କଲରେ ଥିଲା ମା’… ଘରକୁ ଫେରୁଥିଲା ପୁଅ ହେଲେ ଘରେ ପହଞ୍ଚିବା ପୂର୍ବରୁ ପୁଅ ଏବେ…

ବାଇକ ରେ ଯାଉଥିଲେ 3 ସାଙ୍ଗ । ଶୀତ ରାତି କୁ ଚାରି ଆଡେ କୀଟମିଟ ଅନ୍ଧାର ହୋଇଥିଲା । ଘରେ ପହଞ୍ଚିବା ପାଇଁ ଡେରି ହେବାରୁ ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ । ଆଉ ସେଥିପାଇଁ ବାଇକ ର ଗତି ମଧ୍ୟ ଖୁବ ଦୃତ ଥିଲା । କିନ୍ତୁ କିଏ ଜାଣିଥିଲେ ରାସ୍ତା ରେ ଏତେ ବଡ ଅଘଟଣ ଘଟିଯିବ ବୋଲି । ସେପଟେ ମା ଫୋନ କରିଥିଲେ ଆଉ ଏପଟୁ ଶୁଭିଥିଲା ଏକ ଭୟଙ୍କର ଶବ୍ଦ । ଆଉ ତା ପରେ ଫୋନ କାଟି ଯାଇଥିଲା ।

ଏ ନେଇ ପରିବାର ଲୋକେ ବାରମ୍ବାର ଫୋନ କରିବା ପରେ ବି ଫୋନ ଲାଗି ନ ଥିଲା । ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡି ଯାଇଥିଲେ । ଏତେ ରାତି ରେ ପୁଅ କୁଆଡେ ଗଲା ଫୋନ କାହିଁକି ଲାଗ ନାହିଁ ବୋଲି ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ । ଆଉ କିଛି ସମୟ ପରେ ଆସଲା ଦୁଃଖଦ ଖବର । ମିଲିଟାରୀ ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଉ ଏହି ସଡକ ଦୁର୍ଘଟଣାରେ 2 ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ରାସ୍ତା ରେ ପଡି ରହିଛନ୍ତି ।

ଏହି ଖବର ଶୁଣିବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ବିଭଶ୍ଚ ଭାବେ 2 ଯୁବକଙ୍କର ମୃତ ଦେହ ପଡିଛି । ଆଉ ଜଣଙ୍କୁ ଗୁରୁତର ଭାବେ ମେଡିକାଲ ରେ ଭର୍ତ୍ତି କରା ଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ଯାଜପୁର ଜିଲ୍ଲା ଯାଜପୁର ଥାନା ଅନ୍ତର୍ଗତ ମିଲିଟାରୀ ଛକ ନିକଟରେ । ସୂଚନା ଅନୁଯାୟୀ 3 ଜଣ ଯୁବକ ବାଇକ ରେ ଘରକୁ ଫେରୁଥିଲେ ।

କିନ୍ତୁ ଫେରିବା ସମୟରେ ଘନ କୁହୁଡି ସହ କିଟମିଟ ଅନ୍ଧାର ହୋଇ ଥିଲା । ଯାହା ପାଇଁ ରାସ୍ତା ଘାଟ ଠିକ ଭାବେ ଦେଖାଯାଉ ନ ଥିଲା । ଏମିତିକି ଗାଡିର ବେଗ ଦୃତ ଥିବାରୁ ଏକ ଅଜଣା ଗାଡି ସହ ଧକ୍କା ହୋଇଥିଲା ବାଇକ । ଫଳରେ ଘଟଣା ସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇ ଯାଇଛି । ଆଉ ରାସ୍ତାରେ ପଡି ରହିଛି ଭାଙ୍ଗି ଯାଇଥିବା ବାଇକ ।

ଏହି ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ କୁ ପଠାଇବା ସହ ମୃତ ଦୁଇ ଜଣଙ୍କୁ ଶବ ବ୍ୟବଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣା ପଡିଛି ।

ମୃତ ଦୁଇ ଜଣକ ଯୁବକ ରାବୀଣା ଗାଁ ର ବିକାଶ ପ୍ରଧାନ ଓ ବୀରୁ ପ୍ରଧାନ ବୋଲି ଜଣା ପଡିଛି । ଆହତ ଜଣକ ହେଉଛନ୍ତି ମହେଶ୍ଵର ଦାସ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ଅନ୍ୟ ପଟେ ଗୋଟେ ଗାଁ ର ଦୁଇ ଭେଣ୍ଡିଆ ଯୁବକଙ୍କର ମୃତ୍ୟୁ ଖବର ପାଇବା ପରେ ପୁରା ଗାଁ ରେ ଖେଳି ଯାଇଛି ଶୋକର ଛାୟା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।