Vastu Shastra- କେଉଁ ଧାତୁର କଇଁଛ ଘର, ଅଫିସ ଓ ଦୋକାନରେ କେଉଁଠି ଓ କିପରି ରଖିଲେ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଋଣ ରୁ ମୁକ୍ତି ମିଳିଥାଏ

ବନ୍ଧୁଗଣ ଘର ଅଫିସ ଓ ଦୋକାନ ର କେଉଁ ସ୍ଥାନ କେଉଁ ଦିଗ ଓ କିପରି ରଖିବା ଦ୍ବାରା ଘରେ ସୁଖ, ଧନ ସମୃଦ୍ଧି ପାଇବା ସହିତ ରୋଗ ଓ ଋଣ ରୁ ମୁକ୍ତି ଦେଇଥାଏ । ଏହି ବିଷୟରେ ଆଜି ଆମେ ଜାଣିବା । ଧର୍ମଶାସ୍ତ ଓ ବାସ୍ତୁ ଶାସ୍ତ୍ର ରେ ଏହା ମାନ୍ୟତା ଅଛି କି କଇଁଛ କୁ ଘରେ ରଖିବା କିମ୍ବା କଇଁଛ ର ପ୍ରତିମା ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଘରେ କଇଁଛ ରହିଥାଏ ସେ ଘରେ ସଦା ସର୍ବଦା ମାତା ଲକ୍ଷ୍ମୀ ବିରାଜମାନ କରିଥାଆନ୍ତି । କାରଣ ଶ୍ରୀ ବିଷ୍ଣୁ ଙ୍କ ର ଏକ ଅବତାର କଇଁଛ ଅଟେ ।

ଭଗବାନ ବିଷ୍ଣୁ କଇଁଛ ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରା ତଳ ପର୍ବତ କୁ ନିଜ ପିଠି ରେ ଧାରଣ କରିଥିଲେ । ଏହା ଶାସ୍ତ୍ର ରେ ଯେଉଁ ଘରେ କଇଁଛ ରହିଥାଏ ସେହି ଘରେ ଶ୍ରୀ ବିଷ୍ଣୁ ଙ୍କ ଛଡା ମାତା ଲକ୍ଷ୍ମୀ ଙ୍କ ର ମଧ୍ୟ ବାସ କରିଥାନ୍ତି ।

କଇଁଛ କିମ୍ବା କଇଁଛ ର ପ୍ରତିମା ହେଉ ତାକୁ ଗୁରୁବାର ଦିନ ଆଣି ତାକୁ ସ୍ଥାପନ କରିବା ଉଚିତ । କୁହାଯାଏ କଇଁଛ କୁ ଖାଦ୍ୟ ଦେଇ ତାର ଯତ୍ନ ନେବା କଇଁଛ ଟି ଯେତେ ବଢିଥାଏ ସେତେ ଆମ ଦୁଖ ଓ କଷ୍ଟ ଦୂର ହୋଇଥାଏ ।

କିନ୍ତୁ ସମସ୍ତଙ୍କ ଘରେ କଇଁଛ କୁ ରଖି ତାର ପାଳନ କରିବା ସମ୍ଭବ ନୁହେଁ । ଏହା ପରିବର୍ତ୍ତେ କଇଁଛ ର ପ୍ରତିମା କୁ ଘରେ ଅଫିସରେ ଦୋକାନ ରେ ରଖିଲେ ଧନଲାଭ ହେବା ଏବଂ ସମସ୍ତ କଷ୍ଟ ଦୂର ହୋଇପାରିବ । ଏହି ଥିରୁ ସେତିକି ଫାଇଦା ମିଳିବ ଯେତିକି ଏକ ଅସଲି କଇଁଛ ରଖିବା ଦ୍ଵାରା ମିଳିଥାଏ ।

ଆମେ ପ୍ରାୟ ସ୍ଥାନରେ ଦେଖିଥିବୁ କି ଦୋକାନ ଓ ଅଫିସରେ ଅବା ଘର ମାନଙ୍କ ରେ କଇଁଛ ର ପ୍ରତିମା ରଖାଯାଇଥାଏ । ଏହା ଖୁସି ରେ ନୁହେଁ ବାସ୍ତୁ ଅନୁସାରେ ରଖିଥାନ୍ତି । ଏହି କଇଁଛ ବିଭିନ୍ନ ଆକାରର ଓ ବିଭିନ୍ନ ଧାତୁ ର ହୋଇଥାଏ । ଏହା ଠିକ ସେହି ଧାତୁ ଅନୁସାରେ ସେପରି ଫଳ ଦେଇଥାନ୍ତି । କଇଁଛ ଟି ଯେକୌଣସି ଧାତୁ ର ହୋଇଥାଉ କିନ୍ତୁ ତାକୁ ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗ ଶ୍ରେଷ୍ଠ ହୋଇଥାଏ । ଅଫିସ ହେଉ ଦୋକାନ ହେଉ ଅବା ଘର ହେଉ ।

କଇଁଛ ର ମୁଖ କୁ ମଧ୍ୟ ଉତ୍ତର, ପୂର୍ବ କିମ୍ବା ଐଶାଣ ଦିଗରେ ରଖିବା କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟ ଦ୍ୱାର ଥିବ ତେବେ କଇଁଛ ର ମୁଖ କେବେବି ରଖିବେ ନାହିଁ । କଇଁଛ କୁ ରଖୁଥିବା ପାତ୍ର ରୁ ପ୍ରତିଦିନ ପାଣି କାଢି ନୂଆ ପାଣି ରଖିବା ଉଚିତ । ଏବଂ କଇଁଛ ଟି ଯେପରି ଅଧା ବୁଡିକି ରହିବ ସେହିପରି ପାତ୍ର ଟି ରେ ପାଣି ରଖିବା ଉଚିତ । ଏବଂ ଯେଉଁ ପାଣି ରେ ରଖିବେ ଗଙ୍ଗା ଜଳ ମିଶେଇ ରଖିବା ଆବଶ୍ୟକ ।

କିନ୍ତୁ ଯେଉଁ କଇଁଛ ଟି ଶୟନ କକ୍ଷ ରେ ରଖାଯାଏ ସେଥିରେ ପାଣି ଦେବେ ନାହିଁ । ତାକୁ ଶୁଖିଲା ରଖିବେ ଓ ପ୍ରତିଦିନ ପରିଷ୍କାର ରଖିବେ । ଏହାକୁ ପ୍ରଥମେ ଆଣିବା ପରେ ତାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ତାକୁ ପୂଜା ଅର୍ଚ୍ଚନା କରି ବିଧି ରେ ରଖିବା ଆବଶ୍ୟକ । ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାରର ଧାତୁ ର କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ । ଓ ସମସ୍ତ ପ୍ରକାର ର କଇଁଛ ରେ ନକରାତ୍ମକ ଉର୍ଜା କୁ ନଷ୍ଟ କରି ସକରାତ୍ମକ ଉର୍ଜା କୁ ଜାଗ୍ରତ କରିବା ର କ୍ଷମତା ରହିଛି ।

କଇଁଛ ଘରେ ଥିଲେ ମନ ପାଇଁ ଶାନ୍ତି ଓ ଜୀଵନ ପାଇଁ ଧନ ଆଣିଥାଏ । ଏହା ଦ୍ଵାରା ଘରେ ଅନେକ ପ୍ରକାରର ସୁବିଧା ମିଳିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଇଁଛ ରଖିବା ଦ୍ୱାରା ଘରର ସମସ୍ତ ସଦସ୍ୟ ଙ୍କ ର ଆୟୁଷ ବୃଦ୍ଧି ହୋଇଥାଏ । ସେଥିପାଇଁ ଏହା ଘରେ, ଅଫିସ ଓ ଦୋକାନ ରେ ରହିବା ଉଚିତ । ଆଜିକାଲି ଅନେକ ପ୍ରକାରର ରଙ୍ଗ ର ଧାତୁ ର ଓ ଆକାରର କଇଁଛ ମିଳୁଅଛି ।

୧- ସନ୍ତାନ ପ୍ରାପ୍ତି ପାଇଁ ଏପରି କଇଁଛ ରଖିବା ଦରକାର ଯାହା ପିଠି ଉପରେ ଛୁଆ କଇଁଛ ରହିବା ଆବଶ୍ୟକ ।

୨-ଧନ ପ୍ରାପ୍ତି ପାଇଁ ଏକ କ୍ରିସ୍ତଲ ଧାତୁ ର କଇଁଛ ଓ କ୍ରିସ୍ତଲ ଧାତୁ ର ପାତ୍ରରେ ରଖିବା ଉଚିତ । ଏହାକୁ ଦୋକାନ ଓ ଘରେ ରଖି ପାରିବା ।

୩- ବ୍ୟବସାୟ ରେ ଉନ୍ନତି ପାଇଁ ମେଟାଲ ର କଇଁଛ ରଖିବା ଆବଶ୍ୟକ । ଏହାକୁ ଅଫିସ କିମ୍ବା ଦୋକାନ ରେ ରଖିବା ଉଚିତ ।

୪- ରୋଗ ରୁ ମୁକ୍ତି ପାଇବା ପାଇଁ ଏକ ମାଟିର କଇଁଛ ରଖିବା ଆବଶ୍ୟକ । ଏହାକୁ ଘରେ ରଖିବା ଉଚିତ ।

୫- ଯଦି ନୂତନ ବ୍ୟବସାୟ କରିବାକୁ ଯାଉଥିଲେ ତେବେ ସେଠାରେ ଏକ ରୂପା ର କଇଁଛ ରଖିବା ଆବଶ୍ୟକ ।

୬- ପରୀକ୍ଷାରେ ଉତ୍ତୀର୍ଣ୍ଣ କିମ୍ବା ସଫଳ ପାଇଁ ପିତ୍ତଳ ର କଇଁଛ ରଖିବା ଉଚିତ ।

୭- ଘରେ କଳହ ସମସ୍ୟା ଲାଗି ରହୁଥିଲେ ଏହାକୁ ଦୂର କରିବା ପାଇଁ ଘରେ ଯୋଡ଼ା କଇଁଛ ରଖିବା ଉଚିତ ଅଟେ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।