ୟକ୍ତି ଫଣ କରି ଲିପାଙ୍କ ମୃତ୍ୟୁ ଖବର ଘର ଲୋକଙ୍କୁ ଦେଇଥିଲା । ଅଜଣା ବ୍ୟକ୍ତି ଜଣକ କହିଥିଲା ଲିପା ଚେତା ଶୂନ୍ୟ ହୋଇ ପଡିଛି ।
ଆଉ ଘରକୁ ଯାଇ ଦେଖିଲା ବେଳକୁ ଚେଷ୍ଟା ଶୂନ୍ୟ ହୋଇ ପଡିଥିଲା ଲିପା । ମେଡିକାଲ କୁ ନେଲେ ଲିପାଙ୍କୁ ଆଉ ଅଜଣା ବ୍ୟକ୍ତିଙ୍କୁ ଫୋନ କରିଲେ । କିନ୍ତୁ ଫୋନ ଆଉ ଲାଗି ନ ଥିଲା । ତେବେ ଲିପାଙ୍କର ମୃତ୍ୟୁର କାରଣ କଣ ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ସୂଚନା ଅନୁଯାୟୀ ଲିପା ପିଲାଦିନରୁ ଭୁବନ ବ୍ଲକ କୁନିଦା ଗାଁ ରେ ମାମୁଁ ଘରେ ରହି ପାଠ ପଢୁଥିଲେ । ଲିପାଙ୍କର ମାମୁଁ ସୁଦାମ ବାରିକ ତାଙ୍କ ଜନ୍ମ ଭୂମି କୁ ଅପରାହ୍ନ 3:30 ମିନିଟ ରେ ଘରେ ଛାଡି କ୍ରିକେଟ ଖେଳିବାକୁ ବାହାରି ଯାଇଥିଲେ ।
ଏହା ପରେ 4:30 ମିନିଟ ରେ ଜଣେ ଅଜଣା ପୁଅ ମାମୁଁ ସୁଦାମ ଙ୍କୁ କଲ କରି କହିଥିଲେ ତୁମ ଭାଣିଜୀ ଘରେ ବେହୋସ ହୋଇ ପଡିଛି । ଆଉ ଖବର ପାଇବା ପରେ ମାମୁଁ କିଛି ଲୋକଙ୍କୁ ନେଇ ଘରେ ପହଞ୍ଚିଥିଲେ । ଆଉ ମେଡିକାଲ ରେ ଲିପାଙ୍କୁ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଲିପାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ପରେ ବାରବାର ମାମୁଁ ସେହି ନମ୍ବର କୁ ଫୋନ କରିଥିଲେ ଯେଉଁ ନମ୍ବର ରେ ଲିପାଙ୍କ ମୃତ୍ୟୁ ଖବର ସେହି ଅଜଣା ପୁଅ ଟି ଦେଇଥିଲା । ତେବେ ଲିପାଙ୍କର ବେକରେ ରହିଛି ଦାଗ । ମାମୁଁ ସୁଦାମ ବାରିକ ସେହି ଅଜଣା ପୁଅ ଟି ମାରି ଦେଇଥିବାର ଅଭିଯୋଗ କରିଛନ୍ତି । ହେଲେ କିଏ ସେହି ଅଜଣା ବ୍ୟକ୍ତି ଯିଏ କଲ କରିଥିଲା ? ମେଡିକାଲ ରେ ଶବ କୁ ଜବତ କରିବା ସହ ପୋଲିସ ନେ ଦିଗରେ ତଦନ୍ତ ଚଲାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।